ETV Bharat / science-and-technology

କରମଣ୍ଡଳ ଟ୍ରେନ ଟ୍ରାଜେଡି, ଜାଣନ୍ତୁ କାହିଁକି ହୁଏ ରେଳ ଦୁର୍ଘଟଣା

author img

By

Published : Jun 3, 2023, 3:27 PM IST

କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ମହାଯାତ୍ରାରେ ଶତାଧିକ ଯାତ୍ରୀ । ଅନେକ ଆଶା ନେଇ ଗନ୍ତବ୍ୟସ୍ଥଳକୁ ବାହାରିଥିଲେ, ହେଲେ ଚୁରମାର ହେଲା ସବୁ ସ୍ବପ୍ନ । ଜାଣନ୍ତୁ ଦୁର୍ଘଟଣାର କାରଣ

Odisha Train accident
Odisha Train accident

ହାଇଦ୍ରାବାଦ: ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ଟ୍ରେନ । ବିଭିନ୍ନ ଷ୍ଟେସନରେ ଅଟକି ଯାତ୍ରୀଙ୍କୁ ନେଇ ପୁଣି ଦ୍ରୁତବେଗରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଦୌଡୁଥିଲା । ହେଲେ ଆହତ ଯାତ୍ରୀଙ୍କ କହିବା ଅନୁସାରେ ବାଲେଶ୍ବର ଷ୍ଟେସନ ଛାଡିବାର କିଛି ସମୟ ପରେ ଭୂକମ୍ପ ପରି ହଠାତ ଦୋହଲି ଉଠିଲା ଟ୍ରେନ । ଏହାପରେ କେହି କିଛି ଭାବିବା ଆଗରୁ ଚିତ୍ର ପୁରା ବଦଳିଗଲା । ଚାରିଆଡେ ଘୋଟିଗଲା ଅନ୍ଧାର ଆଉ ଶୁଭିଲା ଯାତ୍ରୀଙ୍କ ଆର୍ତ୍ତନାଦର ଚିତ୍କାର । ଖାଲି ଗୋଟିଏ ଶବ୍ଦ ଶୁଭୁଥିଲା ଆମକୁ ବଞ୍ଚାଓ..ହସ୍ପିଟାଲ ନେଇଯାଓ । ମନେହେଉଥିଲା ଲୁହାର ଶଗଡ ତଳେ ଲହୁର ଚିତ୍କାର । ଲୌହ ମାନବର ଯେପରି ରକ୍ତଭୋଜି ହେଉଛି । ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ ଟ୍ରେନ ଓଲଟି ପଡିଥିଲା ।

କାଳରାତ୍ରୀର କଳା କାହାଣୀ: ଶାଲିମାର-ଚେନ୍ନାଇ କରମଣ୍ଡଳ ଏକ୍ସପ୍ରେସ, ମାଲବାହୀ ଟ୍ରେନ ଓ ବେଙ୍ଗାଲୁରୁ ହାୱଡା ଦୂରାନ୍ତ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଥିଲା । ପ୍ରଥମେ କରମଣ୍ଡଳ ଏକ୍ସପ୍ରେସ ମାଲବାହୀ ଟ୍ରେନକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇ ଏହାର ବଗି ବିପରୀତ ଟ୍ରାକରେ ପଡିଯାଇଥିଲା । ଠିକ୍ ଏହି ସମୟରେ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ ଆସି କରମଣ୍ଡଳକୁ ଧକ୍କା ଦେଇଥିଲା । ରାତି ପ୍ରାୟ 8ଟାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ମଧ୍ୟ କାର୍ଯ୍ୟ ଶେଷ ହୋଇନାହିଁ । ବର୍ତ୍ତମାନ ସୁଦ୍ଧା 238 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଘୋଷଣା କରାଯାଇଥିବା ବେଳେ 900ରୁ ଊର୍ଦ୍ଧ୍ବ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଏବେ ବି ମୃତ୍ୟୁର ଗାଡି ତଳେ ଅନେକ ଚାପି ହୋଇ ରହିଛନ୍ତି । ଏହି ଦୁର୍ଘଟଣା ଓଡିଶାକୁ କାହିଁକି ପୁରା ବିଶ୍ବକୁ ଦୋହଲାଇ ଦେଇଛି । ଅନେକ ପରିବାର ନିଜ ଲୋକଙ୍କୁ ହରାଇ ବୁକୁଫଟା ଚିତ୍କାର କରୁଥିବା ବେଳେ ଆଉ କିଏ ନିଜ ପରିଜନକୁ ଖୋଜିଦେବା ପାଇଁ ପ୍ରଶାସନକୁ ନେହୁରା ହେଉଛି । ତେବେ ସବୁଠାରୁ ବଡ କଥା ଆପଣ କଣ ଜାଣିଛନ୍ତି, ଟ୍ରେନ ଦୁର୍ଘଟଣା ହୁଏ କାହିଁକି?

ରେଳ ଦୁର୍ଘଟଣାର କାରଣ ?: କହିବାକୁ ଗଲେ ଟ୍ରେନ ଦୁର୍ଘଟଣାର ଅନେକ ଦିଗ ରହିଛି । ଏହା ପଛରେ ଯାନ୍ତ୍ରିକ ତ୍ରୁଟି, କାର୍ଯ୍ୟକ୍ଷମ ବା ମନୁଷ୍ୟକୃତ ଦୁଇଟି ମୁଖ୍ୟ ସମସ୍ୟା ବୋଲି ବିବେଚନା କରାଯାଇଥାଏ । ସିଗନାଲ ନଜାଣିପାରି ଟ୍ରେନ ଦୁର୍ଘଟଣା ହେଉଥିବା ବେଳେ କିଛି ସମୟରେ ପାଇଲଟଙ୍କ ମୁର୍ଖାମି ଯୋଗୁ ମଧ୍ୟ ଦୁର୍ଘଟଣା ହୋଇଥାଏ । ଟ୍ରେନର ଡ୍ରାଇଭରଙ୍କୁ ଟ୍ରେନ ଚଳାଇବା ସମୟରେ ସିଗନାଲ ଦିଆଯାଇଥାଏ । ରେଲୱେ କଣ୍ଟ୍ରୋଲ ରୁମରେ ଏକ ବଡ଼ ଡିସପ୍ଲେ ଲାଗିଥାଏ । କେଉଁ ଟ୍ରେନ କେଉଁ ଟ୍ରାକରେ ରହିଛି ଏବଂ ପରବର୍ତ୍ତି ସମୟରେ କେଉଁ ଟ୍ରାକକୁ ପରିବର୍ତ୍ତନ କରିବ ତାହାର ସବିଶେଷ ସୂଚନା ସେଥିରେ ଦୃଶ୍ୟମାନ ହୋଇଥାଏ । ସେଥିରେ ସବୁଜ ଓ ଲାଲ ରଙ୍ଗର ଲାଇଟ୍ ମାଧ୍ୟମରେ ସବୁ ଜଣାପଡ଼ିଥାଏ । ଯଦି ଟ୍ରେନ ଚାଲୁଥିବା ଟ୍ରାକରେ ଅନ୍ୟ କୌଣସି ଟ୍ରେନ ଯାଉଛି ତାହାଲେ ଲାଲ ରଙ୍ଗର ସିଗନାଲ ଦେଖାଯାଇଥାଏ ।

ଯଦି ଲାଇନ କ୍ଲିୟର ଥିବା ବା ଟ୍ରାକରେ କୌଣସି ଟ୍ରେନ ଯାଉନଥିବ ତାହେଲେ ଗ୍ରୀନ ସିଗନାଲ ଦେଖାଇଥାଏ । ଏନେଇ କଣ୍ଟ୍ରୋଲ ରୁମ ପକ୍ଷରୁ ଟ୍ରେନର ପାଇଲଟ ବା ଲୋକପାଇଲଟକୁ ସବିଶେଷ ସୂଚନା ଦିଆଯାଇଥାଏ । କିନ୍ତୁ ଅନେକ ସମୟରେ ବୈଷୟିକ ତ୍ରୁଟି କାରଣରୁ ଡିସପ୍ଲେରେ ଟ୍ରେନର ସିଗନାଲ ଠିକ୍ ଭାବେ ଦୃଶ୍ୟମାନ ହୋଇନଥାଏ । ଫଳରେ ଦୁଇଟି ଟ୍ରେନ ଗୋଟିଏ ଟ୍ରାକକୁ ଚାଲିଆସିବା ଫଳରେ ଅଚାନକ ଭୟଙ୍କର ଦୁର୍ଘଟଣା ହୋଇଥାଏ । ଅନ୍ୟପଟେ ମନଷ୍ୟକୃତ କାରଣ ବା ଲୋକପାଇଲଟ ସିଗନାଲ ନଦେଖିବା କାରଣରୁ ମଧ୍ୟ ଏଭଳି ଭୟଙ୍କର ଦୁର୍ଘଟଣା ହୋଇଥାଏ । କିନ୍ତୁ ଏହି କାରଣ ଯୋଗୁଁ ପ୍ରାୟ ଦୁର୍ଘଟଣା ହୋଇନଥାଏ । ତେବେ ଗତକାଲି କାଳରାତ୍ରୀରେ ହୋଇଥିବା ଦୁର୍ଘଟଣା ପାଇଁ ଯାନ୍ତ୍ରିକ ତ୍ରୁଟି ଦାୟୀ ବୋଲି ଜଣାପଡିଛି । କିନ୍ତୁ ଏହା ପଛର ସତ୍ୟତା କଣ ତାହା ତଦନ୍ତ ପରେ ଜଣାପଡିବ।

ସନ୍ଧ୍ୟାରେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ, ଏସଆରସି, ଅଗ୍ନିଶମ ଡିଜି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । କେଉଁ ପରିସ୍ଥିତିରେ ଏତେ ବଡ ଦୁର୍ଘଟଣା ଘଟିଲା ସେନେଇ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାହାନଗା ରେଳ ଦୁର୍ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

କୁହାଯାଉଛି କରମଣ୍ଡଳ ପାଇଁ କାଳ ଶୁକ୍ରବାର: ପୁଣି ଦୋହରିଛି 14 ବର୍ଷ ତଳର ବିଭୀଷିକା । ସେହି ଶୁକ୍ରବାର କାଳ ରାତ୍ରୀରେ ଯେଉଁ ଦୁର୍ଘଟଣା ଘଟିଥିଲା ଗତକାଲି( ଶୁକ୍ରବାର) ରାତିରେ ମଧ୍ୟ ସମାନ ଘଟଣା ଘଟିଛି କରମଣ୍ଡଳ ସହ। 2009 ଫେବୃଆରୀ 23 ତାରିଖରେ(ଶୁକ୍ରବାର) ଯାଜପୁର ରୋଡ ନିକଟରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଥିଲା । ପ୍ରାୟ 16 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 150ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ହାଓ୍ବଡାରୁ ଚେନ୍ନାଇ ଯାଉଥିବା ବେଳେ ଲାଇନଚ୍ୟୁତ ହୋଇ 13ଟି ବଗି ଓଲଟି ପଡିଥିଲା । ଲାଗୁଛି ଆଜି ବି ସମାନ କାଳରାତ୍ରୀଙ୍କ କାହାଣୀ ହୋଇଛି । 14 ବର୍ଷର ଘଟଣାକୁ ମନେ ପକାଇଲେ ଲାଗୁଛି କରମଣ୍ଡଳ ପାଇଁ କାଳ ଶୁକ୍ରବାର ।

ଏହା ମଧ୍ୟ ପଢନ୍ତୁ: Odisha Train Accident Live Update: ମୃତ୍ୟୁ ସଂଖ୍ୟା ୨୩୮କୁ ବୃଦ୍ଧି, ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିବେ ମୋଦି

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.