ETV Bharat / science-and-technology

X Ads revenue share program: ଏଣିକି ଭେରିଫାଇଡ କମ୍ପାନୀଙ୍କୁ ମିଳିବ ଟଙ୍କା, ନ୍ୟୁଜ ଚାନେଲ ହୋଇପାରିବେ ସାମିଲ - ନ୍ୟୁଜ ଚାନେଲ ଏକ୍ସରୁ ଟଙ୍କା ରୋଜଗାର କରିପାରିବେ

ଏଣିକି ଭେରିଫାଇଡ କମ୍ପାନୀ ମଧ୍ୟ Xରୁ ରୋଜଗାର କରିପାରିବେ ଟଙ୍କା। ଏହି ଘୋଷଣା କରିଲେ ଏଲନ ମସ୍କ

X Ads revenue share program
X Ads revenue share program
author img

By ETV Bharat Odisha Team

Published : Aug 24, 2023, 5:06 PM IST

ହାଇଦ୍ରାବାଦ: ଟ୍ବିଟର(ବର୍ତ୍ତମାନର X)କୁ କିଣିବା ପରେ ଏଲନ ମସ୍କ ଆପରେ ପରିବର୍ତ୍ତନ ଜାରି ରଖିଛନ୍ତି। ଗତ କିଛିଦିନ ପୂର୍ବରୁ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରି ୟୁଜର୍ସଙ୍କୁ ଆକୃଷ୍ଟ କରିଥିବା ବେଳେ ଏବେ ଆଉ ଏକ ଅଫର ଦେଇଛନ୍ତି ମସ୍କ। ଏଣିକି ଭେରିଫାଇଡ କମ୍ପାନୀ ମଧ୍ୟ ଏକ୍ସରୁ ଟଙ୍କା ରୋଡଗାର କରିପାରିବେ। ଏନେଇ ଆଜି ଟ୍ବିଟ କରି ସୂଚନା ଦେଇଛନ୍ତି ଏଲନ ମସ୍କ।

  • Our advertising revenue share program also applies to organizations (news or otherwise) who wish to participate

    — Elon Musk (@elonmusk) August 23, 2023 " class="align-text-top noRightClick twitterSection" data=" ">

କହିରଖୁଛୁ କି, ADS ରେଭେନ୍ୟୁ ପ୍ରୋଗ୍ରାମ ଦ୍ବାରା ୟୁଜର୍ସ ଏହି ପ୍ଲାଟଫର୍ମରୁ ପଇସା ରୋଜଗାର କରିଛାଆନ୍ତି। ବର୍ତ୍ତମାନ ଏହି ଅଫର ଭେରିଫାଇଡ କମ୍ପାନୀଙ୍କୁ ମଧ୍ୟ ଦେଇଛି। ମସ୍କ ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, "ଭେରିଫାଇଡ ସଂସ୍ଥା ବା କମ୍ପାନୀ ADS ରେଭେନ୍ୟୁ ପ୍ରୋଗ୍ରାମର ପାଇଁ ଆବେଦନ କରିପାରିବେ। ଗଣାମାଧ୍ୟମ ସଂସ୍ଥା ବା ଅନୟ ବଡ ସଂସ୍ଥା ଯେଉଁମାନେ କି ଏକ୍ସର ସୁନେଲୀ ଟିକ ପାଇଛନ୍ତି ସେମାନେ ମଧ୍ୟ ପୋଷ୍ଟ ଅନୁସାରେ ପଇସା ପାଇପାରିବେ। ସଂସ୍ଥାଙ୍କ ପାଇଁ ଆବେଦନ କ୍ରାଇଟେରିଆ ସାଧାରଣ ୟୁଜର୍ସଙ୍କ ସହିତ ସମାନ ଅଟେ।

ଏହା ମଧ୍ୟ ପଢନ୍ତୁ: X Ads Revenue Program: Xରୁ ଟଙ୍କା ରୋଜଗାର ଆହୁରି ହେଲା ସହଜ, ପରିବର୍ତ୍ତନ ହେଲା ମନିଟାଇଜେସନ ପଲିସି

କିନ୍ତୁ ରହିଛି ଏହି ସର୍ତ୍ତ: ADS ରେଭେନ୍ୟୁ ପ୍ରୋଗ୍ରାମ ଦ୍ବାରା ଟଙ୍କା ରୋଜଗାର କରିବାକୁ ହେଲେ କିଛି ସର୍ତ୍ତ ମାନିବାକୁ ହେବ। ପ୍ରଥମତଃ ଆକାଉଣ୍ଟ ଭେରିଆଫାଇଡ ହେବା ସହିତ ଗତ 3 ମାସ ମଧ୍ୟରେ 5 ମିଲିୟନରୁ ଅଧିକ ପୋଷ୍ଟ ଇମ୍ପ୍ରେସନ୍ ରହିଥିବା ଆବଶ୍ୟକ। କିନ୍ତୁ ଯଦି ଦେଖିବା କୌଣସି ଲୋକପ୍ରିୟ ନ୍ୟୁଜ ଚାନେଲ କିମ୍ବା ସଂସ୍ଥା ପାଇଁ ଏହା ଜଟିଳ ସମସ୍ୟା ନୁହେଁ। ନ୍ୟୁଜ ଏଜେନ୍ସି ଅତି ସହଜରେ ଏହି ସୁବିଧା ପାଇପାରିବେ। ଏହା ବ୍ୟତୀତ, ଆକାଉଣ୍ଟରେ 500 ରୁ ଅଧିକ ଫୋଲର୍ସ ରହିବା ଉଚିତ। ତେବେ ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି କେବଳ ଫେରିଫାଇଡ ଆକାଉଣ୍ଟର ଇମ୍ପ୍ରେସନକୁ ହିଁ ହିସାବକୁ ନିଆଯିବ।

କେମିତି ମିଳିବ ଗୋଲ୍ଡ ଚେକମାର୍କ ବା ସୁନେଲୀ ଟିକ: ଏକ୍ସରେ ରହିଥିବା ଟିକ ମଧ୍ୟରୁ ସବୁଠାରୁ ମହଙ୍ଗା ଚେକମାର୍କ ହେଉଛି ସୁନେଲୀ ଚେକମାର୍କ। ଗୋଲ୍ଡ ଚେକମାର୍ଟ କମ୍ପାନୀମାନଙ୍କୁ ଦିଆଯାଇଥାଏ। ଚେକମାର୍ଟ ପାଇବା ପରେ ଉକ୍ତ ସଂସ୍ଥା ପୋଷ୍ଟ କ୍ଷେତ୍ରରେ ପ୍ରଥମେ ପ୍ରାଥମିକତା ପାଇଥାଆନ୍ତି। କମ୍ପାନୀ ପକ୍ଷରୁ ରୋଲଆଉଟ ହେଉଥିବା ସମସ୍ତ ଫିଚର ମଧ୍ୟ ପାଇଥାଆନ୍ତି।

ଏହା ମଧ୍ୟ ପଢନ୍ତୁ: Elon Musk on Chandrayaan-3: ହଲିଉଡ ଫିଲ୍ମ ଇଣ୍ଟରଷ୍ଟେଲର ଠାରୁ ଚନ୍ଦ୍ରଯାନ-3ର ବଜେଟ କମ, ଏଭଳି କହିଲେ ମସ୍କ

କହିରଖୁଛୁ କି ଗତ 11 ତାରିଖରେ ADS ରେଭେନ୍ୟୁ ପ୍ରୋଗ୍ରାମର ଏଲିଜିବିଲିଟି କ୍ରାଇଟେରିଆରେ ପରିବର୍ତ୍ତନ କରିଥିଲେ। ପ୍ଲାଟ୍‌ଫର୍ମରୁ ଟଙ୍କା ରୋଜଗାର କରିବାକୁ ହେଲେ ୟୁଜର୍ସଙ୍କୁ ନିଜ ଆକାଉଣ୍ଟରେ 500 ଫଲୋର୍ସ, 3 ମାସ ମଧ୍ୟରେ 5 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନ ଏବଂ ବ୍ଲୁ ଟିକ୍‌ ରହିବା ଆବଶ୍ୟକ । କିନ୍ତୁ ପୂର୍ବରୁ ଏହି ସଂଖ୍ୟା ଅଧିକ ରହିଥିଲା । ଏହା ପୂର୍ବରୁ 15 ମିଲିୟନ ଟ୍ବିଟ୍‌ ଇମ୍ପ୍ରେସନର ଆବଶ୍ୟକତା ରହିଥିଲା । ଏହା ବ୍ୟତୀତ ଓ୍ବିଥଡ୍ର ପଲିସିରେ ମଧ୍ୟ ପରିବର୍ତ୍ତନ କରିଛି । ଓ୍ବିଥ୍‌ଡ୍ରଲ ଲିମିଟକୁ 50 ଡଲାରରୁ କମ କରି 10 ଡଲାର କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.