ନୂଆଦିଲ୍ଲୀ: ଲଞ୍ଚ୍ ହେଲା ଲାଭା ଅଗ୍ନି 5G ସ୍ମାର୍ଟଫୋନ୍ । ଏହାର ଫିଚରକୁ ନେଇ ଲୋକମାନେ ଅଧିକରୁ ଅଧିକ ପସନ୍ଦ କରୁଛନ୍ତି । ବିଶ୍ବ ସ୍ତରୀୟ ସ୍ମାର୍ଟଫୋନ ବିକ୍ରି କ୍ଷେତ୍ରରେ ଭାରତୀୟ ମୋବାଇଲ ତିଆରି କମ୍ପାନୀ ମଧ୍ୟ ଏକ ନମ୍ବର ହୋଇପାରେ ତାହା ପ୍ରମାଣିତ କରିଛି ଲାଭ । ସ୍ମାର୍ଟଫୋନ ଇଣ୍ଟଷ୍ଟ୍ରିରେ ଏକ ନମ୍ବର ସ୍ଥାନକୁ ଆସିବାକୁ ପ୍ରୟାସ ଚଲାଇଛି ଲାଭା । ବର୍ତ୍ତମାନ ଲଞ୍ଚ ହୋଇଥିବା ଲାଭା ଅଗ୍ନି2 5G ସ୍ମାର୍ଟଫୋନ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳ ରହିଥିବାରୁ ଦିନକୁ ଦିନ ବିକ୍ରି ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।
ଏହି ଫୋନ୍ର ଡିଭାଇସ 8GB RAMରୁ ଆରମ୍ଭ ହୋଇ 16 GB ପର୍ଯ୍ୟନ୍ତ ରହିଛି । ଏହାସହ ଷ୍ଟୋରେଜ୍ 256 GB ରହିଛି । ଏକ ମିଡ୍ ସେଗ୍ମେଣ୍ଟ୍ ସ୍ମାର୍ଟଫୋନ୍ରେ ଯେଉଁ ସବୁ ଫିଚର୍ ରହିଥାଏ ଏଥିରେ ସମସ୍ତ ପ୍ରକାର ସୁବିଧା ରହିଛି । ଏହି ସ୍ମାର୍ଟଫୋନ୍ର ମୂଲ୍ୟ ବର୍ତ୍ତମାନ 21 ହଜାର 999 ଟଙ୍କା ରହିଥିବା ବେଳେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରେ 2 ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ରହିଛି । 19 ହଜାର 999 ଟଙ୍କାରେ ମଧ୍ୟ ଏହି ଫୋନ୍ ପାଇପାରିବେ ।
କଣ ରହିଛି ଏହି ଫୋନର ବିଶେଷତା:
ସର୍ବପ୍ରଥମେ, ଏଥିରେ ମିଡିଆଟେକର ସର୍ବଶେଷ ଡାଇମେନସିଟି 7050 ପ୍ରୋସେସର୍ ଅଛି, ଯାହା ଗେମ ଖେଳାଳିଙ୍କୁ ଆକୃଷ୍ଟ କରୁଛି। ଗେମ୍ ଖେଳିବା ସମୟରେ ଆପଣଙ୍କୁ ବାସ୍ତବତା ଭଳି ମନେହେବ । ଡାଇମେନସିଟି 7050 ମିଡିଆଟେକ 5G ଅଲଟ୍ରାସେଭରୁ କମ୍ ରହିଛି । ଷ୍ଟ୍ରିମର୍ମାନଙ୍କ ପାଇଁ ଏଥିରେ MiraVision 4K HDR ଭିଡିଓ ପ୍ରୋସେସିଂ ଦିଆଯାଇଛି । ଡିଭାଇସରେ ସୁପର-ଫାଷ୍ଟ ପ୍ରୋସେସିଙ୍ଗ ବ୍ୟବସ୍ଥା, ହାଇ-ରିଜୋଲ୍ୟୁସନ୍ ଡିସ୍ପ୍ଲେ ସହିତ ହାଇପରଇଞ୍ଜିନ ଗେମିଂ ଫିଚର ରହିଛି।
ଡିଭାଇସକୁ ସ୍ପିଡ୍ କରିବା ପାଇଁ ଏଥରେ ଉନ୍ନତ ଧରଣର ହାଇପର ଇଞ୍ଜିନ ରହିଛି । ଏଥିରେ ARM କର୍ଟେକ୍ସ- A78 ପ୍ରୋସେସର୍ ରହିଛି ଯାହାକି 2.6GHz ପର୍ଯ୍ୟନ୍ତ ଚାଲିପାରିବ । ହାଇପର-ଇଞ୍ଜିନ୍ ଗେମ ପାଇଁ 5G HSR ମୋଡ୍ ସହିତ 40 ପ୍ରତିଶତ ଜଲଦି ଡାଉନଲୋଡ୍ ହେବାର ସକ୍ଷମ ରହିଛି । ଗ୍ଲାସ୍ ବିରିଡିୟନ ରଙ୍ଗର ଡିଭାଇସରେ 120Hz ରିଫ୍ରେସ୍ ରେଟ୍ ସହ 6.78-ଇଞ୍ଚର ୱାଇଡ୍ ସ୍କ୍ରିନ୍ ରହିଛି । ଯାହାକି ମୋବାଇଲ ଗେମ୍ ଖେଳୁଥିୂବା ବ୍ୟକ୍ତିଙ୍କ ପାଇଁ ସହାୟକ ନିଶ୍ଚୟ ହେବ । ଡିସପ୍ଲେରେ 1.07 ବିଲିୟନ ରଙ୍ଗ ଅଛି ଏବଂ ୱିଡଭାଇନ୍ L1, HDR, HDR 10 ଏବଂ HDR10 ପ୍ଲସ୍କୁ ସପୋର୍ଟ କରିଥାଏ ।
ଏହା ମଧ୍ୟ ପଢନ୍ତୁ: ଟୋୟୋଟାକୁ ପଛରେ ପକାଇଲା ଟେସଲା, ଏହି ମଡେଲ କଲା ରେକର୍ଡ
ଏହାର ଅତି ପତଳା 2.3 ମିମି ତଳ ବେଜେଲ ଅଛି । ବେପର ଚାମ୍ବର କୁଲିଂ ଟେକ୍ନୋଲୋଜି ଏହା ନିଶ୍ଚିତ କରେ ଯେ, ଅଧିକ ସମୟ ପର୍ଯ୍ୟନ୍ତ ଗେମ୍ ଖେଳିଲେ ମଧ୍ୟ ଫୋନ୍ ଗରମ ହୁଏ ନାହିଁ । ଡିଜାଇନକୁ ଦେଖିବାକୁ ଗଲେ, ଏହା ଏକ ଏର୍ଗୋନୋମିକ୍ 3D ଡୁଆଲ୍ କର୍ବ ଡିଜାଇନ୍ ଭଳି ରହିଛି । ଫଳରେ ଫୋନ୍ ଧରିବା ପାଇଁ ହାତକୁ ଭଲ ଲାଗୁଥିବା ବେଳେ ଆଉଟଫିଟ ମଧ୍ୟ ଆକର୍ଷଣୀୟ ରହିଛି । ଅଗ୍ନି 2 ପ୍ରିମିୟମ୍ 3D ଗ୍ଲାସ୍ ବ୍ୟାକ୍ ଡିଜାଇନ୍ ସହିତ ମ୍ୟାଟ୍ ଫିନିଶ୍ ସହିତ ଆସିଥାଏ । କ୍ୟାମେରା କଥା କହିବାକୁ ଗଲେ 1.0-ମାଇକ୍ରୋନ ପିକ୍ସେଲ୍ ସେନ୍ସର୍ ସହିତ, ଲାଭା ଅଗ୍ନି-2ରେ ସୁପର 50MP କ୍ୱାଡ୍ କ୍ୟାମେରା ରହିଛି ।
ଡିଭାଇସ୍ ଆଣ୍ଡ୍ରଏଡ୍ 14 ଏବଂ 15କୁ ଅପଡେଟ୍ କରିବା ପାଇଁ କୁହାଯିବା ସହ ତିନିମାସ ପାଇଁ କୌଣସି ପରବର୍ତ୍ତନ ହେବ ନାହିଁ ବୋଲି କୁହାଯାଇଛି । ଅଗ୍ନି-2ର ବ୍ୟାଟେରୀ 4700 mAh ହୋଇଥିବା ବେଳେ ଚାର୍ଜର 66 ୱାଟ୍ର ରହିଛି । ଏହି ଆଡଭାନ୍ସଡ୍ ସ୍ମାର୍ଟ ଫୋନ୍ରେ ଫାଷ୍ଟ ଚାର୍ଜିଂ ଫିଚର ରହିଛି । 40 ମିନିଟରେ 100 ପ୍ରତିଶତ ଚାର୍ଜ ହେଉଛି ସ୍ମାର୍ଟ ଫୋନ୍ । ହାର୍ଡଓ୍ବେର୍ରେ କୌଣସି ସମସ୍ୟା ହେଲେ କମ୍ପାନୀର ଓ୍ବାରେଣ୍ଟି ସୁବିଧା ରହିଛି ଏବଂ କେତେକାଂଶରେ ମାଗଣାରେ ରିପ୍ଲେସମେଣ୍ଟର ସୁବିଧା ମଧ୍ୟ ରହିଛି । ଅଗ୍ନି 2 5G ବ୍ୟବହାର କରିବା ଏକ ଉତ୍ତମ ନୂଆ ଅଭିଜ୍ଞତା ପାଇ ପାରିବେ ୟୁଜର୍ସ, କାରଣ ଏହା ପ୍ରକୃତରେ ପ୍ରଥମ ଭାରତୀୟ ସ୍ମାର୍ଟଫୋନ୍ ଯେଉଁଥିରେ ଏକ ମଧ୍ୟମ ସେଗ୍ମେଣ୍ଟ୍ ଡିଭାଇସ୍ ପାଖରେ ପ୍ରାୟ ସବୁକିଛି ଫିଚର ଅଛି । ଏହି ଲାଭା ଡିଭାଇସ୍ ବ୍ୟବହାର କରି ଜଣେ ଆପଣ ୟୁଜର କେବେ ନିରାଶ ହେବେ ନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ