ETV Bharat / science-and-technology

Google Meet New feature, ଏଣିକି ଗୁଗୁଲ ମିଟ୍ ବ୍ୟବହାରକାରୀ ନିଜକୁ ମ୍ୟୁଟ୍ ଏବଂ ଅନମ୍ୟୁଟ୍ କରିପାରିବେ

Google Meet ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଆଣିଲା କମ୍ପାନୀ New feature from Google Meet । ଏଣିକି ମିଟ୍ ବ୍ୟବହାରକାରୀମାନେ Meet users ନିଜକୁ ମ୍ୟୁଟ୍ ଏବଂ ଅନମ୍ୟୁଟ୍ କରିପାରିବେ । ଅଧିକ ପଢନ୍ତୁ

author img

By

Published : Aug 29, 2022, 10:38 PM IST

Google Meet New feature, ଏଣିକି ଗୁଗୁଲ ମିଟ୍ ବ୍ୟବହାରକାରୀ ନିଜକୁ ମ୍ୟୁଟ୍ ଏବଂ ଅନମ୍ୟୁଟ୍ କରିପାରିବେ
Google Meet New feature, ଏଣିକି ଗୁଗୁଲ ମିଟ୍ ବ୍ୟବହାରକାରୀ ନିଜକୁ ମ୍ୟୁଟ୍ ଏବଂ ଅନମ୍ୟୁଟ୍ କରିପାରିବେ

ସାନ ଫ୍ରାନ୍ସିସ୍କୋ: Google Meet ବ୍ୟବହାରକାରୀଙ୍କ ପାଇଁ ନୂଆ ଫିଚର୍ସ ଆଣିଲା କମ୍ପାନୀ(New feature from Google Meet) । ଟେକ୍ ଜିଆଣ୍ଟ୍ ଗୁଗୁଲ୍ ଘୋଷଣା କରିଛି ଯେ ମିଟ୍ ବ୍ୟବହାରକାରୀମାନେ(Meet users) ଖୁବ୍ ଶୀଘ୍ର ସ୍ପେସ୍ ବାର୍ ମାଧ୍ୟମରେ ଭିଡିଓ କଲିଂରେ ନିଜକୁ ଅନ୍‌ମ୍ୟୁଟ୍(unmute) କରିବାରେ ସକ୍ଷମ ହେବେ ଏବଂ ପୁନର୍ବାର ମ୍ୟୁଟ୍(mute)କରିପାରିବେ। କମ୍ପାନୀ କହିଛି ଯେ, ଉପଭୋକ୍ତାମାନେ କିଛି କହିବାକୁ ଚାହୁଁଥିଲେ ତୁରନ୍ତ ଅନ୍ମୁଟ୍ କରି ମିଟିଂ ବା ବୈଠକରେ ନିଜର ପକ୍ଷ ରଖିବା ସହଜ ହେବ ।

କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ କହିଛି, "ଏହି feature ଏପରି ପରିସ୍ଥିତିରେ ମଧ୍ୟ ସାହାଯ୍ୟ କରିବ ଯେଉଁଠାରେ ଆପଣ ନିଜକୁ ଅନ୍-ମ୍ୟୁଟ୍ କରିବା ପରେ ପୁନର୍ବାର ମ୍ୟୁଟ୍ କରିବାକୁ ଭୁଲିଯାଇଥାନ୍ତି । ଏହି feature ଡିଫଲ୍ଟ ଭାବରେ ଅଫ୍ ଅଟେ ଏବଂ ଗୁଗୁଲ୍ ମିଟ୍ ସେଟିଂ(Google Meet settings)ସମୂହରେ ସକ୍ଷମ ହୋଇପାରିବ । "ଗୁଗୁଲ୍ ମିଟ୍ ହାର୍ଡୱେର୍ ଡିଭାଇସ୍ ପାଇଁ "Hey Google" ଭଏସ୍ କଣ୍ଟ୍ରୋଲ୍ କିପରି କାମ କରେ ତାହା ପରିବର୍ତ୍ତନ ହୋଇଥିବା କମ୍ପାନୀ କହିଛି । ଏହି Update ସହିତ ଗୁଗୁଲ୍ ଆସିଷ୍ଟାଣ୍ଟ ସେତେବେଳେ ଆକ୍ଟିଭ ରହିବ, ଯେତେବେଳ ଡିଭାଇସଟି କୌଣସି ବୈଠକରେ ନଥିବ ଏବଂ ଆଗାମୀ ବୈଠକର 10 ମିନିଟ୍ ମଧ୍ୟରେ କାର୍ଯ୍ୟ କରିବ ବୋଲି କମ୍ପାନୀ କହିଛି ।

ଗୁଗୁଲ୍ ମଧ୍ୟ ଆଉ ଏକ ନୂତନ feature ଲଞ୍ଚ କରିଛି, ଯାହା ଆପଣଙ୍କୁ ଉଚ୍ଚ-କ୍ଷମତା(high-performance ) ସମ୍ପନ୍ନ କଷ୍ଟମ୍ ଫଙ୍କସନ୍ କ୍ରିଏଟ କରିବାକୁ ଅନୁମତି ଦେଇଥାଏ, ଯାହା ବିଲ୍ଟ-ଇନ୍ ସିଟ୍(built-in Sheets) ଫର୍ମୁଲାକୁ ସମର୍ଥନ କରେ । କମ୍ପାନୀ କହିଛି ଯେ, ଗୁଗୁଲ୍ ୱାର୍କସ୍ପେସରେ ସଂଗଠନ ଏବଂ ଉପଭୋକ୍ତାଙ୍କର ମାଲିକାନା ଥିବା ସେୟାର୍ ଡ୍ରାଇଭ୍ ମଧ୍ୟରେ ବିଷୟବସ୍ତୁ ଅପଲୋଡ୍ କରିବାକୁ କିମ୍ବା ଫାଇଲ ସୃଷ୍ଟି କରିବାକୁ ବ୍ୟବହାରକାରୀମାନେ ବର୍ତ୍ତମାନ visitor sharing ବ୍ୟବହାର କରି non-Google ବ୍ୟବହାରକାରୀଙ୍କୁ allow କରିପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.