ETV Bharat / science-and-technology

ଚାକିରି ନେଉଛି AI, ମାସକରେ 4000 ଛଟେଇ - ଚାକିରି ନେଉଛି AI

ଆମେରିକାରେ ମାସକରେ ପ୍ରାୟ 4000 ଲୋକଙ୍କ ଚାକିରି ଛଡେଇ ନେଇଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଏନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

AI
AI
author img

By

Published : Jun 5, 2023, 10:31 AM IST

ଓ୍ବାଶିଂଟନ: ଛଟେଇ କରୁଛି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(AI)। ଆମେରିକାରେ ମାସକରେ ପ୍ରାୟ 4000 ଲୋକଙ୍କ ଚାକିରି ଛଡେଇ ନେଇଛି ଏଆଇ । ଏନେଇ ଚାଲେଞ୍ଜର ଗ୍ରେ' ଆଣ୍ଡ୍‌ କଷ୍ଟମାସ ପକ୍ଷରୁ ଜାରି କରାଯାଇଥିବା ଏକ ରିପୋର୍ଟରେ ଦର୍ଶାଯାଇଛି ।

ଏକ ନୂତନ ରିପୋର୍ଟରେ କୁହାଯାଇଛି ଯେ, ଗତ କିଛି ମାସ ଧରି ଟେକ୍ ନିଯୁକ୍ତି ନେଇ ବଜାର ବହୁତ ଅସ୍ଥିର ଥିଲା ଏବଂ ଚାଟ୍ ଜିପିଟି, ଏଆଇ ଉପକରଣଗୁଡ଼ିକ ଲଞ୍ଚ ହେବା ଦିନଠାରୁ ସ୍ଥିତି ଆହୁରି ଚ୍ୟାଲେଞ୍ଜିଂ ହୋଇପଡିଛି । ନଭେମ୍ବର 2022ରେ OpenAI, ChatGPT ଆରମ୍ଭ କରିଥିଲା ​​ଏବଂ ଗୁଗୁଲ୍ ଏବଂ ମାଇକ୍ରୋସଫ୍ଟ ଚଳିତ ବର୍ଷ ଫେବୃଆରୀରେ ତାର AI(Artificial Intelligence) ଟେକ୍ନୋଲୋଜୀ ବାର୍ଡ ଏବଂ ବିଙ୍ଗ୍‌ ଲଞ୍ଚ୍‌ କରିଥିଲା । ଏହି ତିନୋଟି AI ସାଧନ ଆରମ୍ଭରୁ tech ଜଗତର ଚର୍ଚ୍ଚା ହୋଇଆସୁଛି ଏବଂ ଆଜି ଅଧିକରୁ ଅଧିକ କମ୍ପାନୀ ସେମାନଙ୍କ ସୁବିଧା ପାଇଁ AI ବ୍ୟବହାର କରୁଛନ୍ତି । ଏହାରି ଭିତରେ 4000 କର୍ମଚାରୀ ଚାକିରି ହରାଇଥିବା କୁହାଯାଇଛି ।

ଏହାକୁ ନେଇ ଆମେରିକାର ନିଯୁକ୍ତି ଦାତାମାନେ କହିଛନ୍ତି, 3ହଜାର 900 କର୍ମଚାରୀ ଛଟେଇ ପାଇଁ କେବଳ ଏଆଇ ଦାୟୀ । ରିପୋର୍ଟରେ କୁହାଯାଇଛି, ଜାନୁଆରୀରୁ ମେ ମାସ ମଧ୍ୟରେ ପ୍ରାୟ 4 ଲକ୍ଷ 17 ହଜାର 500 କର୍ମଚାରୀ ଛଟେଇ ହୋଇଛନ୍ତି । ଯାହାକି 2020 ମସିହା ପରଠୁ ଏହା ସର୍ବାଧିକ ଛଟେଇ । 2020 ମସିହାରୁ 2022 ଯାଏଁ କେବେ ମଧ୍ୟ ଏତେ ସଂଖ୍ୟାରେ ଛଟେଇ ହୋଇନଥିଲା । କେବେଳ କୋଭିଡ ପାଇଁ ହିଁ 14 ଲକ୍ଷ କର୍ମଚାରୀ ଚାକିରି ହରାଇଥିଲେ । ଏହାପରେ 2023ରେ ଏହା ସର୍ବାଧିକ ଛଟେଇ । ତେବେ ମାନ୍ଦାବସ୍ଥା ଯୋଗୁଁ ଏବେ କୌଣସି କମ୍ପାନୀରେ ଛଟେଇ କରାଯାଉନଥିବା କହିଛନ୍ତି ଚାଲେଞ୍ଜର ଗ୍ରେ' ଆଣ୍ଡ୍‌ କଷ୍ଟମାସର ଉପାଧ୍ୟକ୍ଷ ।

ଏହା ମଧ୍ୟ ପଢନ୍ତୁ: WhatsApp New Updates: ହ୍ବାଟ୍ସଆପରେ ଚାଟିଂ କରିବା ଆହୁରି ହେବ ମଜାଦାର, ବଦଳିବ କିବୋର୍ଡ

ଅନ୍ୟଦିଗକୁ ଦେଖିବାକୁ ଗଲେ ବ୍ୟବସାୟ ବନ୍ଦ ହେବା ଯୋଗୁଁ ମଧ୍ୟ ଅନକେ ଛଟେଇ ହୋଇଛି । ବ୍ୟବସାୟ ବନ୍ଦ କାରଣରୁ 19 ହଜାର 600 ଲୋକ ନିୟୁକ୍ତି ହରାଇଛନ୍ତି । ତେବେ ଏତେ ମାତ୍ରାରେ ଚାକିରି ହରାଇବା ପଛରେ କେବଳ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହିଁ ଦାୟୀ ବୋଲି କୁହାଯାଇଛି । ସୃଜନାମତ୍ମକ କାର୍ଯ୍ୟ ଏବଂ ବିଭିନ୍ନ କାର୍ଯ୍ୟକୁ ଅଟୋମେଟିକ କରାଇବା ପାଇଁ ସାରା ବିଶ୍ବର ଜଣାଶୁଣା ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଆପଣାଉଥିବା ବେଳେ ଏହା ହିଁ ଛଟେଇର ଅନ୍ୟତମ କାରଣ ବୋଲି ଚାଲେଞ୍ଜର ଗ୍ରେ' ଆଣ୍ଡ କଷ୍ଟମାସ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି । ନିଯୁକ୍ତିଦାତା ଚାଟ୍‌ ଜିପିଟି ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେବା ପରେ କପିରାଇଟ ଜୀବିକା ହରାଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା । ସେହିପରି ଆର୍ଟିକଲ୍‌ ଲେଖିବା ପାଇଁ ମିଡିଆ କମ୍ପାନୀ ସିଏନଇଟି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବ୍ୟବହାର କରିବା ପରେ କିଛି ଖବରଦାତା ମଧ୍ୟ ଛଟେଇ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.