ETV Bharat / science-and-technology

NASA Moon Rocket Back: ପୁଣି ଥରେ ଆର୍ଟେମିସ ପରୀକ୍ଷଣ ସ୍ଥଗିତ

ପୁଣି ଥରେ ସ୍ଥଗିତ ରହିବ NASAର ବହୁ ପ୍ରତିକ୍ଷିତ ମୁନ୍ ରକେଟ ଆର୍ଟେମିସର ପରୀକ୍ଷଣ(Artemis-1 moon rocket) । ଅଧିକ ପଢନ୍ତୁ

NASA moon rocket back: ପୁଣି ଥରେ ସ୍ଥଗିତ ରହିଲା ଆର୍ଟେମିସ ପରୀକ୍ଷଣ

author img

By

Published : Sep 28, 2022, 1:38 PM IST

ୱାଶିଂଟନ: ଚଳିତ ମାସ ହେବନି NASAର ବହୁ ପ୍ରତିକ୍ଷିତ ମୁନ୍ ରକେଟ ଆର୍ଟେମିସର ପରୀକ୍ଷଣ(Artemis-1 moon rocket) । ଫ୍ଲୋରିଡା ଆଡକୁ ଆସୁଥିବା ଘୂର୍ଣ୍ଣିବଳୟ ଇଆନ(Hurricane Ian) କାରଣରୁ ଲଞ୍ଚ୍ ପ୍ରକ୍ରିୟାକୁ ପୁଣି ଥରେ ସ୍ଥଗିତ ରଖିଛି ଗବେଷଣା ସଂସ୍ଥାନ । ସଦ୍ୟତମ ସୂଚନା ଅନୁସାରେ, ଘୂର୍ଣ୍ଣିବଳୟ କାରଣରୁ ଆମେରିକା ଗବେଷଣା ସଂସ୍ଥାନ ନାସା(American Space Agency NASA) ପକ୍ଷରୁ ଶେଷରେ ଚନ୍ଦ୍ର ରକେଟକୁ ଲଞ୍ଚ ପ୍ୟାଡରୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର ନେଇ ନିଷ୍ପତ୍ତି ନିଆଯାଇଛି(NASA moon rocket back) । ଫଳରେ ନଭେମ୍ବର ମଧ୍ୟଭାଗ ସୁଦ୍ଧା ପରୀକ୍ଷଣ ସମ୍ଭବପର ହୋଇନପାରେ ବୋଲି ସଂସ୍ଥାନ ପକ୍ଷରୁ ସୂଚନା ମିଳିଛି ।

ଏକ ମାସରୁ ଅଧିକ ସମୟ ଲଞ୍ଚରେ ରହିବା ଏବଂ ଦୁଇଟି ସ୍କ୍ରବ୍ ଲଞ୍ଚ ପ୍ରୟାସ ସ୍ଥଗିତ ରହିବା ପରେ ଓରିଅନ୍ ମହାକାଶଯାନ ସହିତ ସ୍ପେସ୍ ଲଞ୍ଚ ସିଷ୍ଟମ୍ ଯାନ ଆସେମ୍ବଲି ବିଲଡିଂକୁ ସ୍ଥାନାନ୍ତରିତ ହେବ । ଆର୍ଟେମିସ୍ ମିଶନ ପରିଚାଳକମାନେ କେନେଡି ସ୍ପେସ୍ ସେଣ୍ଟର ପାଣିପାଗ ପୂର୍ବାନୁମାନ ଉପରେ ଆଧାର କରି ମଙ୍ଗଳବାର ମହାକାଶଯାନକୁ ଲଞ୍ଚ ପ୍ୟାଡରୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି ।

ନାସାର ଅଧିକାରୀ ଜିମ ଫ୍ରି(NASA official Jim Free) କହିଛନ୍ତି ଯେ, ଅକ୍ଟୋବରରେ ଉତକ୍ଷେପଣ ଉଦ୍ୟମ ପାଇଁ ରକେଟକୁ ଅପଗ୍ରେଡ୍(ନବୀକରଣ) କରିବା ଏବଂ ଏହାକୁ ପ୍ୟାଡକୁ ଫେରାଇବା କଷ୍ଟକର ହେବ । ବ୍ୟାଟେରୀକୁ ସତେଜ ରଖିବା ବିଶେଷ ଆହ୍ବାନପୂର୍ଣ୍ଣ ରହିବ, ଫ୍ରି ଉଲ୍ଲେଖ କରିଛନ୍ତି ଯେ, ଅକ୍ଟୋବର ମଧ୍ୟଭାଗରେ ଏକ ଲଞ୍ଚ ପ୍ରୟାସ କରାଯାଇପାରେ । ପରବର୍ତ୍ତୀ ଦୁଇ ସପ୍ତାହ କିମ୍ବା ନଭେମ୍ବର 12 ମଧ୍ୟରେ ଲଞ୍ଚ ହୋଇପାରେ ।

ତେବେ ସ୍ପେସ୍ ଲଞ୍ଚ୍ ସିଷ୍ଟମ୍(Space Launch System, SLS) ରକେଟ୍ ଏକ ମାସ ପୂର୍ବରୁ ପରୀକ୍ଷଣ ହୋଇଥାନ୍ତା, କିନ୍ତୁ ଇନ୍ଧନ ଲିକ୍ ଏବଂ ଇଞ୍ଜିନ ସମସ୍ୟା କାରଣରୁ ଦୁଇଥର ସ୍ଥଗିତ ରଖାଯାଇଥିଲା । ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍‌କ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍‌କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁପାର୍ଶ୍ବକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।

ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତ୍‌କ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । ୪.୧ ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ଚନ୍ଦ୍ର-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀଙ୍କ(Twin Sister) ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ବାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ବରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ର ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.