ETV Bharat / science-and-technology

NASA's James Webb Telescope ପଠାଇଲା ପିଲରସ୍ ଅଫ୍ କ୍ରିଏସନ୍‌ର ମନଲୋଭା ଫଟୋ

author img

By

Published : Oct 21, 2022, 7:36 AM IST

'ପିଲରସ୍ ଅଫ୍ କ୍ରିଏସନ୍'ର ସର୍ବୋତ୍ତମ ଚିତ୍ର ପଠାଇଲା ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍(NASA James Webb takes star filled portrait of Pillars of Creation) । ଅଧିକ ପଢନ୍ତୁ

NASA's James Webb Telescope ପ୍ରେରଣ କଲା ପିଲରସ୍ ଅଫ୍ କ୍ରିଏସନ୍‌ର ସୁନ୍ଦର ଚିତ୍ର

ନ୍ୟୁୟର୍କ: ବ୍ରହ୍ମାଣ୍ଡର ଏକ ଆକର୍ଷଣୀୟ ଚିତ୍ର ପଠାଇଛି ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ । ନାସାର ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ 'ପିଲରସ୍ ଅଫ୍ କ୍ରିଏସନ୍'ର ସର୍ବୋତ୍ତମ ଚିତ୍ର ପ୍ରେରଣ କରିଛି(NASA James Webb takes star filled portrait of Pillars of Creation) । ଏହି ଫଟୋ ଗୁଡ଼ିକରେ, ଗ୍ୟାସ୍ ଏବଂ ଧୂଳିର ଘନ ମେଘ ମଧ୍ୟରେ ନୂତନ ତାରାମାନେ ସୃଷ୍ଟି ହେଉଥିବା ଦେଖାଯାଉଛି ।

ସ୍ପେସ୍ ଏଜନ୍ସି ଅନୁସାରେ ଥ୍ରୀ-ଡାଇମେନ୍ସନାଲ୍ ସ୍ତମ୍ଭ ଗୁଡିକ ବଡ଼ ପଥର ପରି ଦେଖାଯାଏ, କିନ୍ତୁ ଏହା ଅଧିକ ବିସ୍ତାରଯୋଗ୍ୟ । ନାସା କହିଛି ଯେ, ଏହି ସ୍ତମ୍ଭ ଗୁଡ଼ିକ ଶୀତଳ ଇଣ୍ଟରଷ୍ଟେଲର୍ ଗ୍ୟାସ(Interstellar Gas) ଏବଂ ଧୂଳିରେ ଗଠିତ, ଯାହା ବେଳେବେଳେ ନିକଟ ଇନଫ୍ରାରେଡ୍ ଆଲୋକରେ ଅର୍ଦ୍ଧ-ସ୍ୱଚ୍ଛ ଦେଖାଯାଏ । ତେବେ Interstellar Gas ମୁଖ୍ୟତଃ ହାଇଡ୍ରୋଜେନ୍ ଗ୍ୟାସରେ ଭର୍ତ୍ତି ହୋଇଥାଏ । ଏଥିରେ ଅଧିକ ପରିମାଣରେ ହିଲିୟମ୍ ସମେତ୍ କମ୍ ପରିମାଣରେ କ୍ୟାଲସିୟମ୍, ସୋଡିୟମ୍, ଜଳ, ଆମୋନିୟା ଏବଂ ଫର୍ମାଲଡିହାଇଡ୍ ରହିଥାଏ । ଏଥିସହ ବହୁ ପରିମାଣର ଧୂଳି କଣିକା ମଧ୍ୟ ରହିଥାଏ ।

ଟେଲିସ୍କୋପ ଦ୍ୱାରା ନିଆଯାଇଥିବା ପ୍ରତିଛବିରେ ହଜାର ହଜାର ତାରକା ଉଜ୍ବଳ କରୁଥିବା ଦେଖିବାକୁ ମିଳିଛି, ଯେଉଁଠାରେ ସୁନେଲି, ତମ୍ବା ଏବଂ ବାଦାମୀ ରଙ୍ଗର ପିଲର୍ ବା ସ୍ତମ୍ଭ ଥିବା ଦେଖାଯାଉଛି । ଅନେକ ସ୍ତମ୍ଭର ଶେଷରେ ଉଜ୍ଜ୍ୱଳ ଲାଲ, ଲାଭା ପରି ଦାଗ ମଧ୍ୟ ରହିଛି । ନାସା ଏକ ବିବୃତ୍ତିରେ କହିଛି ଯେ, ଏଗୁଡିକ ତାରାଙ୍କ ନିର୍ଗମନ ଯାହା ବର୍ତ୍ତମାନ ସୁଦ୍ଧା ସୃଷ୍ଟି ହେଉଛି । ନାସା ଅନୁଯାୟୀ, ଯୁବ ତାରାମାନେ ପର୍ଯ୍ୟାୟକ୍ରମେ ମେଘ ସହିତ ମୁହାଁମୁହିଁ ହୁଅନ୍ତି ଯାହା ଏହି ମୋଟା ସ୍ତମ୍ଭ ପରି ଦେଖାଯାଏ । ବେଳେବେଳେ ଏହି ତାରା ଓ ମେଘ ସହ ବାଡେଇ ହେବା ପରେ ଏକ ଢେଉ ପରି ଦେଖାଯାଏ ।

ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍କୁ ବିଶ୍ବର ଅଗ୍ରଣୀ ସ୍ପେସ୍ ସାଇନ୍ସ ଅବଜରଭେଟୋରୀ କୁହାଯାଏ । ନାସା କହିଛି ଯେ, ଏହା ଆମର ସୌର ପ୍ରଣାଳୀର ରହସ୍ୟକୁ ସମାଧାନ କରିବ, ଅନ୍ୟ ତାରାମାନଙ୍କ ଚାରିପାଖରେ ଥିବା ଦୂର ଜଗତକୁ ଦେଖିବ ଏବଂ ଆମର ବ୍ରହ୍ମାଣ୍ଡର ରହସ୍ୟମୟ ଗଠନ ଏବଂ ଉତ୍ପତ୍ତି ଏବଂ ଏଥିରେ ଆମର ସ୍ଥାନ ଅନୁସନ୍ଧାନ କରିବ । ସମ୍ପ୍ରତି, ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପ୍ 30 ବର୍ଷରୁ ଅଧିକ ସମୟ ମଧ୍ୟରେ ନେପଚୁନ୍ ରିଙ୍ଗର ସ୍ପଷ୍ଟ ଦୃଶ୍ୟ କଏଦ କରିଥିଲା ​​।

କହିରଖୁଛୁ ଯେ, ପୃଥିବୀ ଠାରୁ 6,500 ଆଲୋକ ବର୍ଷ ଦୂରରେ ଆମର ଗାଲାକ୍ସିର ଇଗଲ୍ ନେବୁଲାରେ 'ପିଲରସ୍ ଅଫ୍ କ୍ରିଏସନ୍' ଅବସ୍ଥିତ । ହବଲ୍ ସ୍ପେସ୍ ଟେଲିସ୍କୋପ୍ ଏହି ସ୍ତମ୍ଭ ଗୁଡ଼ିକର ଫଟୋ ଉଠାଇଛି । ଏହାପୂର୍ବରୁ ଏହି ଟେଲିସ୍କୋପ 1995 ଏବଂ 2014 ରେ ଏପରି ଚିତ୍ର ଉଠାଇଥିଲା । ମାତ୍ର ଏକ ବର୍ଷ ତଳେ ମହାକାଶକୁ ଉତକ୍ଷେପଣ ହୋଇଥିବା ନୂତନ ଜେମ୍ସ ୱେବ୍ ସ୍ପେସ୍ ଟେଲିସ୍କୋପରେ ଇନଫ୍ରାରେଡ୍ କ୍ଷମତା ଯୋଗୁଁ ଅନେକ ନୂତନ ତାରକା ସ୍ତମ୍ଭର ଅନ୍ଧକାର ମାଧ୍ୟମରେ ସୃଷ୍ଟି ହେଉଥିବା ଦେଖିବାକୁ ମିଳେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.