ୱାଶିଂଟନ୍: ଆମେରିକୀୟ ସ୍ପେସ୍ ଏଜେନ୍ସି ନାସାର(American space agency NASA) ବହୁ ପ୍ରତିକ୍ଷୀତ ମୁନ୍ ରକେଟ୍ ଆର୍ଟେମିସ I(NASA Artemis I) ପରୀକ୍ଷଣର ତୃତୀୟ ପ୍ରୟାସ ପାଇଁ ଦିନ ଧାର୍ଯ୍ୟ କଲା ସଂସ୍ଥାନ । ଖବର ଅନୁଯାୟୀ, ଆସନ୍ତା ମାସ 14 ତାରିଖରେ ପରୀକ୍ଷଣ ହେବ ଆର୍ଟେମିସ୍ I ଚନ୍ଦ୍ର ମିଶନ । ରକେଟ ଇଞ୍ଜିନରେ ତ୍ରୁଟି, ଘୂର୍ଣ୍ଣିବଳୟ ଇଆନ(Hurricane Ian) କାରଣରୁ ଦୁଇ ଦୁଇ ଥର ମିଶନ୍ ପରୀକ୍ଷଣକୁ ସ୍ଥଗିତ ରଖାଯାଇଥିଲା ।
-
We are targeting the next launch attempt for the #Artemis I mission to the Moon for Nov. 14.
— NASA (@NASA) October 12, 2022 " class="align-text-top noRightClick twitterSection" data="
Teams are on track to roll the @NASA_SLS rocket to the launch pad as early as Nov. 4. https://t.co/8B8TFHi9QZ pic.twitter.com/5ubXN1WgIT
">We are targeting the next launch attempt for the #Artemis I mission to the Moon for Nov. 14.
— NASA (@NASA) October 12, 2022
Teams are on track to roll the @NASA_SLS rocket to the launch pad as early as Nov. 4. https://t.co/8B8TFHi9QZ pic.twitter.com/5ubXN1WgITWe are targeting the next launch attempt for the #Artemis I mission to the Moon for Nov. 14.
— NASA (@NASA) October 12, 2022
Teams are on track to roll the @NASA_SLS rocket to the launch pad as early as Nov. 4. https://t.co/8B8TFHi9QZ pic.twitter.com/5ubXN1WgIT
ସମସ୍ତ ପରୀକ୍ଷା ନୀରିକ୍ଷା ପରେ ନଭେମ୍ବର 14ରେ ଆର୍ଟେମିସର I ପୁନଃ ପରୀକ୍ଷଣ ନେଇ ନିଷ୍ପତ୍ତି ହୋଇଛି । ତେବେ ୩୨୨ ଫୁଟ (୯୮ ମିଟର) ବିଶିଷ୍ଟ ନାସାର ଏହି ଐତିହାସିକ ରକେଟ୍ ଆମେରିକାର ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ଉତ୍କ୍ଷେପଣ ହେବ । ଏଥିରେ ଖାଲି କ୍ରୁ କ୍ୟାପସୁଲ୍ ରହିଛି । ଅର୍ଥାତ୍ ଏହି ଉତ୍କ୍ଷେପଣ ମାନବବିହୀନ । ଏହା ନାସା ଦ୍ୱାରା ନିର୍ମିତ ସବୁଠାରୁ ଶକ୍ତିଶାଳୀ ରକେଟ୍ । ସ୍ପେସ୍ ଲଞ୍ଚ ସିଷ୍ଟମ୍ ରକେଟ୍(SLS), କ୍ୟାପସୁଲ୍ ଚନ୍ଦ୍ରର ଚତୁପାର୍ଶ୍ବକୁ ପଠାଇବାକୁ ଚେଷ୍ଟା କରିବ । ଏହି ତିନି ଟେଷ୍ଟ ଡମିରେ ମଣିଷ ରହିବେ ନାହିଁ, କେବଳ ତିନୋଟି ପରୀକ୍ଷା ଡମି ରହିବ ।
ଏହା ମଧ୍ୟ ପଢନ୍ତୁ:- NASA Moon Rocket Back: ପୁଣି ଥରେ ଆର୍ଟେମିସ ପରୀକ୍ଷଣ ସ୍ଥଗିତ
ଯଦି ଏହି ପରୀକ୍ଷଣ ସଫଳ ହୁଏ, ତେବେ ୫୦ ବର୍ଷ ପୂର୍ବେ ନାସାର ଆପୋଲୋ କାର୍ଯ୍ୟକ୍ରମ ପରଠାରୁ ଏହା ଚନ୍ଦ୍ରକୁ ଉତ୍କ୍ଷେପଣ ହେବାର ପ୍ରଥମ କ୍ୟାପସୁଲ ହେବ । ୪.୧ ବିଲିୟନ ଡ଼ଲାରରେ ନାସାର ଆର୍ଟେମିସ୍ ଚନ୍ଦ୍ର-ଏକ୍ସପ୍ଲୋରେସନ କାର୍ଯ୍ୟକ୍ରମ(NASA's Artemis moon-exploration program) ଗ୍ରୀକ୍ ପୁରାଣ ଅନୁସାରେ ଆପୋଲୋର ଯାଆଁଳା ଭଉଣୀଙ୍କ(Twin Sister) ନାମରେ ନାମିତ କରାଯାଇଛି । ଏହି ପରୀକ୍ଷଣ ଦ୍ବାରା ମହାକାଶଚାରୀମାନେ ୨୦୨୪ ମସିହାରେ ଚନ୍ଦ୍ରର ଚତୁପାର୍ଶ୍ବରେ ପହଞ୍ଚିବା ସହ ୨୦୨୫ରେ ଚନ୍ଦ୍ର ଅବତରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ।