ETV Bharat / science-and-technology

ବୃହସ୍ପତି ପରି ଆଉ ଏକ ଗ୍ରହ ଠାବ କଲା NASA

author img

By

Published : Jan 20, 2022, 5:15 PM IST

ବ୍ରହ୍ମାଣ୍ଡରେ କେବଳ ଯେ ୯ଟି ଗ୍ରହ ନାହିଁ, NASA ବୃହସ୍ପତି ପରି ଆଉ ଏକ ଗ୍ରହକୁ ଠାବ କରିଛି । ଏହାର ନାମ ରହିଛି TOI-2180 b । ଅଧିକ ପଢନ୍ତୁ

ବୃହସ୍ପତି ପରି ଆଉ ଏକ ଗ୍ରହ ଠାବ: NASA
ବୃହସ୍ପତି ପରି ଆଉ ଏକ ଗ୍ରହ ଠାବ: NASA

ୱାଶିଂଟନ: ଜାତୀୟ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍(NASA)ର ଟ୍ରାନଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ(TESS) ବୃହସ୍ପତି(Jupiter) ଭଳି ଏକ ଗ୍ରହକୁ ଠାବ କରିଛି । ତେବେ ଏହାର ନାମ ରହିଛି TOI-2180 b । ଏହା ବୃହସ୍ପତି ପରି ଆକାର ରହିଥିବା ବେଳେ ୩ ଗୁଣା ଅଧିକ ଘନ ରହିଛି । ଏହାକୁ ନେଇ ବୈଜ୍ଞାନିକଙ୍କ କୌତୁହଳତା ବଢିଛି । କମ୍ପ୍ୟୁଟର ମଡେଲ ମାଧ୍ୟମରେ ଜଣାପଡ଼ିଛି ଯେ ଏହି ଗ୍ରହରେ ହାଇଡ୍ରୋଜେନ୍ ଏବଂ ହିଲିୟମ୍ ଠାରୁ ଅଧିକ ଭାରୀ ପ୍ରାୟ 105ଟି ଉପାଦାନ ରହିଛି ।

ଏହି ଗ୍ରହର ହାରାହାରି ତାପମାତ୍ରା ପ୍ରାୟ 170 ଡିଗ୍ରୀ ଫାରେନହାଇଟ୍ ସହିତ, TOI-2180 b ପୃଥିବୀର କୋଠରୀ ତାପମାତ୍ରା(Room Temperature) ଠାରୁ ଅଧିକ ଉଷ୍ମ । ବୃହସ୍ପତି ଏବଂ ଶନି ସମେତ ଆମର ସୌର ପ୍ରଣାଳୀର ବାହ୍ୟ ଗ୍ରହ ଅପେକ୍ଷା ଉଷ୍ମ ବୋଲି ଜଣାପଡ଼ିଛି । ମାତ୍ର ଅନ୍ୟ ନକ୍ଷତ୍ର ତୁଳନାରେ ଏହା ଥଣ୍ଡା ବୋଲି କହିଛନ୍ତି ମହାକାଶ ବୈଜ୍ଞାନିକ । ସୂର୍ଯ୍ୟଠୁ ଶୁକ୍ର ଯେତିକି ଦୂରତାରେ ରହିଛି ଏହି ଗ୍ରହଟି ନିଜ ଚାରିପାଖରେ ଥିବା ତାରାଙ୍କଠାରୁ ସେତିକି ଦୂରତାରେ ରହିଛି ।

୨୦୨୦ ମସିହା ଫେବୃଆରୀ ୧ ତାରିଖରେ TOI-2180 ରୁ ଷ୍ଟାର ଲାଇଟ୍ ଦେଖିବାକୁ ମିଳିଥିଲା । ପ୍ରାୟ 24 ଘଣ୍ଟା ମଧ୍ୟରେ ଏହା ପୂର୍ବ ଉଜ୍ଜ୍ବଳତା ସ୍ତରକୁ ଫେରି ଆସିଥିଲା । ତେବେ ଏହା ଏକ ଅରବିଟିଂ ପ୍ଲାନେଟ ବା ନିଜ କକ୍ଷପଥରେ ଘୁରୁଥିବା ଗ୍ରହ ହୋଇଥାଇପାରେ ବୋଲି ବୈଜ୍ଞାନିକମାନେ ଆଶା କରିଛନ୍ତି । ପ୍ରାୟ 500 ଦିନ ଧରି ପର୍ଯ୍ୟବେକ୍ଷଣରେ ରଖିବା ପରେ ଗ୍ରହଟି କେତେ ବଡ଼ ଏବଂ ଏହାର ଘନତାକୁ ମାପିବାରେ ସକ୍ଷମ ହୋଇଛନ୍ତି ବୈଜ୍ଞାନିକ ।

ଏହା ବି ପଢନ୍ତୁ: ଦୀର୍ଘକାଳୀନ ପ୍ରତିରୋଧକ ଶକ୍ତି ପାଇଁ T-cell ଟିକା କିପରି ଲାଭଦାୟକ ?

ଗ୍ରହର ଗମନାଗମନ ସମ୍ପର୍କରେ ବୈଜ୍ଞାନିକମାନେ ଅଧିକ ତଥ୍ୟ ସମ୍ପର୍କରେ ଗବେଷଣା କରୁଛନ୍ତି । କିନ୍ତୁ ଗ୍ରହଟି ସ୍ପଷ୍ଟ ଦୃଶ୍ୟମାନ ହେଉନଥିବାରୁ ଏଥିରେ ବାଧା ଉପୁଜିଛି । NASA ପୂର୍ବାନୁମାନ କରିଛି ଯେ ଚଳିତ ବର୍ଷ ଫେବୃଆରୀ ମାସରେ ଗ୍ରହରୁ ଷ୍ଟାର ଲାଇଟ୍ ଦେଖିବାକୁ ମିଳିବ, ଏହାକୁ ଠାବ କରିବ ଟ୍ରାନଜିଟିଂ ଏକ୍ସୋପ୍ଲାନେଟ ସର୍ଭେ ସାଟେଲାଇଟ(TESS) ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.