ETV Bharat / science-and-technology

ଭାରତରେ ପ୍ରସ୍ତୁତ Droni Drone ଲଞ୍ଚ୍ କଲେ ଧୋନି - Garuda Aerospace

ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଡ୍ରୋନ ଲଞ୍ଚ୍ କଲେ ଏମଏସ ଧୋନି, ଯାହାର ନାମ ରହିଛି ଡ୍ରୋନି(MS Dhoni launches Drone Droni) । ଅଧିକ ପଢନ୍ତୁ

ଭାରତରେ ପ୍ରସ୍ତୁତ Droni Drone ଲଞ୍ଚ୍ କଲେ MS Dhoni

author img

By

Published : Oct 11, 2022, 11:52 AM IST

ଚେନ୍ନାଇ: 'ହେଲିକପ୍ଟର ସଟ୍'(helicopter shot)କୁ ନେଇ ପରିଚିତ ଭାରତର ପୂର୍ବତନ କ୍ରିଟେକ୍ ଟିମ୍ କ୍ୟାପ୍ଟେନ ମହେନ୍ଦ୍ର ସିଂହ ଧୋନି ଏକ ଡ୍ରୋନ ଲଞ୍ଚ୍ କରିଛନ୍ତି(MS Dhoni launches Drone) । ଏହି କ୍ବାଡକପ୍ଟର କଞ୍ଜ୍ୟୁମର(quadcopter consumer) କ୍ୟାମେରା ଡ୍ରୋନର ନାମ ରହିଛି 'ଡ୍ରୋନି'(Droni) । ଉନ୍ନତ ବୈଶିଷ୍ଟ୍ୟ(Features) ବିଶିଷ୍ଟ ଏହି ଡ୍ରୋନ୍ ଭାରତରେ ଗରୁଡ ଏରୋସ୍ପେସ୍ ଦ୍ୱାରା ନିର୍ମିତ ହୋଇଛି(Droni Manufactured by Garuda Aerospace), ଯେଉଁଥିରୁ ଏମ୍ଏସ୍ ଧୋନି ବ୍ରାଣ୍ଡ ଆମ୍ବାସଡର ରହିଛନ୍ତି ।

କୃଷି କ୍ଷେତ୍ରରେ କୀଟନାଶକ ସ୍ପ୍ରେ, ସୌର ପ୍ୟାନେଲ ସଫେଇ, ଶିଳ୍ପ ପାଇପଲାଇନ ଯାଞ୍ଚ, ମ୍ୟାପିଂ, ସର୍ବେକ୍ଷଣ, ସର୍ବସାଧାରଣ ଘୋଷଣା(public announcements) ଏବଂ ବିତରଣ ସେବା କ୍ଷେତ୍ରରେ ଏହି ଡ୍ରୋନି ଡ୍ରୋନ୍ ଉପକାରୀ ହେବ । କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ଅଗ୍ନିଶ୍ୱର ଜୟପ୍ରକାଶଙ୍କ ଅନୁଯାୟୀ 2022 ଶେଷ ସୁଦ୍ଧା ଏହି ଉତ୍ପାଦ ବଜାରରେ ଉପଲବ୍ଧ ହେବ । ତେବେ ଚେନ୍ନାଇର ଗ୍ଲୋବାଲ୍ ଡ୍ରୋନ୍ ଏକ୍ସପୋରେ କମ୍ପାନୀ ଏହି ଡ୍ରୋନ୍ ପୂର୍ବରୁ ପ୍ରଦର୍ଶନ କରିଥିଲା ।

ଭାରତରେ ପ୍ରସ୍ତୁତ Droni Drone ଲଞ୍ଚ୍ କଲେ ଧୋନି

କମ୍ପାନୀରେ ଧୋନିଙ୍କର ମଧ୍ୟ ଏକ ବଡ଼ ଅଂଶ ରହିଛି:-

ଧୋନି କେବଳ ଗରୁଡ ଏରୋସ୍ପେସ୍ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ନୁହଁନ୍ତି, ନିବେଶକ ଭାବରେ ଏଥିରେ ମଧ୍ୟ ତାଙ୍କର ଅଂଶ ରହିଛି । ଉନ୍ମୋଚନ ସମୟରେ ସେ କହିଥିଲେ ଯେ, "ସେ COVID-19 ଲକଡାଉନ୍ ସମୟରେ କୃଷି ପ୍ରତି ଆଗ୍ରହ ପ୍ରକାଶ କରିଥିଲେ ଏବଂ ଡ୍ରୋନ୍ ଚାଷୀଙ୍କ ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ । କମ୍ପାନୀ କିସାନ ଡ୍ରୋନ ନାମକ ଅନ୍ୟ ଏକ ଡ୍ରୋନ ଲଞ୍ଚ କରିବାକୁ ଘୋଷଣା କରିଛି, ଯାହା ଫସଲରେ କୀଟନାଶକ ଛିଞ୍ଚିବା ଭଳି କାର୍ଯ୍ୟ କରିପାରିବ ବୋଲି ଧୋନି କହିଥିଲେ ।"

ଡ୍ରୋନଗୁଡ଼ିକ ତଦାରଖ ପାଇଁ ସହାୟକ ହେବ:-

ଗରୁଡନ୍ ଏରୋସ୍ପେସ୍ ପ୍ରତିଷ୍ଠାତା ତଥା ସିଇଓ, ଅଗ୍ନେଶ୍ୱର ଜୟପ୍ରକାଶ(Garuda Aerospace Founder and CEO, Agnishwar Jayaprakash) କହିଛନ୍ତି ଯେ, "ଏହି ନୂତନ ଡ୍ରୋନ୍ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳ ଏବଂ ଏହାକୁ ବିଭିନ୍ନ ପ୍ରକାରର ନୀରିକ୍ଷଣ ପାଇଁ ବ୍ୟବହାର କରାଯାଇପାରିବ । ଉଚ୍ଚମାନର ଏବଂ ସିମ୍‌ଲେସ୍ ଟେକ୍ନୋଲୋଜି(seamless technology) ସହିତ ଏହାକୁ ଲଞ୍ଚ କରାଯାଇଛି ବୋଲି ସେ କହିଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.