ETV Bharat / science-and-technology

50 ବର୍ଷ ପରେ ଆମେରିକାର ଚନ୍ଦ୍ର ମିଶନ, ଲଞ୍ଚିଂର କେଇ ଘଣ୍ଟା ପରେ ଯାନରେ ତ୍ରୁଟି

author img

By ETV Bharat Odisha Team

Published : Jan 9, 2024, 2:15 PM IST

US Lunar Mission: ଲୁନା-25ର ଅନୁରୂପ ହେବ କି ଆମେରିକାରର ମୁନ ମିଶନ ? ଲଞ୍ଚିଂର କେଇ ଘଣ୍ଟା ପରେ ମହାକାଶଯାନରେ ତ୍ରୁଟି। ଅଧିକ ପଢନ୍ତୁ

US Lunar Mission
US Lunar Mission

ହାଇଦ୍ରାବାଦ: ଭାରତର ମୁନ୍ ମିଶନ ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରି ଇତିହାସ ରଚିଛି । ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ପ୍ରଥମ ଦେଶ ଭାବେ ବିଶ୍ବବିଦିତ ହୋଇଛି ଭାରତ। ଏହାରି ଭିତରେ ଆମେରିକା ଗତକାଲି (ସୋମବାର) ମୁନ ମିଶନ ଆରମ୍ଭ କରିଥିଲା। ପେରେଗ୍ରୀନ ମହାକାଶଯାନକୁ ଉତକ୍ଷେପଣ କରାଯାଇଥିବା ବେଳେ ଆସିଛି ବଡ ଖବର। ମହାକାଶଯାନରେ ତ୍ରୁଟି ଦେଖାଯାଇଥିବା ସୂଚନା ରହିଛି।

ଆମେରିକାର ମହାକାଶଯାନ ପେରେଗ୍ରୀନରେ ଜାନୁଆରୀ 8 ତାରିଖରେ ପେ ଲୋଡ୍ ସହିତ ମାନବ ଅସ୍ଥି ପଠାଇଥିଲେ। ଏହି ମହାକାଶଯାନକୁ ଆଷ୍ଟ୍ରୋବେଟିକ ତିଆରି କରିଥିବା ବେଳେ ଏହାର ନାମକୁ ପେରେଗ୍ରୀନ ରଖାଯାଥିଲା । କିନ୍ତୁ ମହାକାଶଯାନର ପ୍ରୋପେଲାଣ୍ଟରେ ସମସ୍ୟା ଦେଖା ଦେଇଛି। ଏନେଇ ଆଷ୍ଟ୍ରୋବେଟିକ କମ୍ପାନୀ ପକ୍ଷରୁ ହିଁ ସ୍ପଷ୍ଟ କରାଯାଇଛି।

ସୂଚନା ଅନୁସାରେ, 50 ବର୍ଷ ପରେ ଆମେରିକା ଏହି ମୁନ୍ ମିଶନ ଆରମ୍ଭ କରିଥିଲା । ସୋମବାର ସକାଳେ ଫ୍ଲୋରିଡାଠାରୁ ଏହି ମହାକାଶଯାନକୁ ଉତକ୍ଷେପଣ କରାଯାଇଥିଲା। କିନ୍ତୁ ଲଞ୍ଚ ହେବାର 24 ଘଣ୍ଟା ନପୁରୁଣୁରୁ ଏଥିରେ ତ୍ରୁଟି ଦେଖାଦେଇଛି। ଲଞ୍ଚିଂର କିଛି ଘଣ୍ଟା ପରେ ମିଶନରେ ତ୍ରୁଟି ଏବଂ ବିପଦ ରହିଥିବା ନେଇ ଆଷ୍ଟ୍ରୋବେଟିକ ପକ୍ଷରୁ ଘୋଷଣା କରାଯାଇଥିଲା। ବୁଷ୍ଟରରୁ ଅଲଗା ହେବା ପରେ ଲ୍ୟାଣ୍ଡରରେ ତ୍ରୁଟି ଦେଖାଯାଇଛି । ଇନ୍ଧନ ଟ୍ୟାଙ୍କରେ ତ୍ରୁଟି ଅର୍ଥାତ ଇନ୍ଧନ ଲିକ ହେବା ନେଇ ଖବର ସାମ୍ନାକୁ ଆସିଛି। ଏହି ଇନ୍ଧନରେ ତ୍ରୁଟି କାରଣରୁ ବ୍ୟାଟେରୀ ଚାର୍ଜ ହୋଇପାରିବ ନାହିଁ ବୋଲି ଜଣାପଡିଛି।

ଏହା ମଧ୍ୟ ପଢନ୍ତୁ: Russia's moon mission fail: ଋଷକୁ ବଡ଼ ଝଟକା, ଲ୍ୟାଣ୍ଡିଂର 24 ଘଣ୍ଟା ପୂର୍ବରୁ କ୍ରାସ୍‌ ହୋଇଗଲା ଲୁନା-25

ଜାନୁଆରୀ 8 ତାରିଖରେ ଏହାକୁ ଲଞ୍ଚ କରାଯାଇଥିବା ବେଳେ ଆସନ୍ତା ଫେବୃଆରୀ 23 ତାରିଖରେ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ନେଇ ଯୋଜନା ରହିଥିଲା। କିନ୍ତୁ ବର୍ତ୍ତମାନ ଏହି ଯାନ ନଅଟକି ଚନ୍ଦ୍ର ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି। ଗତବର୍ଷ ଭାରତର ମୁନ ମିଶନକୁ ସଫଳତା ମିଳିବା ପରେ ଋଷ ମଧ୍ୟ ମୁନ ମିଶନ ଆରମ୍ଭ କରିଥିଲା । 50 ବର୍ଷ ପରେ ଋଷ ମୁନ୍ ମିଶନ ଆରମ୍ଭ କରିଥିବା ବେଳେ ଲୁନା-25 ବିଫଳ ହୋଇଥିଲା। ଆଷ୍ଟ୍ରୋବେଟିକ ଅନୁସାରେ, ପେରେଗ୍ରୀନ ଉତକ୍ଷେପଣ ପରେ ପ୍ରଥମ ଫଟୋ ସାମ୍ନାକୁ ଆସିଥିଲା। ମଲ୍ଟି ଲେୟାର୍ ଇନସୁଲେସନ୍ (MLI)ରେ ତ୍ରୁଟି ଦେଖାଯାଇଥିଲା। ପ୍ରୋପେଲାଣ୍ଟରେ ତ୍ରୁଟି ଯୋଗୁଁ ଏହା ହୋଇଥାଇପାରେ ବୋଲି କୁହାଯାଇଛି।

ନାସାର ପ୍ରତିକ୍ରିୟା: ନାସା ପକ୍ଷରୁ ଏକ ଟ୍ବିଟ କରି କୁହାଯାଇଛି, ସ୍ପେସ ଅତ୍ୟନ୍ତ କଠିନ। ପ୍ରୋପେଲାଣ୍ଟ ସହିତ ସମସ୍ୟାର ମୂଳ କାରଣ ଚିହ୍ନଟ ଏବଂ ମୂଲ୍ୟାଙ୍କନ କରିବା ପାଇଁ ଆମେ ଆଷ୍ଟ୍ରୋବେଟିକ ସହିତ କାର୍ଯ୍ୟ କରୁଛୁ। "

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.