ETV Bharat / science-and-technology

କୋପାଇଲଟ ପ୍ରୋ ଲଞ୍ଚ କଲା ମାଇକ୍ରୋସଫ୍ଟ, ମିଳିବ ଏଆଇ ଫିଚର - କୋପାଇଲଟ ପ୍ରୋ

Microsoft Launches Copilot Pro: ଏଣିକି PPT, Excel ଏବଂ Wordରେ ଏଆଇ ଫିଚର୍ସ ପାଇବେ ୟୁଜର୍ସ । କୋପାଇଲଟ ପ୍ରୋ ଲଞ୍ଚ କଲା ମାଇକ୍ରୋସଫ୍ଟ । ଅଧିକ ପଢନ୍ତୁ

Microsoft launches Copilot Pro
Copilot Pro
author img

By ETV Bharat Odisha Team

Published : Jan 16, 2024, 5:14 PM IST

ହାଇଦ୍ରାବାଦ: ଗତ ମାସରେ ଆଣ୍ଡ୍ରୋଏଡ ଏବଂ ଆଇଓଏସ ୟୁଜର୍ସଙ୍କ ପାଇଁ କୋପାଇଲଟ ଆପ ଲଞ୍ଚ କରିଥିଲା ମାଇକ୍ରୋସଫ୍ଟ । ତେବେ ଡିସେମ୍ବର ମାସରେ ଏହା କେବଳ ଡେସ୍କଟପ ୟୁଜର୍ସଙ୍କ ପାଇଁ ରୋଲଆଉଟ କରିଥିଲା କମ୍ପାନୀ । ଏହାସହ ମାଇକ୍ରୋସଫଟ କିବୋର୍ଡରୁ ଓ୍ବିଣ୍ଡୋ ବଟନ ହଟାଇ କୋପାଇଲଟ ସର୍ଚ୍ଚ ଇଞ୍ଜିନ ବଟମ ଦେବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏହା କେବଳ ଓ୍ବିଣ୍ଡୋଜ 11 ଲାଟଟପରେ କାମ କରିବା ନେଇ କୁହାଯାଇଥିଲା । ଏହାରି ଭିତରେ କମ୍ପାନୀ କୋପାଇଲଟର ପେଡ ଭର୍ସନ ୟୁଜର୍ସ ଏବଂ କ୍ଷୁଦ୍ର କମ୍ପାନୀଗୁଡିକ ପାଇଁ ଜାରି କରିଛି । ତେବେ ଏହା ଲାପଟପ ଏବଂ ଡେକ୍ସଟପରେ ୟୁଜର୍ସଙ୍କ ଅଭିଜ୍ଞତା ପରିବର୍ତ୍ତନ କରିବା ନେଇ ଆଶା କରାଯାଉଛି ।

ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି, ମାଇକ୍ରୋସଫ୍ଟ କୋପାଇଲଟ ପ୍ରୋର ମାସିକ ଦେୟ 20 ଡଲାର ରହିଛି । ଅର୍ଥାତ 1600ଟଙ୍କା ଅଟେ। ମ୍ୟାକ୍, ଆଣ୍ଡ୍ରୋଏଡ୍, ଆଇଓଏସ୍ ଏବଂ ଟାବଲେଟରେ କୋପାଇଲଟ ପ୍ରୋର ବ୍ୟବହାର କରିପାରିବେ ୟୁଜର୍ସ । କୋପାଇଲଟ ପ୍ରୋକୁ ସବସ୍କ୍ରାଇବ କରୁଥିବା ୟୁଜର୍ସମାନେ PPT ତିଆରି କରିପାରିବେ । ଏମ୍ଏସ୍ ୱାର୍ଡ ଏବଂ ଏକ୍ସେଲରେ ମଧ୍ୟ ଏଆଇ ଫିଚର୍ସର ସପୋର୍ଟ ମିଳିପାରିବ । ଏହା ଦ୍ବାରା ୟୁଜର୍ସଙ୍କ କାମ ପୂର୍ବ ତୁଳନାରେ ସହଜ ହୋଇପାରିବ । MS ୱାର୍ଡରେ ଲମ୍ବା ପାରାଗ୍ରାଫ୍ ସଂକ୍ଷିପ୍ତ କରିବା ଏବଂ Excel ରେ ଡାଟା ଏନାଲାଇଜ ଏବଂ ଭିଜୁଆଲାଇଜ୍ କରିବାକୁ ସମର୍ଥ ହେବେ ୟୁଜର୍ସ । କୋପାଇଲଟ ସବସ୍କ୍ରିପସନ ନେବା ପରେ ୟୁଜର୍ସ ଚାଟଜିପିଟିର ଲାଟେଷ୍ଟ ମଡେଲର ବ୍ୟବହାର କରିପାରିବେ । ଏହାସହ ନିଜର କୋପାଇଲଟ ଜିପିଟି ମଧ୍ୟ ତିଆରି କରିପାରିବେ ।

ମାଇକ୍ରୋସଫ୍ଟର କୋପାଇଲଟ ଆପରେ ଚାଟଜିପିଟି ଭଳି ପ୍ରଶ୍ନ କରିବାର ସୁବିଧା ପାଇବେ ୟୁଜର୍ସ । ଏହା ବ୍ୟତୀତ DALL-E 3 ଜରିଆରେ ଇମେଜ ତିଆରି କରିବା, ଇମେଲ ଏବଂ ଡକ୍ୟୁମେଣ୍ଟ ପାଇଁ ଡ୍ରାଫ ନୋଟ ଏବଂ ଜିପିଟି-4ର ସୁବିଧା ମଧ୍ୟ ପାଇବେ ୟୁଜର୍ସ । ଓପନ ଏଆଇର ଚାଟଜିପିଟିରେ ଜିପିଟି4ର ପେଡ୍ ଫିଚର ରହିଛି ।

ଏହା ମଧ୍ୟ ପଢନ୍ତୁ: ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ କୋପାଇଲଟ ଆପ୍ ଲଞ୍ଚ କଲା ମାଇକ୍ରୋସଫ୍ଟ

କୋପାଇଲଟ ପ୍ରୋର ଫିଚର:

  • କୋପାଇଲଟକୁ ଓ୍ବେବ, ଆପ, ଆଣ୍ଡ୍ରୋଏଡ, ଆଇଓଏସରେ ବ୍ୟବହାର କରାଯାଇ ପାରିବ ।
  • କିବୋର୍ଡ, ଏକ୍ସେଲ, ପିପିଟି ଆଦିରେ ଆକ୍ସେସ କରିପାରିବ ।
  • ଚାଟଜିପିଟିର ଲାଟେଷ୍ଟ ମଡେଲ ଯେପରିକି ଚାଟ ଜିପିଟି ଟର୍ବି 4ର ବ୍ୟବହାର କରିବା ସମ୍ଭବ ହେବ।
  • ପୂର୍ବ ତୁଳନାରେ ଆପ ଆକର୍ଷଣୀୟ ଇମେଜ ତିଆରି କରିପାରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.