ହାଇଦ୍ରାବାଦ: ମେଟା ହ୍ୱିଷ୍ଟଲବ୍ଲୋୟର ଫ୍ରାନ୍ସେସ ହୌଗେନ ସୋସିଆଲ ମିଡିଆକୁ ନେଇ କଡା ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଯଦି ଆଗାମୀ ଦିନରେ ସୋସିଆଲ ମିଡିଆରେ ସୁଦ୍ଧାର ନଆସେ ତାହେଲେ ଆଗାମୀ ବର୍ଷରେ ଲକ୍ଷ ଲକ୍ଷ ଲୋକ ମରିପାରନ୍ତି । ଏକ ଅନ୍ତର୍ଜାତୀୟ ଗଣାମାଧ୍ୟମକୁ ସାକ୍ଷାତକାର ଦେଇ ଫ୍ରାନ୍ସେସ ହୌଗେନ ଏଭଳି କହିଛନ୍ତି ।
ପ୍ରକାଶଥାଉକି, ଫ୍ରାନ୍ସେସ ହୌଗେନ 2021 ପର୍ଯ୍ୟନ୍ତ ଫେସବୁକରେ କାମ କରିଥିଲେ । ସେତେବେଳେ ସେ ଫେସବୁକ୍ ଫାଇଲ୍ ନାମକ ଡକ୍ୟୁମେଣ୍ଟ ଲିକ୍ କରିଛନ୍ତି । ଯାହା ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଦ୍ୱାରା ପ୍ରକାଶିତ ହୋଇଥିଲା । ଏଥିରେ ଗବେଷଣା ରିପୋର୍ଟ ଏବଂ କର୍ମଚାରୀଙ୍କ ମଧ୍ୟରେ ଆଲୋଚନା ମଧ୍ୟ ଅନ୍ତର୍ଭୁକ୍ତ ରହିଥିଲା ।
ରିପୋର୍ଟରେ ଉଦାହରଣ ଦେଇ ଜର୍ଣ୍ଣାଲ କହିଛି ଯେ, କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଇନଷ୍ଟାଗ୍ରାମର ପ୍ରଭାବକୁ ମେଟା ଅବମାନନା କରିଛି ଅର୍ଥାତ ମହତ୍ତ୍ବ ଦେଇନାହିଁ । ଫେସବୁକ ଭାରତରେ ଧାର୍ମିକ ଘୃଣା ବ୍ୟାପିବାରେ ସାହାଯ୍ୟ କଲା । ୱାଶିଂଟନ୍ ପୋଷ୍ଟ ରିପୋର୍ଟରେ କୁହାଯାଇଛି ଯେ, ଫ୍ରାନ୍ସିସ୍ ହଗେନ୍ ଏକ ଆର୍ଟିକିଲ୍ ଲେଖିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ ପାରଦର୍ଶିତା ଅଭାବରୁ ସୋସିଆଲ ମିଡିଆ କ୍ଷତିଗ୍ରସ୍ତ ହେବାରେ ଲାଗିଛି । ଫେସବୁକ ଏବଂ ଇନଷ୍ଟାଗ୍ରାମର ସାର୍ବଜନୀନ କାହାଣୀ ଏବଂ ସତ୍ୟ ମଧ୍ୟରେ ପାର୍ଥକ୍ୟ କେତେ ବଡ଼ ତାହା କେହି ଜାଣନ୍ତି ନାହିଁ ।
ସୋସିଆଲ ମିଡିଆକୁ ସୁଧାରିବା ଜରୁରୀ
ସୋସିଆଲ ମିଡିଆରେ ଉନ୍ନତି ଆସିବାର ଆବଶ୍ୟକତା ରହିଥିବା ନେଇ ମେଟା ହ୍ୱିଷ୍ଟଲବ୍ଲୋୟର ଫ୍ରାନ୍ସେସ ହୌଗେନ ବିଶ୍ବାସ କରନ୍ତି। ଏହାସହ ସୋସିଆଲ ମିଡିଆକୁ ବୁଝିବାରେ ଆମ ଭାବନକୁ ବଦଳାଇବା ଦରକାର । ତେବେ ବାସ୍ତବତା ହେଉଛି ସଂସ୍କୃତି ବଦଳାଇବା ସହଜ ନୁହେଁ ସେ କହିଛନ୍ତି । ଅନ୍ୟପଟେ ସେ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ କହିଛନ୍ତି, ଲୋକମାନେ ଏହା ଉପରେ କିପରି ସହମତ ହୋଇପାରିବେ ସେନେଇ ମୁଁ ଚେଷ୍ଟା କରୁଛି । ଯଦି ଆମେ ଏହି ସମସ୍ୟାର ସମାଧାନ ନକରିବା, ଆଗାମୀ 20 ବର୍ଷରେ ଅନେକ ଲୋକ ମରିବେ ।
ରଏଟର୍ସ ରିପୋର୍ଟରେ କୁହାଯାଇଛି ଯେ, 2018 ମସିହାରେ ମିଳିତ ଜାତିସଂଘର ଅନୁସନ୍ଧାନକାରୀ କହିଛନ୍ତି, ମିଆଁମାରରେ ହୋଇଥିବା ହିଂସା ଉପରେ ଫେସବୁକର ଅନେକ ଅବଦାନ ରହିଛି । ବ୍ରିଟିଶ ଯୁବକ ଆତ୍ମହତ୍ୟା ପାଇଁ ଦାୟୀ ହେବା ପରେ ଇନଷ୍ଟାଗ୍ରାମ ଅନେକ ନୀତି ପରିବର୍ତ୍ତନ କରିଥିଲା । ଏହିପରି ଅନେକ ମାମଲା ସମଗ୍ର ବିଶ୍ୱରେ ସାମ୍ନାକୁ ଆସିଥିଲା ଯେଉଁଥିରେ ସେହି ଘଟଣାର କାରଣ ସୋସିଆଲ ମିଡିଆ ଥିଲା । ତେଣୁ ପରବର୍ତ୍ତନର ଆବଶ୍ୟକତା ରହିଛି । ଯଦି ସୋସିଆଲ ମିଡିଆରେ ସୁଧାର ନଆସିଲେ ଲକ୍ଷ ଲକ୍ଷ ଲୋକ ମରିବେ ବୋଲି ସେ ଚେତାବନୀ ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ