ETV Bharat / science-and-technology

ଫେସବୁକ-ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ଝଟକା, ମେଟା ବନ୍ଦ କରିବ ଏହି ଫିଚର - କ୍ରସ ଆପ କମ୍ୟୁନିକେସନ ଚାଟ୍ ବନ୍ଦ

ଏଣିକି ଇନଷ୍ଟାଗ୍ରାମ ୟୁଜର୍ସ ଫେସବୁକ୍‌ ମେସେଞ୍ଜରରେ କିମ୍ବା ଫେସବୁକ୍‌ ୟୁଜର୍ସ ଇନ୍‌ଷ୍ଟାଗ୍ରାମରେ କରିପାରିବେନି ମେସେଜ । କ୍ରସ ଆପ କମ୍ୟୁନିକେସନ ବନ୍ଦ କରିବ ମେଟା । ଅଧିକ ପଢ଼ନ୍ତୁ

Meta to discontinue cross messaging
Meta to discontinue cross messaging
author img

By ETV Bharat Odisha Team

Published : Dec 6, 2023, 12:45 PM IST

ହାଇଦ୍ରାବାଦ: ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ୍‌ ୟୁଜର୍ସଙ୍କୁ ଝଟକା । ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସ୍‌ବୁକ୍‌ ଏବଂ ଇନ୍‌ଷ୍ଟାଗ୍ରାମ ମଧ୍ୟରେ ବଢ଼ିବ ଦୂରତା । ବଦଳିବ ୟୁଜର ଏକ୍ସପେରିୟନ୍ସ । ଏନେଇ ମେଟା ପକ୍ଷରୁ ଘୋଷଣା କରାଯାଇଛି । ଡିସେମ୍ବର ମାସର ମଧ୍ୟ ସୁଦ୍ଧା ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ କ୍ରସ୍‌ ଆପ୍‌ ମେସେଜିଂ ବନ୍ଦ କରାଯିବ ବୋଲି ମେଟା ପକ୍ଷରୁ ଘୋଷଣା କରାଯାଇଛି ।

ଇନଷ୍ଟାଗ୍ରାମର ଏକ ସପୋର୍ଟ ପେଜ ଅନୁସାରେ, ବର୍ତ୍ତମାନ ଇନଷ୍ଟାଗ୍ରାମରୁ ଫେସବୁକରେ ଆଉ ନୂଆ ଚାଟ ଆରମ୍ଭ କରିପାରିବେ ନାହିଁ । କିନ୍ତୁ ପୂର୍ବରୁ କରିଥିବା ଚାଟ ଡିଲିଟ ହେବ ନାହିଁ। ଏହାକୁ କେବଳ ଦେଖିବା ସମ୍ଭବ ହେଲେ ହେଁ ୟୁଜର୍ସ ରିପ୍ଲାଇ ଦେଇପାରିବେ ନାହିଁ । ଯଦି କୌଣସି ବ୍ୟକ୍ତି ସହ ଚାଟ କରିବାକୁ ଚାହୁଁଛନ୍ତି ତେବେ ମେସେଞ୍ଜର କିମ୍ବା ଫେସବୁକର ସାହାଯ୍ୟ ନେବାକୁ ହେବ । ପ୍ରକାଶଥାଉକି 2020 ମସିହାରେ ମେଟା ପକ୍ଷରୁ ଇନଷ୍ଟାଗ୍ରାମ ପାଇଁ ମେସେଞ୍ଜର ସପୋର୍ଟ ରୋଲ୍‌ ଆଉଟ୍‌ କରିଥିଲା । ଯେଉଥିରେ ଫେସବୁକ ଏବଂ ଇନଷ୍ଟାଗ୍ରାମ ମଧ୍ୟରେ କ୍ରସ୍‌ ପ୍ଲାଟଫର୍ମ ମେସେଜିଂ ଆରମ୍ଭ ହୋଇଥିଲା । କିନ୍ତୁ ଦୀର୍ଘ 3 ବର୍ଷ ପରେ ମେଟା ପୁନଃ ଏହାକୁ ପରିବର୍ତ୍ତନ କରିବା ନେଇ ଘୋଷଣା କରିଛି । ତେବେ ଏହା ପଛର କାରଣ କଣ ରହିଛି ସେନେଇ କୌଣସି ପ୍ରକାର ସୂଚନା ଦିଆଯାଇ ନାହିଁ ।

ଫେସବୁକ୍ ଆକାଉଣ୍ଟ୍ ସହିତ ପୁରୁଣା ଇନ୍‌ଷ୍ଟାଗ୍ରାମ ଚାଟ୍ ଓ୍ବାନ ଓ୍ବେ ଷ୍ଟ୍ରିଟ୍‌ ଭାବେ ପରିଗଣିତ ହେବ । ଏହାର ଅର୍ଥ ମେସେଜ୍‌ ଦେଖିହେବ କିନ୍ତୁ ଏହାର ପ୍ରତିଉତ୍ତର କିମ୍ବା ରିପ୍ଲାଇ ଦେବାରେ ସମ୍ଭବ ହେବ ନାହିଁ । ଏହାସହିତ ଇନ୍‌ଷ୍ଟାଗ୍ରାମ ୟୁଜର୍ସଙ୍କ ଫେସବୁକ୍‌ ଆକାଉଣ୍ଟ ସହିତ ଜଡ଼ିତ ରହିଥିବା କୌଣସି ଚାଟ୍‌ ଫେସବୁକ୍‌, ମେସେଞ୍ଜର କିମ୍ବା ଇନ୍‌ବକ୍ସକୁ ସ୍ଥାନାନ୍ତର ହୋଇପାରିବ ନାହିଁ । ଫେସବୁକ୍‌ ଆକାଉଣ୍ଟରେ ମଧ୍ୟ ଇନ୍‌ଷ୍ଟାଗ୍ରାମ୍‌ ଚାଟ୍‌ ଦେଖାଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ: ଷ୍ଟାଟସ ଅପଡେଟ୍‌ ହେବ ଆହୁରି ମଜାଦାର, ହ୍ବାଟ୍ସଆପରୁ ସିଧାସଳଖ ଫରଓ୍ବାଡ ହେବ ଷ୍ଟାଟସ

ଇନଷ୍ଟାଗ୍ରାମ ୟୁଜର୍ସଙ୍କୁ ମିଳିବ ଏହି ଫିଚର: ନିକଟରେ ଇନଷ୍ଟାଗ୍ରାମ ଏକ ନୂଆ ଫିଚର ରୋଲଆଉଟ କରିଛି । ଏହା ଦ୍ବାରା ୟୁଜର୍ସ ନିଜ ପୋଷ୍ଟକୁ କ୍ଲୋଜ ଫ୍ରେଣ୍ଡ୍‌ ଗ୍ରୁପରେ ସେୟାର କରିବାରେ ସକ୍ଷମ ହୋଇପାରିବେ । ମାର୍କ ଜୁକରବର୍ଗ ଇନ୍‌ଷ୍ଟାଗ୍ରାମରେ ଏକ ବ୍ରଡକାଷ୍ଟ ଚ୍ୟାନେଲରେ ଘୋଷଣା କରିଥିଲେ ଯେ, ଏହି ଫିଚର ଦ୍ବାରା ୟୁଜର୍ସ କିଛି ସୀମିତ ବ୍ୟକ୍ତିଙ୍କ ମଧ୍ୟରେ ପୋଷ୍ଟ କିମ୍ବା ରିଲ ସେୟାର କରିବାର ସୁବିଧା ପାଇବେ । ଓଡିଏନ୍ସ ବଟମରେ କ୍ଲିକ୍‌ କରିବା ପରେ ଏକ ପପ୍‌-ଅପ୍‌ ଓ୍ବିଣ୍ଡୋ ଖୋଲିବ । ଏଥିରେ ୟୁଜର୍ସଙ୍କୁ ଏକ ପ୍ରଶ୍ନ ଦେଖାଯିବ । ଏହି ପୋଷ୍ଟକୁ କ୍ଲୋଜ୍‌ ଫ୍ରେଣ୍ଡ୍‌ ସହିତ ସେୟାର କରିବାକୁ ଚାହୁଁଛନ୍ତି କି ନାହିଁ ତାହା ପଚରାଯିବ । ତେବେ ଓ୍ବିଣ୍ଡୋ ସିଟକୁ ଏଡିଟ୍‌ ମଧ୍ୟ କରିହେବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.