ETV Bharat / science-and-technology

WhatsApp New Features: ବିନା ନୋଟିଫିକେସନରେ ଗ୍ରୁପରୁ ହୋଇପାରିବେ Exit

author img

By

Published : Aug 10, 2022, 1:44 PM IST

ହ୍ବାଟ୍ସଆପ୍ ୟୁଜର୍ସଙ୍କ(WhatsApp Users) ପାଇଁ ନୂଆ ଫିଚର ଆଣିବାକୁ ଯାଉଛି ମେଟା । ବିନା ନୋଟିଫିକେସରେ ଗ୍ରୁପରୁ ହୋଇପାରିବେ Exit । ଅଧିକ ପଢନ୍ତୁ

WhatsApp New Features: ବିନା ନୋଟିଫିକେସନରେ ଗ୍ରୁପରୁ ହୋଇପାରିବେ Exit, ଅନଲାଇନ ସିନ୍‌ରେ ଆସିଲା ନୂଆ ପ୍ରାଇଭେସି

ହାଇଦ୍ରାବାଦ: ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ(WhatsApp Users) ପାଇଁ ନୂଆ ଫିଚର ଆଣିବାକୁ ଯାଉଛି ମେଟା । ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ଗୋପନୀୟତା(privacy)କୁ ଦୃଷ୍ଟିରେ ରଖି ନୂଆ ଫିଚର୍ ଲଞ୍ଚ କରିଛି ହ୍ବାଟ୍ସଆପ୍ । ଏନେଇ ମାର୍କ ଜୁକରବର୍ଗ(Mark Zuckerberg) ସୂଚନା ଦେଇଛନ୍ତି । ଏଣିକି ହ୍ବାଟ୍ସଆପ୍ ଗ୍ରୁପରୁ ଏଗ୍‌ଜିଟ୍(Exit Group) ହେଲେ ଅନ୍ୟ ସଦସ୍ୟଙ୍କୁ ନୋଟିଫିକେସନ(Notification) ମିଳିବ ନାହିଁ । ଅନ୍ୟମାନଙ୍କୁ ବିନା ନୋଟିଫିକେସନରେ ଆପଣ ହ୍ବାଟ୍ସଆପ୍ ଗ୍ରୁପ(WhatsApp Group)ରୁ ଏଗଜିଟ ହୋଇପାରିବେ ।

ସୂଚନା ଅନୁଯାୟୀ, ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ 3ଟି ନୂଆ ଫିଚର୍ ଲଞ୍ଚ୍ କରିବା ନେଇ ମଙ୍ଗଳବାର ଘୋଷଣା କରିଛି । ଏହି ଫିଚର୍ ଦ୍ବାରା ଜଣେ ୟୁଜର୍ସ ତାଙ୍କ କଥୋପକଥନକ ଆହୁରି ଗୋପନୀୟ ରଖିପାରିବେ । କୌଣସି ହ୍ବାଟ୍ସଗ୍ରୁପରୁ ଆପଣ ବିନା ନୋଟିଫିକେସନରେ ଏଗ୍‌ଜିଟ ହୋଇପାରିବେ । ଏହି ନୋଟିଫିକେସନ କେବଳ ଗ୍ରୁପ ଆଡମିନ୍ ପାଖକୁ ହିଁ ଯିବ । ଗ୍ରୁପର ଅନ୍ୟ ସଦସ୍ୟ ମାନଙ୍କ ନିକଟକୁ କୌଣସି ପ୍ରକାରର ନୋଟିଫିକେସନ ଯିବ ନାହିଁ । ଚଳିତ ମାସ ସୁଦ୍ଧା ବିଶ୍ବର ସମସ୍ତ ବ୍ୟବହାରକାରୀଙ୍କୁ ଏହି ସୁବିଧା ମିଳିବ ବୋଲି ମାର୍କ ଜୁକରବର୍ଗ କହିଛନ୍ତି ।

ସେହିପରି ହ୍ବାଟ୍ସଆପ୍ ଅନ୍‌ଲାଇନ୍ ନେଇ ନୂଆ ଫିଚର୍ ଲଞ୍ଚ କରିବାକୁ ଯାଉଛି ମେଟା । ଆପଣ ଅନଲାଇନ ରହିଲେ କେଉଁ କେଉଁ ମାନେ ଦେଖିପାରିବେ ତାହା ଏବେ ଆପଣଙ୍କ ହାତରେ । କାରଣ ମେଟା ଆଣିବାକୁ ଯାଉଥିବା ଫିଚର ଅନୁସାରେ ଆପଣ ଯେଉଁମାନଙ୍କୁ ସିଲେକ୍ଟ କରିବେ ସେମାନେ ହିଁ ଆପଣ କେତେବେଳେ ଅନଲାଇନ ରହୁଛନ୍ତି ଦେଖିପାରିବେ । ଆପଣ ଚାହିଁଲେ ସିଲେକ୍ଟିଭ କଣ୍ଟାକକୁ ଅନଲାଇନ୍‌ରୁ ହାଇଡ୍ ମଧ୍ୟ କରିପାରିବେ ।

ଏଥିସହ ଆଉ ଏକ ନୂଆ ଫିଚର୍ ଆଣିବାକୁ ଯାଉଛି ମେଟା । ଯେଉଁଥିରେ ଆପଣ "View Once"କୁ ସ୍କ୍ରିନ୍‌ସର୍ଟ ମଧ୍ୟ ନେଇପାରିବେ । ଏପରିକି "View Once" ଭିଡିଓ ରେକର୍ଡ ମଧ୍ୟ କରିପାରିବେ । ପୂର୍ବ ଫିଚର ଅନୁସାରେ "View Once" ବ୍ୟବହାର ଦ୍ବାରା ଜଣେ ବ୍ୟବହାରକାରୀ ଅନ୍ୟଜଣେ କଣ୍ଟାକ୍ଟର ଫଟୋ, ଭିଡିଓ କିମ୍ବା ମେସେଜକୁ ଥରେ ମାତ୍ର ଦେଖିପାରୁଥିଲେ । ସେ ଏହି ମେସେଜ, ଭିଡିଓ କିମ୍ବା ଫଟୋର ପ୍ରମାଣ ରଖିପାରୁନଥିଲେ । ନୂଆ ଲଞ୍ଚ ହେବାକୁ ଯାଉଥିବା ଫିଚର ଅନୁସାରେ ଆପଣ ଏସବୁ ମେସେଜର ପ୍ରମାଣ ମଧ୍ୟ ରଖିପାରିବେ । ତେବେ ମେଟାର ଓନର୍‌ ମାର୍କ ଜୁକରବର୍ଗଙ୍କ ସୂଚନା ଅନୁସାରେ ଚଳିତ ମାସ ଶେଷ ସୁଦ୍ଧା ଏସବୁ ଫିଚର୍ ଲଞ୍ଚ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.