ETV Bharat / science-and-technology

Chandrayaan 3 Soft landing: 'ଗର୍ବର ସହ କହୁଛି ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ' - ଚନ୍ଦ୍ରଯାନ 3

ଆଉ ମାତ୍ର ହାତ ଗଣତି କେଇ ଘଣ୍ଟାର ଅପେକ୍ଷା। କିଛି ସମୟ ପରେ ଇତିହାସ ରଚିବ ଭାରତୀୟ ମହାକାଶ ଗବେଷଣ ସଂସ୍ଥା। ଏହାରି ଭିତରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମା

Chandrayaan 3 Soft landing
Chandrayaan 3 Soft landing
author img

By ETV Bharat Odisha Team

Published : Aug 23, 2023, 4:39 PM IST

ହାଇଦ୍ରାବାଦ: ଭାରତ ପାଇଁ ଆଜି ଐତିହାସିକ ଦିନ ହେବାକୁ ଯାଉଛି। ଆଜି ଚନ୍ଦ୍ରଯାନ-3 ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଯାଉଥିବା ବେଳେ ସାରା ବିଶ୍ବର ନଜର ରହିଛି। ଭାରତର ମୁନ ମିଶନକୁ ସଫଳ କରିବା ପାଇଁ ଦେଶର ଅନେକ ସ୍ଥାନରେ ପୂଜା ପାଠ ଜାରି ରହିଥିବା ବେଳେ ମହାକାଶଚାରୀମାନଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସୁଛି। ଭାରତ-ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କ ପରେ ଏବେ ଭାରତର ପ୍ରଥମ ମହାକାଶଚାରୀ ରାକେଶ ଶର୍ମାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଇସ୍ରୋର କାର୍ଯ୍ୟ କରିବାର ପ୍ରଣାଳୀରୁ ମୁଁ ନିଶ୍ଚିତ ଯେ, ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ।

ପ୍ରତିକ୍ରିୟାରେ ଏଭଳି କହିଲେ ରାକେଶ ଶର୍ମା: ରାକେଶ ଶର୍ମା କହିଛନ୍ତି, "ISROର କାର୍ଯ୍ୟ ପ୍ରଣାଳୀ ଜାଣି ମୁଁ ଗର୍ବର ସହିତ କହିପାରିବି ଯେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବ । ସୀମିତ ସମ୍ବଳ ସତ୍ତ୍ବେ ମଧ୍ୟ ଗତ 40 ବର୍ଷ ମଧ୍ୟରେ ଇସ୍ରୋର ଯାତ୍ରା ଚମତ୍କାର ଅଟେ। ଗତ କିଛି ବର୍ଷ ମଧ୍ୟରେ ଆମର କାର୍ଯ୍ୟକୁ ଦେଖି ବିଶ୍ବ ଆଶ୍ଚର୍ଯ୍ୟ ହୋଇଛି। ମହାକାଶ ଅନୁସନ୍ଧାନରେ ଉନ୍ନତିମୂଳକ କାର୍ଯ୍ୟ ରହିଛି। ଏହାରି ଭିତରେ ଅନେକ କଠିନ ସମସ୍ୟାକୁ ମଧ୍ୟ ସାମ୍ନା କରିଛି। କିନ୍ତୁ ଆମକୁ ଆମର ଦୃଷ୍ଟିଭଙ୍ଗୀ ଉପରେ ଧ୍ୟାନ ଦେବା ସହିତ ISRO ର କାର୍ଯ୍ୟ ବିଷୟରେ ଜାଣିବା ଆବଶ୍ୟକ। ମୁଁ ଗର୍ବର ସହିତ କହିବି ଯେ ଚନ୍ଦ୍ରଯାନ-3 ସଫ୍ଟ ଲ୍ୟାଣ୍ଡିଂ କରିବାରେ ସଫଳ ହେବ। ଏହି ଏହି ବିଶେଷ ମୁହୁର୍ତ୍ତକୁ ଅପେକ୍ଷା କରିଛି। "

ଏହା ମଧ୍ୟ ପଢନ୍ତୁ: CHANDRAYAAN 3: 'ଚନ୍ଦ୍ରଯାନ-3କୁ ନେଇ ମୁଁ ଭାରତ ପକ୍ଷରୁ ଚିଅର ଅପ୍‌ କରିବି'

କହିରଖୁଛୁ କି, ନ୍ୟାସନାଲ୍ ଜିଓଗ୍ରାଫିକ୍ ଇଣ୍ଡିଆରେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ ହେବ। ଯେଉଁଥିରେ ମହାକାଶ କ୍ଷେତ୍ରର ବିଶେଷଜ୍ଞ ତଥା ୱିଲିୟମ୍ସ ଏବଂ ରାକେଶ ଶର୍ମାଙ୍କ ପରି ମହାକାଶଚାରୀ ସାମିଲ ହେବେ ବୋଲି ସୂଚନା ମିଳିଛି । ଚ୍ୟାନେଲ Xରେ ଏକ ପୋଷ୍ଟ ଜରିଆରେ କହିଛି ଯେ,"ସ୍ବପ୍ନ ଦେଖୁଥିବା ଇସ୍ରୋର ସାହାସିକତାକୁ ସଲାମ କରୁଛୁ । ଟଚ୍ ଡାଉନର ସିଧାପ୍ରସାରଣ ଅପରାହ୍ନ 4ଟାରୁ ଆରମ୍ଭ ହେବ ।" ବିକ୍ରମ ଲ୍ୟାଣ୍ଡରର ପାଓ୍ବର୍ଡ ଲ୍ୟାଣ୍ଡିଂ ସନ୍ଧ୍ୟା 5ଟା 45 ମିନିଟରେ ହେବ ବୋଲି ଆଶା ରଖାଯାଇଛି । ମିଶନ ଅପରେସନ କମ୍ପ୍ଲେକ୍ସ(MOX)ରେ ଲ୍ୟାଣ୍ଡିଂ ଅପରେସନର ସିଧାପ୍ରସାରଣ ସନ୍ଧ୍ୟା 5ଟା 20 ମିନିଟରୁ ଆରମ୍ଭ ହେବ । ଦେଶବାସୀ ଦେଖିପାରିବେ ଏହି ଐତିହାସିକ ମୁହୂର୍ତ୍ତ । ଇସ୍ରୋର ଓ୍ବେବସାଇଟ, ୟୁଟ୍ୟୁବ ଚ୍ୟାନେଲ, ଫେସବୁକ ଏବଂ ଦୂରଦର୍ଶନ ଚ୍ୟାନେଲରେ ସିଧାପ୍ରସାରଣ ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ: Chandrayaan 3 landing: ଦେଖନ୍ତୁ ISRO ମିଶନ କଣ୍ଟ୍ରୋଲରେ କିପରି ରହିଛି ମାହୋଲ

ରାକେଶ ଶର୍ମା: 1984 ମସିହା ଏପ୍ରିଲ 3 ତାରିଖରେ ପ୍ରଥମ ଭାରତୀୟ ଭାବେ ମହାକାଶ ଯାତ୍ରା କରିଥିଲେ ରାକେଶ ଶର୍ମା। ଭାରତ ପାଇଁ ଏହା ଥିଲା ଏକ ଗୌରବମୟ ଦିନ। ବିଶ୍ବସ୍ତରରେ ଭାରତ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା। ରାକେଶଙ୍କ ଠାରୁ ପ୍ରେରଣା ମିଳିବା ପରେ ଭାରତକୁ ମହାକାଶ କ୍ଷେତ୍ରରେ ମିଳିଥିଲା ବଡ଼ ସଫଳତା । ଭାରତୀୟ ମହାକାଶ ଗବେଷଣା ସଂଗଠନ ISRO 2017 ମସିହାରେ PSLV ମାଧ୍ୟମରେ ଏକକାଳୀନ 104 ଉପଗ୍ରହ ଉତକ୍ଷେପଣ ପାଇଁ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲା । ଭାରତର ଚନ୍ଦ୍ରାୟନ-1 ଏବଂ ମଙ୍ଗଳ ମିଶନ ସମଗ୍ର ବିଶ୍ୱରେ ଆଲୋଚନାର ବିଷୟ ସାଜିଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.