ETV Bharat / science-and-technology

LinkedIn ID Verification : ଭାରତରେ ଆଇଡି ଭେରିଫିକେସନ ଫିଚର ଜାରିକଲା ଲିଙ୍କ୍‌ଡିନ୍ - ଭାରତରେ ଆଇଡି ଭେରିଫିକେସନ ଫିଚର ଜାରିକଲା ଲିଙ୍କଡଇନ୍

ଭାରତରେ ଆଇଡି ଭେରିଫିକେସନ ଫିଚର ଜାରିକଲା ଲିଙ୍କ୍‌ଡିନ୍। ଅଧିକ ପଢନ୍ତୁ

LinkedIn
LinkedIn
author img

By

Published : Jun 8, 2023, 5:17 PM IST

ହାଇଦ୍ରାବାଦ: ବୃତ୍ତିଗତ ସୋସିଆଲ ନେଟୱାର୍କିଂ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ ଭାରତୀୟ ୟୁଜର୍ସଙ୍କ ପାଇଁ ଆଇଡି ଭେରିଫିକେସନ ଫିଚର ଆଣିଛି । ଏନେଇ ବୁଧବାର ଦିନ ଏକ ବ୍ଲଗ୍ ପୋଷ୍ଟରେ ଲିଙ୍କ୍‌ଡିନ୍‌ ଇଣ୍ଡିଆର କଣ୍ଟ୍ରି ମ୍ୟାନେଜର ଅଶୁତୋଷ ଗୁପ୍ତା କହିଛନ୍ତି । ପରିଚୟ ପତ୍ର ବା ଆଇଡି ଭେରଫିକେଶନର ଅର୍ଥ ହେଉଛି କୌଣସି ବ୍ୟକ୍ତିଙ୍କୁ ସରକାରଙ୍କ ଦ୍ୱାରା ଅନୁମୋଦିତ ବା ପ୍ରାପ୍ତ ହୋଇଥିବା ପରିଚୟ ପ୍ରମାଣ ପତ୍ରର ଯାଞ୍ଚ କରିବା । ଯାହା ଲିଙ୍କ୍‌ଡିନ୍‌ର ପାର୍ଟନର୍‌ ସାଇଟ୍‌ଗୁଡ଼ିକ ଦ୍ୱାରା କରାଯିବ ।

ଏହା ମଧ୍ୟ ପଢନ୍ତୁ: LinkedIn Layoffs: ଛଟେଇ କଲା ଲିଙ୍କଡଇନ୍, 700ରୁ ଅଧିକ କର୍ମଚାରୀ ପ୍ରଭାବିତ

ଭାରତରେ ହାଇପରଭର୍ଜ୍ ହେଉଛି ଏକ ତୃତୀୟ ପକ୍ଷ ପରିଚୟ ଯାଞ୍ଚ ସେବା । ଯାହା ଡିଜିଲି ଲକର ବ୍ୟବହାର କରେ । ଯାହା ଭାରତ ସରକାରଙ୍କ ଦ୍ବାରା ପ୍ରଦାନ କରାଯାଇଥିବା ID ଯେପରିକି ଆଧାର କାର୍ଡ ପରି ଏକ ଅନଲାଇନ୍ ୱାଲେଟ୍ ID ଯାଞ୍ଚ ସହିତ ଆଧାର କାର୍ଡ ଯାଞ୍ଚ କରିଥାଏ । ବୈଧ ଆଧାର ନମ୍ବର ଏବଂ ଭାରତୀୟ ଫୋନ୍ ନମ୍ବର ଥିବା ଉପଭୋକ୍ତାମାନଙ୍କ ପାଇଁ ID ଯାଞ୍ଚ ଉପଲବ୍ଧ ହେଉଛି ।

ଏହା ମଧ୍ୟ ପଢନ୍ତୁ: Human Body as Charger: ଏଣିକି ସରିବନି ମୋବାଇଲ ବ୍ୟାଟେରୀ, ମଣିଷ ଶରୀରରୁ ହେବ ଚାର୍ଜିଂ

ଏ ବିଷୟରେ ସୂଚନା ଦେଇ କଣ୍ଟ୍ରି ମ୍ୟାନେଜର ଆଶୁତୋଷ ଗୁପ୍ତା କହିଛନ୍ତି, "ଲିଙ୍କ୍‌ଡିନ୍‌ରେ ଯେତେବେଳେ ଗୋଟିଏ ପ୍ରୋଫାଇଲ ରିୟଲ ବୋଲି ଦେଖାଇବ, ସେତେବେଳେ ଜଣକୁ ଚାକିରି ଖୋଜିବା ପାଇଁ ଆହୁରି ସୁବିଧା ହେବ । କାରଣ ଏଥିରେ ଦର୍ଶାଯାଇଥିବା ଯେ ଏହା ଏକ ଫେରିଫାଇଡ ଆକାଉଣ୍ଟ । ଏଥିରେ କୌଣସି ସମ୍ବେଦନଶୀଳ କଣ୍ଟେଣ୍ଟକୁ ସ୍ଥାନ ଦିଆଯିବ ନାହିଁ ।"

ସେ ଆହୁରି ମଧ୍ୟ ୟୁଜର୍ସଙ୍କ ପାଇଁ ସୂଚନା ଦେଇ କହିଛନ୍ତି, "ଯଦି ଜଣକର ଆଧାର ନଥିବ, ତାହାଲେ ମଧ୍ୟ ଲିଙ୍କ୍‌ଡିନ୍‌ ଭେରିଫିକେସନ ହେଇପାରିବ । ଚାକିରି କରୁଥିବା ପ୍ରମାଣପତ୍ର କିମ୍ବା ଇମେଲ ଆଇଡି ଦେଇ ଭିରିଫିକେସନ କରାଇପାରିବେ ।" ପ୍ରକାଶଥାଉ କି, ଏପ୍ରିଲ୍ ମାସରେ କମ୍ପାନୀ ଆମେରିକାରେ ID ଯାଞ୍ଚ ଆରମ୍ଭ କରିଥିଲା ​​ଏବଂ ବର୍ତ୍ତମାନ ଏହି ଫିଚରକୁ ଶୀଘ୍ର ଅନ୍ୟ ଦେଶରେ ଆଣିବାକୁ ଯୋଜନା କରିଥିଲା । ଯାହାଦ୍ୱାରା ଲୋକମାନେ ବୃତ୍ତିଗତ ସାମାଜିକ ନେଟୱାର୍କିଂ ପ୍ଲାଟଫର୍ମ ଲିଙ୍କ୍‌ଡିନ୍‌ରେ ଏହାର ଲାଭ ଉଠାଇପାରିବେ।

କହରଖୁଛୁ କି, ଗତ ମେ' 10 ତାରିଖରେ ଲିଙ୍କ୍‌ଡିନ୍‌ (LinkedIn Layoffs) ବ୍ୟବସାୟ ପ୍ରଫେସନାଲମାନଙ୍କ ପାଇଁ ସୋସିଆଲ୍ ମିଡିଆ ସାଇଟ୍, 716 ଜଣ କର୍ମଚାରୀଙ୍କ ଛଟେଇ ଘୋଷଣା କରିବା ସହିତ କମ୍ପାନୀ ଏହାର ଚାଇନାର ଚାକିରି ଆବେଦନ ଆପ୍‌କୁ ମଧ୍ୟ ବନ୍ଦ କରିବାକୁ ଯାଉଛି ବୋଲି କହିଥିଲା । ରୟଟର୍ସ ରିପୋର୍ଟ ଅନୁଯାୟୀ, ବିଶ୍ୱ ପରିସ୍ଥିତିକୁ ଦୃଷ୍ଟିରେ ରଖି ଲିଙ୍କ୍‌ଡିନ୍‌ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.