ETV Bharat / science-and-technology

ବିଶ୍ବର ସର୍ବବୃହତ OLED TV ଲଞ୍ଚ୍‌ କଲା LG

author img

By

Published : Oct 3, 2022, 4:23 PM IST

ବିଶ୍ବର ସର୍ବବୃହତ OLED TV ଲଞ୍ଚ କଲା ପ୍ରସିଦ୍ଧ ଇଲେକ୍ଟ୍ରୋନିକ୍ସ କମ୍ପାନୀ LG(LG unveils world's largest OLED TV) । ଅଧିକ ପଢନ୍ତୁ

ବିଶ୍ବର ସର୍ବବୃହତ OLED TV ଲଞ୍ଚ କଲା LG
ବିଶ୍ବର ସର୍ବବୃହତ OLED TV ଲଞ୍ଚ କଲା LG

ସିଓଲ: ପ୍ରତିଷ୍ଠିତ ଇଲୋକଟ୍ରୋନିକ୍ସ କମ୍ପାନୀ ଏଲଜି ଇଲୋକଟ୍ରୋନିକ୍ସର ବଡ ଘୋଷଣା । ଆମେରିକାରେ ଅନୁଷ୍ଠିତ ସଦ୍ୟ ଟ୍ରେଡ୍‌ ଶୋ'ରେ ବିଶ୍ବର ବୃହତ୍ତମ ଅରଗାନିକ୍‌ ଲାଇଟ୍‌-ଏମିଟିଙ୍ଗ ଡିଓଡ(OLED) TV ପ୍ରଦର୍ଶିତ କରିଛି LG ଇଲୋକଟ୍ରୋନିକ୍ସ । ନର୍ଥ ଆମେରିକାର ପ୍ରିମିୟମ TV ମାର୍କେଟକୁ ଦୃଷ୍ଟିରେ ରଖି ଏହି ବୃହତ OLED ପ୍ରଦର୍ଶିତ କରିଛି କମ୍ପାନୀ । LG ଇଲୋକଟ୍ରୋନିକ୍ସ ଏହାର ବିରାଟକାୟ ୯୭ ଇଞ୍ଚ OLED TV ଉନ୍ମୋଚିତ କରିଛି । ଏହା OLED evo ଗ୍ୟାଲେରୀ ଏଡିସନ ବୋଲି କୁହାଯାଉଛି ।

ୟୋନହାପ ନ୍ୟୁଜ ଏଜେନ୍ସି(Yonhap news agency) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, କନ୍‌ଜ୍ୟୁମର ଇଲୋକଟ୍ରୋନିକ୍ସ ଡିଜାଇନ ଇଷ୍ଟାଲେସନ ଆସୋସିଏସନ(CEDIA) Expo 2022 ଟେକ୍ସାସର(Texas) ଡଲାସରେ(Dallas) ଅନୁଷ୍ଠିତ ହୋଇଥିଲା । ଏହି ମେଗା ଇଭେଣ୍ଟରେ LGର ନୂଆ ଏଡିସନର OLED ପ୍ରଦର୍ଶିତ ହୋଇଛି ।

ଦକ୍ଷିଣ କୋରିଆର ପ୍ରସିଦ୍ଧ ଇଲୋକଟ୍ରୋନିକ୍ସ କମ୍ପାନୀ ପ୍ରଥମ କରି ଏହାର 97 ଇଞ୍ଚ୍‌ର OLED TV ଗତ ମାସରେ ବର୍ଲିନରେ ଅନୁଷ୍ଠିତ IFA 2022 ଇଲୋକଟ୍ରୋନିକ୍ସ ଟ୍ରେଡ୍‌ ଶୋରେ ପ୍ରଦର୍ଶିତ କରିଥିଲା । CEDIA ୨୦୨୨ରେ କମ୍ପାନୀ ମଧ୍ୟ ଫ୍ଲେକ୍ସ, ବିଶ୍ବର ପ୍ରଥମ ବେନଣ୍ଡବଲ୍‌ OLED ଗେମିଂ ମନିଟର (Bendable OLED gaming monitor) ଓ ମୁଭେବଲ୍‌ LG ଷ୍ଟାଣ୍ଡବାଏ ME. କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଆମେରିକାରେ ଅବସ୍ଥାପିତ ବଡ ଟିଭି ମାର୍କେଟରେ ନିଜର ଆଧିପତ୍ୟ ଜାହିର କରିବାକୁ ନୂଆ ଏଡିସନର ସଦ୍ୟତମ ସାମଗ୍ରୀ ପ୍ରସ୍ତୁତ ହୋଇଛି ।

ଆମେରିକାରେ ନଭେମ୍ବରରେ ବ୍ଳାକ ଫ୍ରାଇଡେ ଓ ଖ୍ରୀଷ୍ଟମାସରେ ବଡ ସପିଂ ସିଜିନ ବୋଲି କୁହାଯାଏ । ଏହି ସମୟରେ ଅଧିକ ଚାହିଦା ଏହି ସଦ୍ୟତମ ଏଡିସନର ରହିବା ବୋଲି ଆଶା ରହିଛି । ପ୍ରଥମାଅର୍ଦ୍ଧରେ LGର ସମସ୍ତ ଟିଭି ବିକ୍ରିର ପ୍ରାୟ ୩୩.୨ ପ୍ରତିଶତ ସ୍ଥାନ OLED TV ନେଇଥାଏ । ଟିଭି ପ୍ରସ୍ତୁତକର୍ତ୍ତା କମ୍ପାନୀ ବଜେଟ କାଟାଗୋରୀ ବ୍ୟତୀତ ବର୍ଷ ଶେଷ ସୁଦ୍ଧା ସେମାନଙ୍କର ବ୍ୟବସାୟ ଦୁଇଗୁଣିତ କରିବାକୁ ଓ ଲାଭବାନ ହେବାକୁ ଯୋଜନା କରିଥାନ୍ତି ।

ପ୍ରମୁଖ TV ଭାବରେ ଯେତେବେଳେ TVର ଦାମ୍‌ ୨,୫୦୦ ଡଲାର ଓ ଏହାଠାରୁ ଅଧିକ ରହିଥାଏ, ଇଣ୍ଡଷ୍ଟ୍ରୀ ଟ୍ରାକର ଓମଡିଆ(industry tracker Omdia) ଅନୁଯାୟୀ, ସାମସଙ୍ଗ ଇଲୋକଟ୍ରୋନିକ୍ସ କୋ. ୫୩.୬ ପ୍ରତିଶତ ମାର୍କେଟ ସେୟାର ସହିତ ଆଗରେ ରହିଛି । ପରେ LG 21.5 ପ୍ରତିଶତ ଓ ସୋନି ୧୭.୨ ପ୍ରତିଶତରେ ସନ୍ତୁଷ୍ଟ ରହିଛନ୍ତି । OLED TV ବର୍ଗରେ LG ଏହାର ଆଧିପତ୍ୟ ସର୍ବାଗ୍ରେ ପ୍ରମାଣିତ କରିବା ସହ ପ୍ରଥମାର୍ଦ୍ଧରେ ୧.୬୯ ମିଲିଅନ ୟୁନିଟ୍‌ସ ବିକ୍ରି କରି ନମ୍ବର ୧ ସ୍ଥାନରେ ରହିଛି । ଏହା ବିଶ୍ବରେ ବିକ୍ରି ହୋଇଥିବା ସମୁଦାୟ OLED ସଂଖ୍ୟାର ପ୍ରାୟ ୬୨ ପ୍ରତିଶତ ବୋଲି କୁହାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.