ETV Bharat / science-and-technology

Lava smartphone: ଏକାଧିକ ମର୍ଡନ ଫିଚର ସହ ବଜାରରେ ଏଣ୍ଟ୍ରି ମାରିଲା Blaze - ସୁଲଭ ମୂଲ୍ୟର ସ୍ମାର୍ଟଫୋନ

ଲାଭା କମ୍ପାନୀ ସୁଲଭ ମୂଲ୍ୟରେ ଏକ ଉତ୍କୃଷ୍ଟ ଧରଣର ସ୍ମାର୍ଟଫୋନର ବଜାର ପ୍ରବେଶ କରିଛି । ଏହାର ମୂଲ୍ୟ ଅନ୍ୟ ସ୍ମାର୍ଟଫୋନ ତୁଳନାରେ କମ ରହିଥିବା ବେଳେ ଅନେକ ସୁବିଧା ରହିଛି । ଅଧିକ ପଢନ୍ତୁ

Lava: ଅନେକ ଅତ୍ୟାଧୁନିକ ସୁବିଧା ସହ Blaze ସ୍ମାର୍ଟଫୋନର ବଜାର ପ୍ରବେଶ

author img

By

Published : Jul 19, 2022, 6:00 PM IST

ନୂଆଦିଲ୍ଲୀ: ଅତ୍ୟାଧୁନିକ ସୁବିଧା ସହ ବଜାରକୁ ପ୍ରବେଶ କଲା LAVA ବ୍ରାଣ୍ଡର ନୂଆ ସ୍ମାର୍ଟଫୋନ । ଏହି ଫୋନର ନାମ 'Blaze' ରଖାଯାଇଥିବା ବେଳେ ଏହାର ମୂଲ୍ୟ ୮,୬୯୯ ରହିଛି । ଏହାସହ ସ୍ମାର୍ଟଫୋନର କଳା ରଙ୍ଗର ବ୍ୟାକ୍‌ ଡିଜାଇନ ରହିଥିବା ବେଳେ ୩ଟି ରିଅର(Back) କ୍ୟାମେରା ରହିଛି ।

ଏହାସହ ଏଥିରେ ୩ GB RAM ଓ ୬୪ GB ଇଣ୍ଟରନାଲ ଷ୍ଟୋରେଜ ରହିଛି । ଏହି ମଡେଲରେ ୫୦୦୦ mAh ବ୍ୟାଟେରୀ ପାୱାର ରହିଥିବା ବେଳେ ୧୦W ଟାଇପ-ସି ଚାର୍ଜର ରହିଛି । ଏହି ସ୍ମାର୍ଟଫୋନ ବ୍ୟବହାରକାରୀ ଡୁଆଲ SIM ରହିଥିବା ବେଳେ ଏଥିରେ nano-SIMର ବ୍ୟବହାର ହୋଇପାରିବ । ଏହି ମୋବାଇଲ ଗ୍ଲାସ ବ୍ଲାକ, ଗ୍ଲାସ ବ୍ଲୁ, ଗ୍ଲାସ ଗ୍ରୀନ, ଗ୍ଲାସ ରେଡ଼ ରଙ୍ଗର ଉପଲବ୍ଧ ରହିଛି । ମୋବାଇଲ ତଳ ଭାଗରେ ଚାର୍ଜିଂ ପଏଣ୍ଟ ରହିଥିବା ବେଳେ ହେଡଫୋନ ଜ୍ୟାକ ଓ ସ୍ପିକର ରହିଛି ।

ବିଭିନ୍ନ ରଙ୍ଗର ଲାଭା ସ୍ମାର୍ଟଫୋନ
ବିଭିନ୍ନ ରଙ୍ଗର ଲାଭା ସ୍ମାର୍ଟଫୋନ

ମୋବାଇଲର ବାମ ପାର୍ଶ୍ବରେ SIM ଟ୍ରେ ରହିଛି । ଏହାର ବ୍ୟାକ୍‌ରେ ଫିଙ୍ଗରପ୍ରିଣ୍ଟ ସେନ୍ସର ରହିଥିବା ବେଳେ ଉପରିଭାଗରେ କ୍ୟାମେରା ରହିଛି । ଏହି ସ୍ମାର୍ଟଫୋନର ଲମ୍ବ ୬.୫ ଇଞ୍ଚ ରହିଛି । ଏହାସହିତ ମୋବାଇଲରେ ୧୩MP AI ରିଅର କ୍ୟାମେରା ରହିଥିବା ବେଳେ LED ଫ୍ଲାସ ଲାଇଟ ରହିଛି । ସେଲ୍ଫି କ୍ୟାମେରା ୮MP ରହିଛି । କ୍ୟାମେରାରେ ଅନେକ ଫିଚର ରହିଛି । ଏଥିରେ HDR, ପାନାରୋମା, ପୋର୍ଟ୍ରେଟ, ବ୍ୟୁଟି ଓ ଟାଇମ ଲାପ୍ସ ଅପସନ ରହିଛି ।

Blaze ସ୍ମାର୍ଟଫୋନର ବଜାର ପ୍ରବେଶ
Blaze ସ୍ମାର୍ଟଫୋନର ବଜାର ପ୍ରବେଶ

ସ୍ମାର୍ଟଫୋନର ଚାର୍ଜ ରଖିବାର କ୍ଷମତା ଗୋଟିଏ ଦିନ ପର୍ଯ୍ୟନ୍ତ ରହିଛି । ମୋବାଇଲଟି ସମ୍ପୂର୍ଣ୍ଣ ଚାର୍ଜ ହୋଇସାରିବା ପରେ ବ୍ୟବହାରକାରୀ ଗୋଟିଏ ଦିନରେ ମେସେଜିଂ, ମେଲ୍ସ, କଲିଂ ଓ ଫଟୋ ଉଠାଇପାରିବେ । ଏହି ମୋବାଇଲଟି ସୁଲଭ ଦରରେ ଅନେକ ସୁବିଧା ପ୍ରଦାନ କରିବାକୁ ଯାଉଥିବାରୁ ଏହା ଗ୍ରାହକଙ୍କୁ ପସନ୍ଦ ଆସିବ ବୋଲି କମ୍ପାନୀ ଆଶା ରଖିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.