ETV Bharat / science-and-technology

Special Day For NASA: ନାସା ପାଇଁ କାହିଁକି ସ୍ବତନ୍ତ୍ର ଅକ୍ଟୋବର ୧ ? ଜାଣନ୍ତୁ କାରଣ

ଯଦି ଆପଣ ତାରା, ଆକାଶଗଙ୍ଗା କିମ୍ବା ସମଗ୍ର ବ୍ରହ୍ମାଣ୍ଡ ବିଷୟରେ ଜାଣିବା ପାଇଁ ଆଗ୍ରହ ରହିଥିଲେ ନାସାକୁ ନେଇ ନିଶ୍ଚିତ ପରିଚିତ ଥିବେ । ଜାଣନ୍ତୁ ନାସା ପାଇଁ କାହିଁକି ଆଜିର ଦିନ ସ୍ବତନ୍ତ୍ର ଏବଂ ନାସାର ଉଦ୍ଦେଶ୍ୟ କଣ

Special Day For NASA
Special Day For NASA
author img

By ETV Bharat Odisha Team

Published : Oct 1, 2023, 3:17 PM IST

ହାଇଦ୍ରାବାଦ: ପ୍ରଥମ ଉପଗ୍ରହ ଉତକ୍ଷେପଣ ସହିତ ଋଷର ଅବିଶ୍ୱସନୀୟ ସଫଳତା ପରେ NASA (ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା) ୧୯୫୮ ମସିହାରେ ଆନୁଷ୍ଠାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା । ମହାକାଶ ଅନୁସନ୍ଧାନ ଏବଂ ଏରୋନେଟିକ୍ସ ଗବେଷଣା ପରିଚାଳନା ପାଇଁ ଆମେରିକାରେ ନାସାର ପ୍ରତିଷ୍ଠା କରାଯାଇଥିଲା । କହିରଖୁଛୁ କି, ଶୀତଳ ଯୁଦ୍ଧ ସମୟରେ ନାସା ପ୍ରତିଷ୍ଠା ହୋଇଥିଲା । ଆମେରିକା ଏବଂ ସୋଭିଏତ ଋଷ ମଧ୍ୟରେ ହୋଇଥିଲା । ନାସାର ଅର୍ଥ ହେଉଛି ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍ । ଏହା ଆମେରିକାରେ ଅବସ୍ଥିତ ଏକ ସରକାରୀ ଏଜେନ୍ସି । ଯାହାର ବାୟୁ, ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପ୍ରତିଷ୍ଠା ରହିଛି ।

ନାସାର ମୁଖ୍ୟ ଉଦ୍ଦେଶ୍ୟ: ଗହନ ବୈଜ୍ଞାନିକ ତଥ୍ୟ ଏବଂ ବୈଷୟିକ ଜ୍ଞାନର ବିକାଶ ହେଉଛି ନାସାର ମୂଳ ଉଦ୍ଦେଶ୍ୟ । ପୃଥିବୀ ଏବଂ ମହାକାଶକୁ ଅଧ୍ୟୟନ ଏବଂ ଅନୁସନ୍ଧାନ କରିବା ନାସାରା କାର୍ଯ୍ୟ । ମାନବ ଏବଂ ରୋବୋଟିକ୍ ସ୍ପେସ୍ ମିଶନ୍ ଯୋଜନା କରିବା, ନୂତନ ଉଚ୍ଚ ବୈଷୟିକ ଉପକରଣ ଏବଂ ଉପଯୋଗୀ ବିଜ୍ଞାନ ଉଦ୍ଭାବନ କରିବା ଏବଂ ବିଶ୍ବରେ ବିଜ୍ଞାନ ଏବଂ ଅନ୍ତରୀକ୍ଷରେ ପ୍ରତିଯୋଗିତାମୂଳକ ମାଧ୍ୟମକୁ ପ୍ରୋତ୍ସାହିତ କରିବା ନାସାର ଉଦ୍ଦେଶ୍ୟ ଅଟେ।

ନାସାର ଉପଲବ୍ଧି:

  • ପ୍ରତିଷ୍ଠା ପରଠାରୁ ଉଲ୍ଲେଖନୀୟ ସଫଳତା ହାସଲ କରିଛି ନାସା । 1990 ମସିହାରେ ନାସା ହବଲ୍ ସ୍ପେସ୍ ଟେଲିସ୍କୋପ୍ ଲଞ୍ଚ କରିଥିଲା ​। ହବଲ୍ ସ୍ପେସ୍ ଟେଲିସ୍କୋପ୍ ଆମକୁ ବ୍ରହ୍ମାଣ୍ଡର ଆଶ୍ଚର୍ଯ୍ୟଜନକ ଫଟୋକୁ ସାମ୍ନାକୁ ଆଣିଥିଲା ।
  • ଏହା ସହିତ ନାସା ସୌରମଣ୍ଡଳର ପ୍ରତ୍ୟେକ ଗ୍ରହରେ ରୋବୋଟିକ୍ ପ୍ରୋବ ଲଞ୍ଚ କରିଥିଲା ।
  • ନାସା ପୃଥିବୀ ଠାରୁ ୨୫୦ ମିଲି ଅର୍ଥାତ ପ୍ରାୟ ୪୦୦ କିଲୋମିଟରେ ଉଚ୍ଚରେ ଅନ୍ତରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେସନ ମଧ୍ୟ ନିର୍ମାଣ କରିଛି ।
  • ଆଜିକା ସମୟରେ ନାସା ଅନ୍ତରୀକ୍ଷ ଅନ୍ବେଷଣରେ ସବୁଠାରୁ ଆଗରେ ରହିଛି ଏବଂ ସକ୍ଷମ କରିବା ପାଇଁ ନୂଆ ଟେକ୍ନୋଲୋଜିର ମଧ୍ୟ ବିକାଶ କରୁଛି ।
  • ନାସାର କିଛି ବଡ ସଫଳତା ମଧ୍ୟରେ ଚନ୍ଦ୍ରକୁ ପ୍ରଥମ ମାନବ ମିଶନ, ଭଏଜର୍ ମିଶନ୍ ଏବଂ ହବଲ ସ୍ପେସ ଟେଲିସ୍କୋପ ସାମିଲ ଅଟେ ।

ଏହା ମଧ୍ୟ ପଢନ୍ତୁ: ସମ୍ପର୍କ ବିଚ୍ଛିନ୍ନ ପରେ ପୁଣି ପୃଥିବୀ ସହ ଯୋଗାଯୋଗ କରିବାରେ ସଫଳ ହେଲା ଭଏଜର୍-2

ନାସାର କାର୍ଯ୍ୟ: ମାନବଜାତିର ଅସ୍ତିତ୍ବକୁ ବୁଝିବା ପାଇଁ ନାସାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ନାସା ମହାକାଶଚାରୀମାନେ ମହାକାଶରେ ବୈଜ୍ଞାନିକ ଅନୁସନ୍ଧାନ କରିଥାଆନ୍ତି । ନାସା ଦ୍ବାରା ଉତକ୍ଷେପଣ ହୋଇଥିବା ଉପଗ୍ରହ ବୈଜ୍ଞାନିକମାନଙ୍କୁ ପୃଥିବୀ ବିଷୟରେ ଅଧିକ ଜାଣିବାରେ ବା ତଥ୍ୟ ହାସଲ କରିବାରେ ସାହାଯ୍ୟ କରିଥାଏ । ଆମେ ରହୁଥିବା ସୌରମଣ୍ଡଳ ଏବଂ ଏହା ବାହାରେ ଥିବା ବ୍ରହ୍ମାଣ୍ଡର ଅନୁଧ୍ୟାନ ନାସା ଦ୍ୱାରା ପଠାଯାଇଥିବା ସ୍ପେସ୍ ପ୍ରୋବ ଦ୍ୱାରାକରାଯାଇଥାଏ । ନାସା ସମୟ ସମୟରେ ମାନବଜାତିଙ୍କୁ ଜ୍ୟୋତିର୍ବିଜ୍ଞାନ ଘଟଣା ବିଷୟରେ ସୂଚନା ପ୍ରଦାନ କରିଥାଏ । ପୃଥିବୀ ପ୍ରତି କୌଣସି ବିପଦର ସମ୍ଭବନା ରହିଥିଲେ ପୂର୍ବରୁ ନାସା ଲୋକଙ୍କୁ ସଚେତନ କରିଥାଏ । ବର୍ତ୍ତମାନ ସମୟରେ ନାସା ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହରେ ମଧ୍ୟ ଜୀବନର ଅନୁସନ୍ଧାନ ଜାରି ରଖିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.