ETV Bharat / science-and-technology

ବିଶ୍ବରେ ପ୍ରଥମ, ଗୋବର ଇନ୍ଧନରୁ ରକେଟ ଉଡାଇଲେ ଜାପାନ ବୈଜ୍ଞାନିକ - ଗୋବର ଇନ୍ଧନରୁ ଉଡିଲା ରକେଟ

Cow Dung For Rocket Fuel: ଜାପାନର ହାକାଇଦୋ ସ୍ପେସପୋର୍ଟରୁ ଷ୍ଟାଟିକ ଫାୟାର ଟେଷ୍ଟ ସଫଳ ହୋଇଛି। ଗୋବର ଇନ୍ଧନରୁ ଉଡିଲା ରକେଟ। ଅଧିକ ପଢନ୍ତୁ

Zero rocket
Zero rocket
author img

By ETV Bharat Odisha Team

Published : Dec 19, 2023, 5:46 PM IST

ହାଇଦ୍ରାବାଦ: ବୈଜ୍ଞାନିକଙ୍କ ବଡ ସଫଳତା। ଗୋବରର ବ୍ୟବହାର କ୍ଷେତ୍ରରେ ଆଉ ପାଦେ ଆଗେଇଛି ବିଜ୍ଞାନ। ଏହାକୁ ନେଇ ଏପରି ଏକ ଉପଲବ୍ଧି ହାସଲ ହୋଇଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏଣିକି ଗାଈର ଗୋବରରୁ ଉଡିବ ରକେଟ । ଗାଈର ଗୋବରରୁ ବାହାରୁଥିବା ଇନ୍ଧନରେ ରକେଟ ଇଞ୍ଜିନ ଚଳାଇବାରେ ସଫଳତା ପାଇଲେ ବୈଜ୍ଞାନିକ । ଜାପାନ ଗୋବରରୁ ଚାଲୁଥିବା ରକେଟ ଇଞ୍ଜିନର ଅନାବରଣ କରିଛି । ଯାହାକି ଏଲବିଏମ ଦ୍ବାରା ପରିଚାଳିତ ଏକ ଛୋଟ ଉପଗ୍ରହ ପ୍ରକ୍ଷେପଣ ଯାନ ଅଟେ । ଏହାର ନାମ ଜିରୋ ରଖାଯାଇଥିବା ବେଳେ ଜାପାନର ହାକାଇଦୋ ସ୍ପେସପୋର୍ଟରୁ ଷ୍ଟାଟିକ ଫାୟାର ଟେଷ୍ଟ କରାଯାଇଥିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି।

ଜାପାନିଜ ସ୍ପେସ୍ ଷ୍ଟାର୍ଟଅପ୍ ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି ଜିରୋ ରକେଟ ପାଇଁ ହକ୍କାଇଡୋ ସ୍ପେସପୋର୍ଟରେ ଏହାର କସ୍ମୋସ୍ ଇଞ୍ଜିନର ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷଣ ସଫଳତାର ସହିତ କରିଛି। ଏହି ରକେଟରେ ଗାଇର ଗୋବରରୁ ବାହାରୁ ଥିବା ମିଥାନ ଗ୍ୟାସକୁ ଇନ୍ଧନ ଭାବେ ବ୍ୟବହାର କରିଯାଇଥାଏ। କମ୍ପାନୀ ପକ୍ଷରୁ ଏହି ଟେଷ୍ଟିଂର ଭିଡିଓ ମଧ୍ୟ ସେୟାର କରାଯାଇଛି। ଯେଉଁଥରେ ପ୍ରୋଟୋଟାଇପ୍ ରକେଟ୍ ଇଞ୍ଜିନରେ ଏହି ଗୋବର ଟେଷ୍ଟିଂ କରାଯାଇଥିଲା। ତେବେ ଏହା ଦ୍ବରା ଇଞ୍ଜିନରୁ 10ରୁ 15 ମିଟର ପର୍ଯ୍ୟନ୍ତ ନିଆଁ ବାହାରୁଥିବା ଦେଖାଯାଇଥିଲା।

ଗୋବରରୁ ରକେଟ ଇନ୍ଧନ: ଜାପାନର ଏକ କମ୍ପାନୀ ଗୋବରରୁ ବାୟୋମିଥେନ ଗ୍ୟାସ ତିଆରି କରିଥିଲେ। ଦାବି କରାଯାଇଥିଲା ଯେ, ଏହା ଗାଈର ଗୋବରରୁ ତିଆରି ହୋଇଥିବା ବେଳେ ମହାକାଶ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏହା ବଡ ପରିବର୍ତ୍ତନ ଆଣିପାରେ। ସ୍ସେସ ଏଜେନ୍ସି ପାଇଁ ଏହା ଏକ ବଡ ଉପକାର ହୋଇପାରେ।

ସ୍ସେସ ଜଗତରେ ବଡ ପରିବର୍ତ୍ତନ: ଜାପାନର ଇଣ୍ଟରଷ୍ଟେଲାର ଟେକ୍ନୋଲୋଜି କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଇଯାଇଥିବା ଇନ୍ଧନ ରକେଟ ଉତକ୍ଷେପଣରେ କ୍ଷେତ୍ରରେ ଯଦି ସଫଳ ହୁଏ ତାହାଲେ ଆଗାମୀ ଦିନରେ ମହାକାଶ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତ୍ତନ ହୋଇପାରେ। କାରଣ ବାୟୋମିଥେନ ଇନ୍ଧନ ସୁଲଭ ମୂଲ୍ୟରେ ତିଆରି ହୋଇପାରିବ।

ଏହା ମଧ୍ୟ ପଢନ୍ତୁ: ବଜାରକୁ ଆସିବ ବିଶ୍ବର ପ୍ରଥମ ଗୋବର ଚାଳିତ ଟ୍ରାକ୍ଟର, ଜଳବାୟୁ ପରିବର୍ତ୍ତନ ସଙ୍କଟକୁ କରିବ ଦୂର

ସୁଲଭ ମୂଲ୍ୟରେ ସ୍ପେସରେ ପହଞ୍ଚିବ ରକେଟ: ବାୟୋମିଥେନ ଇନ୍ଧନ କେବଳ ସୁଲଭ ନୁହେଁ ବରଂ ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ। ବାୟୋଗ୍ୟାସରେ 75 ପ୍ରତିଶତ ମିଥେନ ଗ୍ୟାସ୍ ରହିଥାଏ। ଫଳରେ ଜଳିଲେ ମଧ୍ୟ ଧୂଆଁ ନିର୍ଗତ ହୁଏ ନାହିଁ। ଏହାସହିତ କାର୍ବନ ମଧ୍ୟ ନିର୍ଗତ ହୁଏ ନାହିଁ। ଅନ୍ତରୀକ୍ଷ କ୍ଷେତ୍ରରେ ଏହାକୁ ବ୍ୟବହାର କରାଇଯାଇ ଇନ୍ଧନକୁ ମଧ୍ୟ ସଞ୍ଚିତ କରାଯାଇ ପାରିବ। ଏହା ଦ୍ବାରା ଅର୍ଥନୀତି ମଧ୍ୟ ଲାଭବାନ ହେବ। ଗୋବର ମଧ୍ୟ ଆଣବିକ ବିକିରଣକୁ ହ୍ରାସ କରିଥାଏ ବୋଲି ଦାବି କରାଯାଇଛି। ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ବିଚାରକୁ ନେଲେ ଏହା ଭବିଷ୍ୟତରେ ସବୁଜ ଶକ୍ତିର ଏକ ପ୍ରମୁଖ ଉତ୍ସ ହୋଇପାରେ ବୋଲି ବୈଜ୍ଞାନିକମାନେ ଦାବି କରିଛନ୍ତି।

ପ୍ରକାଶଥାଉକି, ଜାପାନର ସ୍ପେସ ଏଜେନ୍ସି JAXA ଗତ ସେପ୍ଟେମ୍ବର ମାସରେ ମୁନ ସ୍ନାଇପର ମିଶନ ଆରମ୍ଭ କରକିଥିଲା। କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ଏଜେନ୍ସିର ଦୁଇଟି ମିଶନ ଫେଲ ମାରିଥିଲା। H3 ଏବଂ ଅକ୍ଟୋବର ମାସରେ ନିର୍ଭରଯୋଗ୍ୟ କଠିନ ଇନ୍ଧନ ଏପସିଲନ୍ ଲଞ୍ଚ ହେବା ପରେ ମଧ୍ୟ ଯାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜୁଲାଇ ମାସରେ ମଧ୍ୟ ଏକ ଯାନ ଲଞ୍ଚ କରାଯାଇଥିଲା। ଯାହାକି ଲଞ୍ଚ ହେବାର 50 ସେକେଣଡ ପରେ ବିସ୍ଫୋରଣ ହୋଇଥିଲା। ଏଭଳି ପରିସ୍ଥିତିରେ ଜାପାନର ସ୍ପେସ୍ ଏଜେନ୍ସି ପାଇଁ ବାୟୋମିଥେନ ବରଦାନ ସଦୃଶ ହୋଇପାରେ ବୋଲି କୁହାଯାଇପାରେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.