ETV Bharat / science-and-technology

Gaganyaan: ମାନବ ମିଶନ ପାଇଁ ଇସ୍ରୋର ପ୍ରଥମ ପଦକ୍ଷେପ, ଆଜି ପ୍ରଥମ ଫ୍ଲାଇଟ ଟେଷ୍ଟ୍‌

ଅକ୍ଟୋବର 21ତାରିଖ ସକାଳ 8ଟାରେ ଶୀହରିକୋଟାର ସତୀଶ ଧାଓ୍ବନ ସେଣ୍ଟରରୁ TV-D1 ଟେଷ୍ଟ ଫ୍ଲାଇଟ୍‌ ଉତକ୍ଷେପଣ କରାଯିବ । ଆଜି ସକାଳ 7ଟା 30 ଆରମ୍ଭ ହେବ ଲାଇଭ । ଅଧିକ ପଢନ୍ତୁ

Gaganyaan
Gaganyaan
author img

By ETV Bharat Odisha Team

Published : Oct 20, 2023, 12:32 PM IST

Updated : Oct 21, 2023, 6:29 AM IST

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରି ଚାଲିଛି ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) । ଚନ୍ଦ୍ରଯାନ 3 ଏବଂ ଆଦିତ୍ୟ ଏଲ 1ର ସଫଳତା କରି ମହାକାଶ ଗବେଷଣା କ୍ଷେତ୍ରରେ ଏକ ମାଇଲଖୁଣ୍ଡ ହାସଲ କରିଛି ଇସ୍ରୋ । ବର୍ତ୍ତମାନ ମାନବ ମିଶନ ପାଇଁ ପ୍ରଥମ ପଦକ୍ଷେପ ଗ୍ରହଣ କରିବ ଇସ୍ରୋ । ଆଜି ସକାଳ 8ଟାରେ TV-D1(ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1)ଟେଷ୍ଟ ଫ୍ଲାଇଟ୍‌ ଶୀହରିକୋଟାର ସତୀଶ ଧାଓ୍ବନ ସେଣ୍ଟରରୁ ଉତକ୍ଷେପଣ କରାଯିବ। ଲଞ୍ଚ ଭ୍ୟୁ ଗ୍ୟାଲେରୀରେ(LVG) ନିର୍ଦ୍ଦିଷ୍ଟ ସଂଖ୍ୟକ ଦର୍ଶକଙ୍କୁ ଦେଖିବାକୁ ଅନୁମତି ମିଳିବ । ତେବେ ଏହାର ଲାଇଭ ମଧ୍ୟ ଦେଖିପାରିବେ ଦର୍ଶକ । ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

ଫ୍ଲାଇଟ ଟେଷ୍ଟ ଲଞ୍ଚିଂ ଲାଇଭ୍‌ ସକାଳ 7ଟା 30 ମିନିଟରୁ ଆରମ୍ଭ ହେବା ନେଇ ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି । ଏହାକୁ ଇସ୍ରୋର ଅଫିସିଆଲ ଓ୍ବେବସାଇଟ୍‌ isro.gov.in, ଇସ୍ରୋର ଫେସବୁକ୍‌ ପ୍ରୋଫାଇଲ facebook.com/ISRO ଏବଂ ଏହାର ୟୁଟ୍ୟୁବ୍‌ ଚ୍ୟାନେଲ ସହିତ ଡିଡି ନ୍ୟାସନାଲରେ ଦେଖିପାରିବେ । ତେବେ ଏହା ପୂର୍ବରୁ ଲଞ୍ଚ ଭ୍ୟୁ ଗ୍ୟାଲେରୀରେ(LVG) ଲାଇଭ୍‌ ଦେଖିବା ପାଇଁ ଇସ୍ରୋ ପକ୍ଷରୁ ରେଜିଷ୍ଟ୍ରେସନ ପ୍ରକ୍ରିୟା କରାଯାଇଥିଲା । https://lvg.shar.gov.in/VSCREGISTRATION/index.jspରେ ଯେଉଁମାନେ ପଞ୍ଜିକରଣ କରିଛନ୍ତି ସେମାନେ ଏହି ଲଞ୍ଚ୍‌ ଭ୍ୟୁ ଗ୍ୟାଲେରୀରେ ଉପସ୍ଥିତ ରହି ଦେଖିପାରିବେ ।

ଏହା ମଧ୍ୟ ପଢନ୍ତୁ: ମିଶନ ଗଗନଯାନକୁ ନେଇ ଇସ୍ରୋର ପ୍ରଥମ ଫ୍ଲାଇଟ ଟେଷ୍ଟ, ଏଠାରେ ଦେଖିପାରିବେ ଲଞ୍ଚିଂ

ପ୍ରକାଶ ଥାଉକି, ସେପ୍ଟେମ୍ବରରେ ପ୍ରକଳ୍ପ ନିର୍ଦ୍ଦେଶକ ଆର୍‌ ହଟନ୍ କହିଥିଲେ ଯେ, ଏହା ଭାରତର ପ୍ରଥମ ମାନବ ମହାକାଶ ମିଶନ ହେବ । ଇସ୍ରୋ ଏହି ମିଶନ୍‌ ପାଇଁ 4 ଜଣ ମହାକାଶଚାରୀଙ୍କୁ ତାଲିମ ଦେଉଛି । ଏହି ମିଶନ ଅଧୀନରେ ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର କକ୍ଷପଥକୁ ପଠାଯିବ ଏବଂ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ ।

ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ, ପରୀକ୍ଷଣ ବାହାନ ଏକ ସିଙ୍ଗଲ ଷ୍ଟେଜ୍‌ ଲିକ୍ବିଡ୍‌ ରକେଟ୍‌ ଅଟେ । ଯାହାକୁ ଏହି ନିରସ୍ତ୍ର ମିଶନ ପାଇଁ ବିକଶିତ କରାଯାଇଛି । ପେଲୋଡରେ କ୍ରୁ' ମଡ୍ୟୁଲ, କ୍ରୁ ଏସ୍କେପ୍‌ ସିଷ୍ଟମ(CM) ଏବଂ ଶୀଘ୍ର କାର୍ଯ୍ୟ କରିବା ପାଇଁ ଠୋସ୍‌ ମିଟର ରହିଛି । ଏହା ସହିତ ସିଏମ୍‌ ଫାୟାରିଂ ଏବଂ ଇଣ୍ଟରଫେସ୍‌ ଆଡପ୍ଟର ମଧ୍ୟ ଜୋଡ଼ା ଯାଇଛି । ଏହି ଟେଷ୍ଟିଂ କରିବାର ଅର୍ଥ ରକେଟ୍‌ରେ ଯଦି କୌଣସି ପ୍ରକାରର ତ୍ରୁଟି ଦେଖାଯାଏ ତେବେ ମହାକାଶଚାରୀଙ୍କୁ ପୃଥିବୀକୁ ଫେରାଇ ଆଣିବାକୁ ଥିବା ଏମର୍ଜେନ୍ସି ସିଷ୍ଟମର ପରୀକ୍ଷଣ କରାଯିବ । ଭବିଷ୍ୟତରେ କୌଣସି ତ୍ରୁଟି ଯେପରି ନହୁଏ ସେଥିପ୍ରତି ଧ୍ୟାନ ଦିଆଯାଇଛି ।

କହିରଖୁଛୁ କି, ପ୍ରଥମେ ଟେଷ୍ଟ୍‌ ଭେଇକଲ୍‌ କ୍ରୁ' ମଡ୍ୟୁଲକୁ ଉପରକୁ ନେବ । ପ୍ରାୟ 17 କିମି ଉଚ୍ଚରେ ଏହାର ଶବ୍ଦର ଗତି ରକେଟ ଶବ୍ଦର ଗତିଠାରୁ 1.2 ଗୁଣା ହେବ ଏବଂ ସେଥିରେ କ୍ରୁ' ମଡ୍ୟୁଲ ଏବଂ କ୍ରୁ' ଏସ୍କେପ୍‌ ସିଷ୍ଟମ ଲଗାଯିବ । କ୍ରୁ ମଡ୍ୟୁଲକୁ ସେଠାରୁ 2 କିମି ଦୂର ନେବା ପରେ ଶୀହରିକୋଟାରୁ 10 କିମି ଦୂର ସମୁଦ୍ରରେ ଲ୍ୟାଣ୍ଡ୍‌ କରାଯିବ । ମିଶନ୍ TV-D1, ଦ୍ୱିତୀୟଟି TV-D2 ମିଶନ୍ ଏବଂ ତୃତୀୟ LVM3-G1 ଟେଷ୍ଟିଂ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଇସ୍ରୋର ଗଗନଯାନ ମିଶନ ନେଇ ଗତ 17 ତାରିଖରେ ସମୀକ୍ଷା ବୈଠକ କରାଯାଇଥିଲା। ହ୍ୟୁମାନ୍-ରେଟେଡ୍ ଲଞ୍ଚ୍ ଯାନ (HLVM3) ଏବଂ ସିଷ୍ଟମ୍ କ୍ବାଲିଫିକେସନ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ଏହାସହ ହ୍ୟୁମାନ୍ ରେଟେଡ୍ ଲଞ୍ଚ୍ ଭେଇକିଲର କ୍ରୁଡ୍ ମିଶନ୍ ସହିତ ପ୍ରାୟ 20ଟି ପ୍ରମୁଖ ଟେଷ୍ଟର ଯୋଜନା କରାଯାଇଥିବା ନେଇ ବୈଠକରେ କୁହାଯିବା ସହିତ 2025 ମସିହାରେ ଗଗନଯାନ ଲଞ୍ଚ କରାଯିବା ନେଇ ବୈଠକରେ ଘୋଷଣା କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 21, 2023, 6:29 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.