ETV Bharat / science-and-technology

ଖୋଲିବ ବ୍ରହ୍ମାଣ୍ଡ ରହସ୍ୟ, ଜାନୁଆରୀ 1 ତାରିଖରେ ଲଞ୍ଚ ହେବ ଏକ୍ସପୋସେଟ ସାଟେଲାଇଟ - ବ୍ରହ୍ମାଣ୍ଡ ରହସ୍ୟ

XPoSAT Launching: ବ୍ରହ୍ମାଣ୍ଡର ରହସ୍ୟ ଭେଦିବ ଇସ୍ରୋ। 2024 ମସିହା ଜାନୁଆରୀ 1 ତାରିଖରେ XPoSAT ସାଟେଲାଇଟ୍ ଲଞ୍ଚ କରିବ ଇସ୍ରୋ। ଅଧିକ ପଢନ୍ତୁ

XPoSAT Launching
XPoSAT Launching
author img

By ETV Bharat Odisha Team

Published : Dec 30, 2023, 8:27 PM IST

ହାଇଦ୍ରାବାଦ: ମହାକାଶ ଗବେଷଣା କ୍ଷେତ୍ରରେ ଆଉ ଏକ ଇତିହାସ ରଚିବ ଭାରତ। ନୂଆ ବର୍ଷରେ ଆଉ ଏକ ସଫଳତା ହାତେଇବ ଭାରତୀୟ ମହାକାଶ ଗେବଷଣା ସଂସ୍ଥା(ଇସ୍ରୋ)! ନୂଆ ମିଶନ ଏକ୍ସରେ ପୋଲାରିମିଟର ସାଟେଲାଇଟ ଏକ୍ସପୋସେଟ ଲଞ୍ଚ କରିବ ଇସ୍ରୋ। ଏହା ଭାରତର ପ୍ରଥମ ପୋଲାରିମେଟ୍ରି ମିଶନ। ଅନ୍ୟପଟେ ଯଦି କହିବା ନାସା ପକ୍ଷରୁ 2021ରେ ଲଞ୍ଚ କରାଯାଇଥିବା ଇମେଜିଂ ଏକ୍ସରେ ପୋଲରିମେଟ୍ରୀ ଏକ୍ସପ୍ଲୋରର (IXPE) ପରେ ଏହା ବିଶ୍ବର ଦ୍ବିତୀୟ ମିଶନ ଅଟେ। ଏହା ବ୍ରହ୍ମାଣ୍ଡର ଆଉ ଏକ ରହସ୍ୟ ଭେଦିବ। ଅର୍ଥାତ ମହାକାଶରେ ହେଉଥିବା ରେଡିଏସନ ଉପରେ ଅନୁଧ୍ୟାନ କରିବ ଏହି ସାଟେଲାଇଟ।

  • #WATCH | The launch of PSLV-C58/EXPOSAT Mission is scheduled at 09:10 hrs IST on Monday, 1st January 2024. The launch is planned from Satish Dhawan Space Centre, Sriharikota

    (Source -ISRO) pic.twitter.com/tWx3tCztRg

    — ANI (@ANI) December 30, 2023 " class="align-text-top noRightClick twitterSection" data=" ">

1 ଜାନୁଆରୀରେ ଲଞ୍ଚ ହେବ ନୂଆ ମିଶନ: ଜାନୁଆରୀ 1 ତାରିଖ ନୂଆ ବର୍ଷରେ ନୂଆ ରେକର୍ଡ କରିବାକୁ ଯାଉଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ଏକ୍ସପୋସେଟ ସାଟେଲାଇଟକୁ ଜାନୁଆରୀ 1 ତାରିଖ ସକାଳ ପ୍ରାୟ 9ଟା 10ରେ ଶ୍ରୀହରୀକୋଟା ସ୍ଥିତ ସତୀଶ ଧାଓ୍ବନ ସ୍ସେସ ସେଣ୍ଟରରୁ ଉତକ୍ଷେପଣ କରାଯିବା। ତେବେ ଏହା ଭାରତର ପ୍ରଥର ପୋଲରିମେଟ୍ରୀ ମିଶନ ହେବ।

ଏହା ମଧ୍ୟ ପଢନ୍ତୁ: ଆଦିତ୍ୟ ଏଲ 1କୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୬ରେ ଛୁଇଁବ ଲାଗରେଞ୍ଜ ପଏଣ୍ଟ୍

ଏହି ମିଶନ ଆକାଶଗଙ୍ଗାର ତଥ୍ୟ ସଂଗ୍ରହ କରିବା ସହିତ ବ୍ଲାକ ହୋଲ ଏବଂ ତାରା ଉପରେ ଅଧ୍ୟୟନ କରିବ। ଏହି ସାଟେଲାଇଟ ବ୍ରହ୍ମାଣ୍ଡର 50ଟି ଉଜ୍ବଳ ଉତ୍ସର ଅଧ୍ୟୟନ କରିବ। ତେବ ଏହା ରମଣ ରିସର୍ଚ୍ଚ ସେଣ୍ଟର ଦ୍ବାରା ପ୍ରସ୍ତୁତ କରାଯାଇଛି। ଏହି ସାଟେଲଆଇଟକୁ 500-700 କିଲୋମିଟର ଉଚ୍ଚରେ କକ୍ଷପଥରେ ସ୍ଥାପନ କରାଯିବ। ଅନ୍ୟପଟେ ଏହାର ଜୀବନକାଳ ଅତି କମରେ 5 ବର୍ଷ ବୋଲି କୁହାଯାଇଛି। ଏହି ସାଟେଲାଇଟ ବ୍ରହ୍ମାଣ୍ଡର 50ଟି ଉଜ୍ବଳ ଉତ୍ସର ଅଧ୍ୟୟନ କରିବା ନେଇ ଆଶା ରଖାଯାଇଥିବା ବେଳେ ଇସ୍ରୋ ଆକାଶଗଙ୍ଗା ଉପରେ ଅଧ୍ୟୟନ କରିବ।

ତଥ୍ୟ ଅନୁସାରେ ଏହି ମିଶନର ଆରମ୍ଭ 2017ରେ ହୋଇଥିଲା। ଏଥିପାଇଁ 9.50 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଉତକ୍ଷେପଣର 22 ମିନିଟ ପରେ ଏକ୍ସପୋଜେଟ ସାଟେଲାଇଟ ନିର୍ଦ୍ଦାରିତ କକ୍ଷପଥରେ ସ୍ଥାପିତ ହେବ। ଏହି ସାଟେଲାଇଟରେ ଦୁଇଟି ପେଲୋଡ ରହିଛି। ଯଥା ପୋଲିକ୍ସ ଏବଂ ଅନ୍ୟଟି ଏକ୍ସପେକ୍ଟ।

ପୋଲିକ୍ସ କଣ: ଏକ୍ସପୋସେଟ ସାଟେଲାଇଟର ମୁଖ୍ୟ ପେଲୋଡ ହେଉଛି ପୋଲିକ୍ସ। ଏହା ରମଣ ଅନୁସନ୍ଧାନ ପ୍ରତିଷ୍ଠାନ ଏବଂ UR ରାଓ ସାଟେଲାଇଟ୍ ସେଣ୍ଟରର ମିଳିତ ସହଯୋଗରେ ଏହାକୁ ପ୍ରସ୍ତୁତ କରାଯାଇଛି। 126 କିଲୋଗ୍ରାମର ଏହି ଯନ୍ତ୍ର ମହାକାଶରେ ଉତ୍ସଗୁଡ଼ିକର ଚୁମ୍ବକୀୟ କ୍ଷେତ୍ର, ବିକିରଣ ଏବଂ ଇଲେକ୍ଟ୍ରନ୍ ଆଦିର ଅଧ୍ୟୟନ କରିବ। ପୋଲିକ୍ସ ମହାକାଶରେ ଥିବା 50 ଟି ଉଜ୍ଜ୍ୱଳ ବସ୍ତୁ ମଧ୍ୟରୁ 40 ଟି ଉପରେ ଅଧ୍ୟୟନ କରିବ।

ଏକ୍ସପେକ୍ଟ: XSPECT ର ଅର୍ଥ ହେଉଛି ଏକ୍ସରେ ସ୍ପେକ୍ଟ୍ରସ୍କୋପି ଆଣ୍ଡ ଟାଇମିଂ। ଏହା 0.8-15 କେଭି ପରିସରର ଏନର୍ଜି ବ୍ୟାଣ୍ଡର ଅଧ୍ୟୟନ କରିବ। ଏହା ପଲସର, ବ୍ଲାକ୍ ହୋଲ, ଲୋ-ମ୍ୟାଗ୍ନେଟିକ୍ ଫିଲ୍ଡ ନ୍ୟୁଟ୍ରନ୍ ତାରକା, ଚୁମ୍ବକୀୟ ଇତ୍ୟାଦି ଅଧ୍ୟୟନ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.