ETV Bharat / science-and-technology

Mission Gaganyaan: ଅନ୍ତିମ ପର୍ଯ୍ୟାୟରେ ଗଗନଯାନ ପ୍ରସ୍ତୁତି, ଶୀଘ୍ର ଆରମ୍ଭ ହେବ ପରୀକ୍ଷଣ - କ୍ରୁ ଏସ୍କେପ ସିଷ୍ଟମ

କ୍ରୁ ଏସ୍କେପ ସିଷ୍ଟମ ଗଗନଯାନର ଏକ ମୁଖ୍ୟ ତତ୍ତ୍ବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ତେବେ ଚଳିତ ମାସରେ ପରୀକ୍ଷଣ ଯାନ TV-D1 ପରୀକ୍ଷଣ କରାଯିବ ବୋଲି ଇସ୍ରୋ ଅଧିକାରୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

Mission Gaganyaan
Mission Gaganyaan
author img

By ETV Bharat Odisha Team

Published : Oct 7, 2023, 1:01 PM IST

ହାଇଦ୍ରାବାଦ: ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳ ଅବତରଣ ପରେ ବର୍ତ୍ତମାନ ମହାକାଶକୁ ଯାତ୍ରୀଙ୍କୁ ପଠାଇବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗଗନାନ ମିଶନ ପାଇଁ ମାନବ ବିହୀନ ବିମାନ ପରୀକ୍ଷଣ ଶୀଘ୍ର ଆରମ୍ଭ ହେବ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ସୂଚନା ଦିଆଯାଇଛି । ଚଳିତ ମାସ ଶେଷ ସୁଦ୍ଧା ପରୀକ୍ଷଣ ପାଇଁ ବିକଶିତ ହୋଇଥିବା ଯାନ ଦ୍ବାରା କ୍ରୁ ଏସ୍କେପ ସିଷ୍ଟମ ପରୀକ୍ଷଣ ପାଇଁ ଇସ୍ରୋ ଯୋଜନା କରୁଥିବା ସୂଚନା ଦିଆଯାଇଛି । ଏହାସହ ସମ୍ବନ୍ଧିତ କିଛି ଫଟୋକୁ ଇସ୍ରୋ ପକ୍ଷରୁ ଏକ୍ସରେ ସେୟାର କରାଯାଇଥିବା ବେଳେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ନେଇ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।

2024ରେ ହେବ ଲଞ୍ଚ: ପ୍ରାୟ 900 କୋଟି ଟଙ୍କା ବ୍ୟୟରେ ହୋଇଥିବା ଅଭିଯାନ ଆସନ୍ତା ବର୍ଷ ଅର୍ଥାତ 2024ରେ ଲଞ୍ଚ ହେବ । ଏହାପୂର୍ବରୁ 3ଟି ଯାନ ପରୀକ୍ଷଣ କରାଯିବ । ଏଥିମଧ୍ୟରୁ ପ୍ରଥମ ଯାନ ପରୀକ୍ଷଣ ମିଶନ୍ TV-D1, ଦ୍ୱିତୀୟଟି TV-D2 ମିଶନ୍ ଏବଂ ତୃତୀୟ ପରୀକ୍ଷା LVM3-G1 ହେବ । ଏହା ମାନବ ବିହୀନ ମିଶନ ହେବ ।

କ୍ରୁ ସୁରକ୍ଷା ନିଶ୍ଚିତ କରିବାକୁ ପଦକ୍ଷେପ: ଆଜି ଇସ୍ରୋ ପକ୍ଷରୁ ଟ୍ବିଟ ଯୋଗେ କୁହାଯାଇଛି, "ଗଗମଯାନ ପାଇଁ ପରୀକ୍ଷଣ ଯାନ ଖୁବଶୀଘ୍ର ଲଞ୍ଚ କରାଯିବ । ଯାହାଦ୍ୱାରା କ୍ରୁ ଏସ୍କେପ୍ ସିଷ୍ଟମ୍ ପରୀକ୍ଷା କରାଯାଇ ପାରିବ । ଏଥିପାଇଁ ଫ୍ଲାଇଟ୍ ଟେଷ୍ଟ ଭେଇକଲ୍ ଅବର୍ଟ ମିଶନ୍-1 (TV-D1) ପାଇଁ ପ୍ରସ୍ତୁତି ଜାରି ରହିଛି ।"

ସୂଚନାଯୋଗ୍ୟ ଯେ, ମହାକାଶକୁ ରୋବଟ୍ ଏବଂ ହ୍ୟୁମାନୋଇଡ୍ (ମାନବ ପରି ରୋବଟ୍) ପଠାଇ କ୍ରୁଙ୍କ ସୁରକ୍ଷା ନିଶ୍ଚିତ କରାଯିବ । ଗଗନଯାନର ତୃତୀୟ ଯାନ ପରୀକ୍ଷଣ LVM3-G1 ଅଧୀନରେ ଯେଉଁ ହ୍ୟୁମାନୋଇଡ୍ ପଠାଯିବ, ଏହାଦ୍ବାରା କ୍ରୁ ସମ୍ମୁଖୀନ ହେଉଥିବା ସମସ୍ତ ଆହ୍ବାନ ବିଷୟରେ ସୂଚନା ସଂଗ୍ରହ କରିବ ।

ଏହା ମଧ୍ୟ ପଢନ୍ତୁ: Gaganyaan Mission: ସଫଳ ହେଲା CE-20 କ୍ରାୟୋଜେନିକ ଇଞ୍ଜିନର ପରୀକ୍ଷଣ

ପ୍ରକାଶ ଥାଉକି, ସେପ୍ଟେମ୍ବରରେ ପ୍ରକଳ୍ପ ନିର୍ଦ୍ଦେଶକ ଆର ହଟନ୍ କହିଥିଲେ ଯେ, ଇସ୍ରୋ ଏହି ମିଶନ ପାଇଁ ଚାରି ଜଣ ମହାକାଶଚାରୀଙ୍କୁ ତାଲିମ ଦେଉଛି । ଏହା ଭାରତର ପ୍ରଥମ ମାନବ ମହାକାଶ ମିଶନ ହେବ । ଏହି ମିଶନ ଅଧୀନରେ ତିନି ଜଣ ମହାକାଶଚାରୀଙ୍କୁ 400 କିଲୋମିଟର କକ୍ଷପଥକୁ ପଠାଯିବ ଏବଂ ନିରାପଦରେ ପୃଥିବୀକୁ ଫେରାଇ ଅଣାଯିବ । ଆସନ୍ତା ମାସରେ ଗଗନଯାନ ପାଇଁ ଯାନ ଲଞ୍ଚ କରାଯିବ । ଏହାଦ୍ବାରା କ୍ରୁ ଏସ୍କେପ ସିଷ୍ଟମ ପରୀକ୍ଷା କରାଯିବ ।

ପ୍ରେସ ରିଲିଜରେ କୁହାଯାଇଛି ଯେ, ପରୀକ୍ଷଣ ବାହାନ ଏକ ସିଙ୍ଗଲ ଷ୍ଟେଜ ଲିକ୍ବିଡ ରକେଟ ଅଟେ । ଯାହାକୁ ଏହି ନିରସ୍ତ୍ର ମିଶନ ପାଇଁ ବିକଶିତ କରାଯାଇଛି । ପେଲୋଡରେ କ୍ରୁ ମଡ୍ୟୁଲ, କ୍ରୁ ଏସ୍କେପ ସିଷ୍ଟମ(CM) ଏବଂ ଶୀଘ୍ର କାର୍ଯ୍ୟ କରିବା ପାଇଁ ଠୋସ ମିଟର ରହିଛି । ଏହାସହିତ ସିଏମ ଫେୟାରିଙ୍ଗ ଏବଂ ଇଣ୍ଟରଫେସ ଏଡପ୍ଟର ମଧ୍ୟ ଜୋଡା ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.