ETV Bharat / science-and-technology

Chandrayaan-2: କକ୍ଷପଥରେ ଦୁଇବର୍ଷ ପୂରଣ, ପଠାଉଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

author img

By

Published : Sep 7, 2021, 9:08 AM IST

ବର୍ଷ ୨୦୧୯ ଜୁଲାଇ ୧୪ରେ ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ର ଅଭିଯାନ ଆରମ୍ଭ କରିଥିଲା ଇସ୍ରୋ । ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ଅବତରଣ କରିଥିଲା । ସମଗ୍ର ବିଶ୍ବର ନଜର ଏହା ଉପରେ ଥିଲା । ଏହି ଦିନକୁ ଆଜି ୨ ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ...

Chandrayaan-2,କକ୍ଷ ପଥରେ ଦୁଇବର୍ଷ ପୂରଣ
Chandrayaan-2,କକ୍ଷ ପଥରେ ଦୁଇବର୍ଷ ପୂରଣ

ବେଙ୍ଗାଲୁରୁ: ବର୍ଷ ୨୦୧୯ ଜୁଲାଇ ୧୪ ରେ ଭାରତର ଦ୍ବିତୀୟ ଚନ୍ଦ୍ର ଅଭିଯାନ ଚନ୍ଦ୍ରୟାନ-୨ର ଉତକ୍ଷେପଣ କରିଥିଲା ଇସ୍ରୋ । ଏହା ସେପ୍ଟେମ୍ବର ୭ରେ ଚନ୍ଦ୍ରର ଦକ୍ଷିଣ ଧ୍ରୁବ ତଥା ମେରୁ ଅଞ୍ଚଳରେ ଅବତରଣ କରିଥିଲା । ସମଗ୍ର ବିଶ୍ବର ନଜର ଏହା ଉପରେ ଥିଲା । ଚନ୍ଦ୍ରୟାନ-୨ ଯେତିକି ସଫଳତା ହାସଲ କରିବା କଥା କରି ନଥିଲା ସତ ହେଲେ ଏହା ଭାରତ ପାଇଁ ଏକ ଐତିହାସିକ ଦିନ ଥିଲା । ଏହି ଦିନକୁ ଆଜି ୨ ବର୍ଷ ପୂରଣ ହୋଇଛି ।

ଚନ୍ଦ୍ର କକ୍ଷପଥରେ ଚନ୍ଦ୍ରଯାନ-୨ ର ଦୁଇ ବର୍ଷ ପୂର୍ତ୍ତି ଅବସରରେ ଇସ୍ରୋ ଅଧ୍ୟକ୍ଷ କେ ଶିବନ ସୋମବାର ଲୁନାର ସାଇନ୍ସ କର୍ମଶାଳା ୨୦୨୧ର ଉଦଘାଟନ କରିଛନ୍ତି । ଏହା ସହିତ ଚନ୍ଦ୍ରଯାନ-୨ ତଥ୍ୟ ଉତ୍ପାଦ ଏବଂ ବିଜ୍ଞାନ ତଥ୍ୟ ଗୁଡିକ ମହାକାଶ ବିଭାଗ (DoS)ର ସଚିବଙ୍କ ଦ୍ବାରା ଏକ ବିବୃତ୍ତିରେ ପ୍ରକାଶ କରିଛନ୍ତି । ଚନ୍ଦ୍ରଯାନ-୨ ରେ ଥିବା ଆଠଟି ପେଲୋଡ ରିମୋଟ ସେନ୍ସିଂ ଏବଂ ଇନ-ସିତୁର ଜ୍ଞାନକୌଶଳ ଦ୍ବାରା ଚନ୍ଦ୍ରର ବୈଜ୍ଞାନିକ ପର୍ଯ୍ୟବେକ୍ଷଣ କରୁଥିବା ବିବୃତ୍ତିରେ ପ୍ରକାଶିତ ହୋଇଛି ।

ଚନ୍ଦ୍ରଯାନ-୨ ଚନ୍ଦ୍ରର କକ୍ଷପଥରେ ଆଜି ସୁଦ୍ଧା ୯ ହଜାରରୁ ଅଧିକ ଥର ପରିଭ୍ରମଣ କରିସାରିଲାଣି । ‌ଫଟୋ ଏବଂ ତଥ୍ୟ ପାଇଁ ଏଥିରେ ରହିଥିବା ‌କ୍ୟାମେରା ଏବଂ ବୈଜ୍ଞାନିକ ଉପକରଣ ଭଲ ତଥ୍ୟ ପ୍ରଦାନ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ କୁହାଯାଇଛି । ଚନ୍ଦ୍ରର ପୃଷ୍ଠଭୂମିରୁ ପ୍ରାୟ ୧୦୦ କିମି ଉଚ୍ଚରୁ ଏହା ନିରୀକ୍ଷଣ କରୁଛି । ତଥ୍ୟ ଗୁଡିକୁ ବୈଜ୍ଞାନିକ ଶିକ୍ଷାବିତ ଏବଂ ଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ଉପଲବ୍ଧ କରାଯାଇଛି । ଇସ୍ରୋ ଦ୍ବାରା ଆୟୋଜିତ ହୋଇଥିବା ଦୁଇ ଦିନିଆ କର୍ମଶାଳାରେ ସ୍ପେସ ଏଜେନ୍ସିର ୱେବସାଇଟ ଏବଂ ଫେସବୁକ ପୃଷ୍ଠାରେ ଛାତ୍ର, ଏକାଡେମୀ ଏବଂ ଅନୁଷ୍ଠାନରେ ପ୍ରଭାବଶାଳୀ ଭାବରେ ପହଞ୍ଚିବା ଏବଂ ଚନ୍ଦ୍ରଯାନ-୨ ତଥ୍ୟ ବିଶ୍ଳେଷଣ ପାଇଁ ଲାଇଭ ଷ୍ଟ୍ରିମ କରାଯାଉଛି ।

‘ଚନ୍ଦ୍ରଯାନ-2’ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ଯେତିକି ପାଖେଇ ଆସୁଥିଲା ସମସ୍ତଙ୍କ ଉତ୍ସୁକତା ସେତିକି ବଢ଼ୁଥିଲା । ମାତ୍ର ‘ବିକ୍ରମ’ ଲ୍ୟାଣ୍ଡର ସଫ୍ଟ ଲ୍ୟାଣ୍ଡିରେ ସଫଳତା ହାସଲ କରି ପାରି ନଥିଲା । ଯଦି ସଫଳ ଲ୍ୟାଣ୍ଡିଂ ହୋଇଥାନ୍ତି ତେବେ ଭାରତ, ଋଷ, ଆମେରିକା ଏବଂ ଚୀନ ପରେ ଏଭଳି ଉପଲବ୍ଧି ହାସଲ କରିଥିବା ଚତୁର୍ଥ ଦେଶ ହୋଇଥାନ୍ତା । ଏହା ସହିତ ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପହଞ୍ଚିଥିବା ବିଶ୍ବର ପ୍ରଥମ ଦେଶ ଭାବେ ଖ୍ୟାତି ଅର୍ଜନ କରିଥାନ୍ତି ଭାରତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.