ETV Bharat / science-and-technology

Aditya-L1: ଆଉ ପାଦେ ଆଗେଇଲା ସୌର ମିଶନ, ପୃଥିବୀ କକ୍ଷପଥ ଛାଡ଼ି ସୂର୍ଯ୍ୟମୁହାଁ ହେଲା ଆଦିତ୍ୟ L-1 - ଏଲ1 ପଏଣ୍ଟ ମୁହାଁ ଆଦିତ୍ୟ ଏଲ1

ଆଦିତ୍ୟ L1କୁ ଆଉ ଏକ ସଫଳତା । ପୃଥିବୀ କକ୍ଷପଥ ଛାଡ଼ି ଏଲ-1 ପଏଣ୍ଟ ମୁହାଁ ଆଦିତ୍ୟ ଏଲ-1 । ଆଦିତ୍ୟ L1କୁ ପୃଥିବୀର କକ୍ଷପଥଠାରୁ ଅଲଗା କରାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

Aditya-L1
Aditya-L1
author img

By ETV Bharat Odisha Team

Published : Sep 19, 2023, 10:07 AM IST

ହାଇଦ୍ରାବାଦ: ଆଦିତ୍ୟ L1କୁ ଆଉ ଏକ ସଫଳତା । ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ- L1 ପଞ୍ଚମ ଥର ପାଇଁ କକ୍ଷପଥ ପରିବର୍ତ୍ତନ ପ୍ରକ୍ରିୟାକୁ ସଫଳତାର ସହ ସମାପ୍ତ କରିଛି। ପୃଥିବୀର କକ୍ଷପଥ ଛାଡ଼ି L1 ପଏଣ୍ଟ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଆଦିତ୍ୟ ଏଲ1। ଏନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି ।

  • Aditya-L1 Mission:
    Off to Sun-Earth L1 point!

    The Trans-Lagrangean Point 1 Insertion (TL1I) maneuvre is performed successfully.

    The spacecraft is now on a trajectory that will take it to the Sun-Earth L1 point. It will be injected into an orbit around L1 through a maneuver… pic.twitter.com/H7GoY0R44I

    — ISRO (@isro) September 18, 2023 " class="align-text-top noRightClick twitterSection" data=" ">

ଇସ୍ରୋ ପକ୍ଷରୁ ଟ୍ବିଟ୍‌ ଯୋଗେ କୁହାଯାଇଛି ଯେ, "ଟିଏଲ1 ମନ୍ୟୁବର ସଫଳତାର ସହ ସମ୍ପନ୍ନ ହୋଇଛି। ରାତି ପ୍ରାୟ 2 ଟାରେ ପୃଥିବୀର ପଞ୍ଚମ କକ୍ଷପଥ ସମାପ୍ତ କରିବା ପରେ ଏଲ-1 ପଏଣ୍ଟ ଆଡକୁ ଅଗ୍ରସର ହୋଇଛି ଆଦିତ୍ୟ L1। 110 ଦିନ ପରେ ସୂର୍ଯ୍ୟ ଓ ପୃଥିବୀର ଏଲ 1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ ଏଲ1 ।"

ସେପ୍ଟେମ୍ବର 15 ତାରିଖରେ ଇସ୍ରୋ ପକ୍ଷରୁ କୁହାଯାଇଥିଲା ଯେ, ଆଦିତ୍ୟ L1 ମିଶନ ଆରମ୍ଭ ହେବା ଦିନଠାରୁ ଏହି ମିଶନ ପୃଥିବୀର ମାଧ୍ୟାକର୍ଷଣରେ ଗତି କରୁଛି । ବର୍ତ୍ତମାନ ପଞ୍ଚମ କକ୍ଷପଥକୁ ସଫଳତାର ସହ ସମାପ୍ତ କରିଛି ଆଦିତ୍ୟ ଏଲ1 । ପରିକ୍ରମା ପରିଧିକୁ 4 ଥର ବୃଦ୍ଧି କରାଯାଇଛି । ବର୍ତ୍ତମାନ ପଞ୍ଚମ କକ୍ଷପଥ ସମାପ୍ତ ପରେ ସୂର୍ଯ୍ୟ ଆଡକୁ ଅଗ୍ରସର ହୋଇଛି ଆଦିତ୍ୟ ଏଲ 1। ଏହାକୁ ସ୍ଲିଗଂ ସ୍ଲଟ୍‌ ମନ୍ୟୁଭର କୁହାଯାଏ । ଆଦିତ୍ୟ L-1 ମହାକାଶଯାନର ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ଅର୍ଥ ବାଉଣ୍ଡ ମନ୍ୟୁବର ବା କକ୍ଷ ପରିବର୍ତ୍ତନ ଯଥାକ୍ରମେ 3, 5 ଏବଂ 10 ସେପ୍ଟେମ୍ବରରେ ସଫଳତାର ସହିତ ସମାପ୍ତ ହୋଇଥିଲା । ମହାକାଶଯାନ ମାଧ୍ୟମରେ ସୂର୍ଯ୍ୟଙ୍କ ଗତିବିଧି ଉପରେ ନଜର ରଖାଯିବାରେ ସାହାଯ୍ୟ କରିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହାସହ ଆଦିତ୍ୟ L-1 ସହିତ ଅନେକ ପ୍ରକାରର ଉପକରଣ ପଠାଯାଇଛି, ଯାହା ମାଧ୍ୟମରେ ସୂର୍ଯ୍ୟଙ୍କ ଉପରେ ଅଧ୍ୟୟନ କରାଯିବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Aditya-L1: ତଥ୍ୟ ସଂଗ୍ରହ କରିବା ଆରମ୍ଭ କଲା ଆଦିତ୍ୟ L1

କହିରଖୁଛି କି, ସେପ୍ଟେମ୍ବର ୨ ତାରିଖ ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଇସ୍ରୋର ସୌର ଅଭିଯାନ ଆଦିତ୍ୟ L1 ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଶତୀଶ ଧାୱନ ସ୍ପେସ୍ ସେଣ୍ଟରରୁ ସଫଳ ଉତକ୍ଷେପଣ ହୋଇଥିଲା । ପୋଲାର ସାଟେଲାଇଟ୍‌ ଲଞ୍ଚ୍‌ ଭେକିଲ(PSLV-C57) ରକେଟ୍ ସହୟତାରେ ଏହାକୁ ପ୍ରକ୍ଷେପଣ କରାଯାଇଥିଲା । L1 କକ୍ଷପଥରୁ ସୂର୍ଯ୍ୟଙ୍କ ବାହ୍ୟସ୍ତର (କରୋନା) ଓ କ୍ରୋମୋସଫିର ଉପରେ ଅଧ୍ୟୟନ କରାଯିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଗତକାଲି(ସେମବାର) ଆଦିତ୍ୟ-L1 ନିଜର ବୈଜ୍ଞାନିକ ପରୀକ୍ଷଣ ଆରମ୍ଭ କରିଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଥିଲା। STEPS ଯନ୍ତ୍ରର ସେନ୍ସରଗୁଡ଼ିକ ପୃଥିବୀଠାରୁ 50,000 କିଲୋମିଟରରୁ ଅଧିକ ଦୂରରେ ସୁପର-ଥର୍ମାଲ୍ ଏବଂ ଉର୍ଜାବାନ ଆୟନ ଏବଂ ଇଲେକ୍ଟ୍ରନ୍ ମାପିବା ଆରମ୍ଭ କରିଥିବା କୁହାଯାଇଥିଲା। ସୁପ୍ରା ଥର୍ମାଲ୍ ଏବଂ ଏନର୍ଜେଟିକ୍ ପାର୍ଟିକାଲ୍ ସ୍ପେକ୍ଟ୍ରୋମିଟର (STEPS) ନାମକ ଯନ୍ତ୍ରର ସେନ୍ସର ବୈଜ୍ଞାନିକ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଛି । 50 ହଜାର କିଲୋମିଟର ଦୂରରେ ଏହି କାର୍ଯ୍ୟ ଆରମ୍ଭ ହୋଇଛି । ଏହି ତଥ୍ୟ ବୈଜ୍ଞାନିକମାନଙ୍କୁ ପୃଥିବୀର ଚାରିପାଖରେ କଣିକାର ବିଶ୍ଳେଷଣ କରିବାରେ ସାହାଯ୍ୟ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.