ETV Bharat / science-and-technology

Mission Gaganyaan: ସଫଳ ହେଲା ଟେଷ୍ଟ ଫ୍ଲାଇଟ, ଉତ୍‌କ୍ଷେପଣ ହେଲା TV D1 - କାହିଁକି ସ୍ଥଗିତ ରଖାଯାଇଥିଲା ମିଶନ

ସଫଳ ହେଲା ଗଗନଯାନ ମିଶନର ଟେଷ୍ଟ ଫ୍ଲାଇଟ । ଉତ୍‌କ୍ଷେପଣ ହେଲା TV D1 । ଅଧିକ ପଢ଼ନ୍ତୁ

Mission Gaganyaan
Mission Gaganyaan
author img

By ETV Bharat Odisha Team

Published : Oct 21, 2023, 10:16 AM IST

Updated : Oct 21, 2023, 11:41 AM IST

ହାଇଦ୍ରାବାଦ: ସଫଳ ଉତକ୍ଷେପଣ ହେଲା ଗଗନଯାନ ମିଶନର ଟେଷ୍ଟ ଭେଇକଲ । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1କୁ ଲଞ୍ଚ କରାଯାଇଛି । ପ୍ରଥମ ଥର ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଦ୍ବିତୀୟ ଥର ଫ୍ଲାଇଟ ଟେଷ୍ଟରେ ସଫଳ ହୋଇଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)। ସକାଳେ ଉତକ୍ଷେପଣର 5 ସେକେଣ୍ଡ ପୂର୍ବରୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ସଫଳ ଉତକ୍ଷେପଣ ପରେ ଇସ୍ରୋ ମୁଖ୍ୟଙ୍କ ପ୍ରତିକ୍ରିୟା: ତେବେ ଗଗନଯାନର ସଫଳ ଉତକ୍ଷେପଣ ପରେ ପୁରା ଇସ୍ରୋ ଟିମ ଖୁସି ହୋଇଥିବା ନଜର ଆସିଛନ୍ତି। ସମସ୍ତେ ପରସ୍ପରକୁ ବଧାଇ ଜଣାଇଥିବା ଦେଖାଯାଇଛି । ତେବେ ପରୀକ୍ଷଣ ସଫଳ ହେବା ପରେ ଇସ୍ରୋ ମୁଖ୍ୟ କହିଛନ୍ତି,"TV-D1ର ପରୀକ୍ଷଣ ସଫଳ ହୋଇଛି । ଏହା ଘୋଷଣା କରି ମୋତେ ବହୁତ ଖୁସି ଲାଗୁଛି । ପରୀକ୍ଷଣ ସଫଳ ନେଇ ମୁଁ ପୁରା ଖୁସି ରହିଛି । କ୍ରୁ ଏସ୍କେପ୍‌ ସିଷ୍ଟମକୁ ଯାଞ୍ଚ କରିବା ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଆକାଶକୁ ଯିବା ପରେ କ୍ରୁ ଏସ୍କେପ୍‌ ସିଷ୍ଟମ ଆକ୍ଟିଭ ହୋଇଛି । ଏହା କ୍ରୁ ମଡ୍ୟୁଲକୁ ରକେଟରୁ ଅଲଗା କରିବାରେ ସଫଳ ହୋଇଛି । ଏହାପରେ କ୍ରୁ ମଡ୍ୟୁଲର ପାରାସୁଟ୍ ଖୋଲିଥିଲା । ପୁନର୍ବାର ଏହା ସମୁଦ୍ରରେ ଯାଇ ଅବତରଣ ବା ସଫଳତାର ସହିତ ଲ୍ୟାଣ୍ଡ କରିଛି । ଏହାସହିତ ଜଡିତ ସମସ୍ତ ତଥ୍ୟ ଆମ ପାଖରେ ରହିଛି । ବର୍ତ୍ତମାନ କ୍ରୁ ମଡ୍ୟୁଲ୍ ପୁନରୁଦ୍ଧାର ପାଇଁ ଆମେ ସମୁଦ୍ରକୁ ଏକ ଜାହାଜ ପଠାଇଛୁ । ବର୍ତ୍ତମାନ ସୁଦ୍ଧା କରାଯାଇଥିବା ସମସ୍ତ କାର୍ଯ୍ୟ ସଫଳ ହୋଇଛି ।"

କାହିଁକି ସ୍ଥଗିତ ରଖାଯାଇଥିଲା ମିଶନ: ଏନେଇ ଇସ୍ରୋ ମୁଖ୍ୟ କହିଛନ୍ତି, "ପ୍ରଥମେ ଏହି ପରୀକ୍ଷଣ ଆମେ ସକାଳ 8ଟାରେ କରିବା ପାଇଁ ସମୟ ଧାର୍ଯ୍ୟ କରିଥିଲୁ। କିନ୍ତୁ ପାଣିପାଗରେ ପରିବର୍ତ୍ତନ ପାଇଁ ଆମେ ଏହାକୁ ସ୍ଥଗିତ ରଖି ଏହି ସମୟକୁ 8ଟା 30କୁ ପରିବର୍ତ୍ତନ କରାଯାଇଥିଲା । ଏହାପରେ ବୈଷୟିକ ତ୍ରୁଟି ଯୋଗୁଁ ଆମେ 8ଟା 45 ମିନିଟରେ ଉତକ୍ଷେପଣ କରିବା ପାଇଁ ସ୍ଥିର କରିଥିଲୁ । ନୋମିନାଲ ଲିଫ୍ଟ ଅଫ ପ୍ରୋସେସ୍‌ ଦେଇ ଗତି କରୁଥିବା ବେଳେ କମ୍ୟୁଟର ଜରିଆରେ ଆମେ ହୋଲ୍ଡ କରିବା ପାଇଁ ସୂଚନା ପାଇଥିଲୁ । ଏହି କମ୍ୟୁଟରକୁ ଅଟୋମେଟିକ ଲ୍ଞ୍ଚ‌ ସିକଓ୍ବେଲ କମ୍ପ୍ୟୁଟର କୁବହାଯାଏ । ତେବେ ଏହି କମ୍ପ୍ୟୁଟର ଏକ ନନ୍‌ କନଫରମେଶନକୁ ଚିହ୍ନଟ କରିଥିଲା । ଯେଉଁ କାରଣରୁ ଇଗ୍ନିଶନ ଫାୟାର ହୋଇପାରିନଥିଲା । ସିଷ୍ଟମରେ ଏକ ମନିଟରିଂ ଅନୋମାଲିୟା ହେତୁ ଏହି ସବୁ ଘଟିଥିଲା । ଆମେ ଏହାକୁ ଆକଳନ କରି ସଂଶୋଧନ କରିଲୁ । ଏହାପରେ ଉତକ୍ଷେପଣ ପାଇଁ ପୁନଃ ପ୍ରସ୍ତୁତି କରିଥିଲୁ ।"

ଏହା ମଧ୍ୟ ପଢନ୍ତୁ: ଉତକ୍ଷେପଣର 5 ସେକଣ୍ଡ ପୂର୍ବରୁ TV-D1 ପରୀକ୍ଷଣ ସ୍ଥଗିତ, ପୁଣି ସମୟ ଧାର୍ଯ୍ୟ କଲା ଇସ୍ରୋ

କହିରଖୁଛୁ କି, ଇସ୍ରୋର ଆକାଂକ୍ଷିତ ଗଗଗନଯାନ ମିଶନ ପାଇଁ ଟେଷ୍ଟ ଭିକିଲ୍‌ ଟିଭି-ଡି୧ର ପରୀକ୍ଷଣ ଆଜି ସକାଳ 8ଟାରେ କରାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । ଶୁକ୍ରାବର ସନ୍ଧ୍ୟାରୁ କାଉଣ୍ଟଡାଉନ ଆରମ୍ଭ ହୋଇଥିଲା । ତେବେ ପ୍ରଥମେ ପାଣିପାଗର ଖରାପ ସ୍ଥିତି ଯୋଗୁଁ ପରୀକ୍ଷଣକୁ 30 ମିନିଟ ବିଳମ୍ବ କରାଯାଇଥିଲା । ତେବେ ଘୋଷଣା ସମୟର 5 ସେକେଣ୍ଡ ପୂର୍ବରୁ ଉତକ୍ଷେପଣକୁ ସ୍ଥଗିତ ରଖାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା । ତେବେ ବୈଷୟିକ ତ୍ରୁଟି ଯୋଗୁଁ ଲଞ୍ଚିଂକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା । ଏହାର କିଛି ସମୟ ପରେ ପୁଣି ଥରେ 10ଟାରେ TVD1କୁ ଲଞ୍ଚ୍‌ କରାଯିବା ନେଇ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଦ୍ବିତୀୟ ଥରରେ ସଫଳ ହୋଇଛି ଭାରତୀୟ ମହାକାଶ ବିଜ୍ଞାନ କେନ୍ଦ୍ର ।

Last Updated : Oct 21, 2023, 11:41 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.