ETV Bharat / science-and-technology

ଇସ୍ରୋର ସବୁଠୁ କ୍ଷୁଦ୍ର ରକେଟ୍ SSLV-D2ର ସଫଳ ଉତ୍‌କ୍ଷେପଣ

author img

By

Published : Feb 10, 2023, 9:54 AM IST

Updated : Feb 10, 2023, 10:38 AM IST

ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋକୁ ମିଳିଲ ଆଉ ଏକ ସଫଳତା । ସଂସ୍ଥାନର ସବୁଠୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍ ଏସଏସଏଲଭି-ଡି2(SSLV)-D2 ର ସଫଳ ଉତ୍‌କ୍ଷେପଣ ହୋଇଛି । ଅଧିକ ପଢନ୍ତୁ

Small Satellite Launch Vehicle  launch
Small Satellite Launch Vehicle launch

ଶ୍ରୀହରିକୋଟା: ସଫଳତା କ୍ଷେତ୍ରରେ ଆଉ ଏକ ସୋପାନ ଚଢିଲା ଭାରତୀୟ ମହାକାଶ ଗବେଷଣା ସଂଗଠନ ଇସ୍ରୋ । ଲଞ୍ଚ୍ ହେଲା ଇସ୍ରୋର ସବୁଠାରୁ କ୍ଷୁଦ୍ର ରକେଟ୍ ଏସଏସଏଲଭି-ଡି2 । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତିଶ ଧୱନ କେନ୍ଦ୍ରର ପ୍ରଥମ ଲଞ୍ଚ୍ ପ୍ୟାଡରୁ ସ୍ମଲ୍ ସାଟେଲାଇଟ୍ ଲଞ୍ଚ୍ ଭେଇକିଲ୍(SSLV)ର ଦ୍ବିତୀୟ ସଂସ୍କରଣ ସଫଳ ଉତ୍‌କ୍ଷେପଣ ହୋଇଛି । ଶୁକ୍ରବାର(ଫେବ୍ରୁଆରୀ 10) ସକାଳ 9.18ରେ ଏସଏସଏଲଭି-ଡି2ର ଉତ୍‌କ୍ଷେପଣ କରାଯାଇଥିବା ନେଇ ସୂଚନା ରହିଛି ।

  • SSLV-D2/EOS-07 Mission is accomplished successfully.

    SSLV-D2 placed EOS-07, Janus-1, and AzaadiSAT-2 into their intended orbits.

    — ISRO (@isro) February 10, 2023 " class="align-text-top noRightClick twitterSection" data=" ">

ଏହି ନୂତନ ରକେଟ୍ ତିନୋଟି ଉପଗ୍ରହ- ଇସ୍ରୋର ଇଓଏସ-07, ଆମେରିକାର ଫାର୍ମ ଆଣ୍ଟାରିସ୍ ଜାନୁସ୍-1 ଏବଂ ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ସର ଆଜାଦିସ୍ୟାଟ-2 କୁ ନେଇ ମହାକାଶକୁ ଉଡାଣ ଭରିଛି । ଇସ୍ରୋ କହିବା ଅନୁସାରେ, ଏହି ନୂତନ ରକେଟ 15 ମିନିଟର ଉଡ଼ାଣ ସମୟରେ ତିନୋଟି ଉପଗ୍ରହ ଇଓଏସ-07, ଜାନୁସ୍-1 ଏବଂ ଆଜାଦିସ୍ୟାଟ-2 କୁ 450 କିଲୋମିଟର ସର୍କୁଲାର କକ୍ଷପଥରେ ସ୍ଥାନିତ କରିବାକୁ ଚେଷ୍ଟା କରିବ ।

ଏହା ମଧ୍ୟ ପଢନ୍ତୁ:- ଇତିହାସ ରଚିଲା ISRO: 750 ଛାତ୍ରୀ ପ୍ରସ୍ତୁତ କରିଥିବା SSLV-D1 କ୍ଷୁଦ୍ର ସାଟେଲାଇଟର ସଫଳ ପରୀକ୍ଷଣ

ସେହିପରି ଇସ୍ରୋ ଆହୁରି ମଧ୍ୟ କହିଛି ଯେ, 'ଲଞ୍ଚ-ଅନ୍-ଡିମାଣ୍ଡ' ଅର୍ଥାତ୍ ଉତ୍‌କ୍ଷେପଣର ଆଧାର ଅନୁସାରେ ଏସଏସଏଲଭି, 500 କିଲୋଗ୍ରାମ ପର୍ଯ୍ୟନ୍ତ ନିମ୍ନ ପୃଥିବୀ କକ୍ଷପଥରେ ଉପଗ୍ରହ ଉତକ୍ଷେପଣ କରିଥାଏ । ଏସଏସଏଲଭି ହେଉଛି 34 ମିଟର ଲମ୍ବ, 2 ମିଟର ବ୍ୟାସ ବିଶିଷ୍ଟ ଲଞ୍ଚ୍ ଯାନ, ଏହାର ଓଜନ 120 ଟନ୍ । ଏହି ରକେଟ୍ ଏକ ଭେଲୋସିଟି ଟର୍ମିନାଲ୍ ମଡ୍ୟୁଲ୍ ସହିତ ପ୍ରସ୍ତୁତ ହୋଇଛି । ଖବର ଅନୁସାରେ ଏସଏସଏଲଭିର ପ୍ରଥମ ସଂସ୍କରଣ 2022, ଅଗଷ୍ଟରେ ଉତ୍‌କ୍ଷେପଣ ହୋଇଥିଲା ।

କହି ରଖୁଛୁ ଯେ, 2022 ଅଗଷ୍ଟ 7ରେ ଏସଏସଏଲଭି-ଡି1 ମହାକାଶକୁ ଉତ୍‌କ୍ଷେପଣ କରାଯାଇ ଥିଲା ଏବଂ ଏହାକୁ 750 ଜଣ ଛାତ୍ରୀ ପ୍ରସ୍ତୁତ କରିଥିଲେ । ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏହି ସାଟେଲାଇଟର ଉତ୍‌କ୍ଷେପଣ କରାଯାଇ ଥିବାରୁ ଏହାର ନାମ ଆଜାଦିସ୍ୟାଟ୍ ରଖାଯାଇଛି । ସେତେବେଳେ ଏସଏସଏଲଭି-ଡି1 ମାଧ୍ୟମରେ 75ଟି ସାଟେଲାଇଟ୍‌କୁ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା । ଇଏସଓ-02 ହେଉଛି ଏକ ଆର୍ଥ ଅବଜରଭେସନ ସାଟେଲାଇଟ୍ । ଏହାର ଓଜନ ୧୪୨ କିଲୋଗ୍ରାମ ରହି ଥିବାବେଳେ ଏହି ସାଟେଲାଇଟରେ ରହିଛି ସେଲଫି କ୍ୟାମେରା । ଏହି ସାଟେଲାଇଟ ରାତି ସମୟରେ ମଧ୍ୟ ଅନ୍ତରୀକ୍ଷରୁ ପୃଥିବୀପୃଷ୍ଠର ଫଟୋ ଉତ୍ତୋଳନ କରିପାରିବ ବୋଲି ଇସ୍ରୋ କହିଥିଲା ।

Last Updated : Feb 10, 2023, 10:38 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.