ETV Bharat / science-and-technology

Chandrayaan-3: ଘୋଷଣା ହେଲା ସଫ୍ଟ ଲ୍ୟାଣ୍ଡିଂର ସମୟ ଓ ତାରିଖ

2ଟି ପର୍ଯ୍ୟାୟରେ ନିଜ ବେଗ କମ କରି ଚନ୍ଦ୍ରର ନିକଟତର ଚନ୍ଦ୍ରଯାନ-3 । ଆଜି ସଫ୍ଟ ଲ୍ୟାଣ୍ଡିଂର ନୂଆ ସମୟ ଘୋଷଣା କଲା ଇସ୍ରୋ । ଅଧିକ ପଢନ୍ତୁ

author img

By

Published : Aug 20, 2023, 4:21 PM IST

Chandrayaan 3
Chandrayaan 3

ନୂଆଦିଲ୍ଲୀ: ସମୟ ଯେତେ ପାଖଉଠି ଉତ୍କଣ୍ଠା ସେତେ ବଢୁଛି । ଭାରତର ତୃତୀୟ ମୁନ୍‌ ମିଶନ ଚନ୍ଦ୍ରଯାନ-3 ସହ ଜଡ଼ିତ କୋଟି କୋଟି ଭାରତୀୟଙ୍କ ସ୍ବପ୍ନ, ଆଶା ଓ ଆକାଂକ୍ଷା । ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡର ବିକ୍ରମ ସଫଳ ଅବତରଣ କଲେ ଇତିହାସ ରଚିବ ଭାରତ । ବିଶ୍ବ ସମେତ ଦେଶବାସୀ ସେହି ଐତିହାସିକ ମୁହୂର୍ତ୍ତର ପ୍ରତୀକ୍ଷାରେ । ଏହାରି ମଧ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ (ISRO) ପକ୍ଷରୁ ରବିବାର ଘୋଷଣା ହୋଇଛି ସଫ୍ଟ ଲ୍ୟାଣ୍ଡିଂର ନିର୍ଦ୍ଦିଷ୍ଟ ସମୟ ଓ ତାରିଖ । ପୂର୍ବରୁ ଅଗଷ୍ଟ 23 ସନ୍ଧ୍ୟା 5ଟା 45ମିନିଟରେ ଅବତରଣ ନେଇ କୁହାଯାଉଥିବା ବେଳେ ଇସ୍ରୋ ନୂଆ ସମୟ ଘୋଷଣା କରିଛି ।

  • Chandrayaan-3 Mission:

    🇮🇳Chandrayaan-3 is set to land on the moon 🌖on August 23, 2023, around 18:04 Hrs. IST.

    Thanks for the wishes and positivity!

    Let’s continue experiencing the journey together
    as the action unfolds LIVE at:
    ISRO Website https://t.co/osrHMk7MZL
    YouTube… pic.twitter.com/zyu1sdVpoE

    — ISRO (@isro) August 20, 2023 " class="align-text-top noRightClick twitterSection" data=" ">

ଆସନ୍ତା 23 ତାରିଖରେ ଚନ୍ଦ୍ରଯାନ-3 20 ମିନିଟ ବିଳମ୍ବରେ ଅର୍ଥାତ ଭାରତୀୟ ସମୟ ସନ୍ଧ୍ୟା 6ଟା 04 ମିନିଟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବ ବୋଲି ଆକଳନ କରିଛି ଇସ୍ରୋ । ଏହି ଐତିହାସିକ ଦିନକୁ ଆଉ ମାତ୍ର 3 ଦିନ । ସମୟ ଯେତେ ପାଖଉଛି ଭାରତବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ଯଦି ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ସଫଳତାର ସହ ଅବତରଣ କରେ ତେବେ ଭାରତ ଏହି ରେକର୍ଡ ସୃଷ୍ଟି କରିବାରେ 4ର୍ଥ ରାଷ୍ଟ୍ର ହେବ । ପୂର୍ବରୁ ଋଷିଆ, ଆମେରିକା, ଚୀନ ଏଥିରେ ସଫଳ ହୋଇଛନ୍ତି । ଗତ 2019 ମସିହାରେ ଚନ୍ଦ୍ର ଅଭିଯାନେ ବାହାରିଥିଲା ଭାରତ। ହେଲେ ସଫଳତା ମିଳିନଥିଲା । ସଫଳ ଲ୍ୟାଣ୍ଡିଂ କରିନପାରିବାରୁ ଚନ୍ଦ୍ରଯାନ-2 ମିଶନ ବିଫଳ ହୋଇଥିଲା ।

  • Chandrayaan-3 Mission:
    The Lander Module (LM) health is normal.

    LM successfully underwent a deboosting operation that reduced its orbit to 113 km x 157 km.

    The second deboosting operation is scheduled for August 20, 2023, around 0200 Hrs. IST #Chandrayaan_3#Ch3 pic.twitter.com/0PVxV8Gw5z

    — ISRO (@isro) August 18, 2023 " class="align-text-top noRightClick twitterSection" data=" ">

ଏହା ବି ପଢନ୍ତୁ- Chandrayaan3: ଆସିଲା ନୂଆ ଭିଡିଓ, ବେଗ କମାଇ ଚନ୍ଦ୍ର ଅଭିମୁଖେ ଲ୍ୟାଣ୍ଡର

ହେଲେ ପୂର୍ବରୁ ଯାହା କିଛି ଭୁଲ ହୋଇଥିଲା ତାହାକୁ ଚଳିତ ଥର ସୁଧାରିଛି ଇସ୍ରୋ । ପୂର୍ବ ଥର ଲ୍ୟାଣ୍ଡର ସହିତ ଯୋଗସୂତ୍ର ବିଚ୍ଛିନ୍ନ ହେବା ଫଳରେ ଏହା କ୍ରାସ ହୋଇଯାଇଥିଲା । ହେଲେ ଏଥର ହୋଇଛି ସମସ୍ତ ବ୍ୟବସ୍ଥା । ଲ୍ୟାଣ୍ଡରର ଗୋଡ଼କୁ ମଜଭୁତ କରିବା ସହ ଏଥିରେ ଏକାଧିକ ସେନ୍ସର ଲଗାଯାଇଛି । ଯଦି ଏହା ସହିତ ଯୋଗସୂତ୍ର ବିଚ୍ଛିନ୍ନ ହୁଏ, ତେବେ ସେନ୍ସର ଏଠାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ । ଅବସ୍ଥା ଦେଖି ବ୍ୟବସ୍ଥା କରିବ । ଆଉ ବେଗ କମାଇ ସଫଳ ଅବତରଣ କରିବ ବୋଲି ଇସ୍ରୋ ଆଶା କରିଛି ।

ଏହା ବି ପଢନ୍ତୁ- Luna-25: ଚନ୍ଦ୍ରରେ ଅବତରଣ ପୂର୍ବରୁ ଋଷିଆର ଲୁନା-୨୫ରେ ଯାନ୍ତ୍ରିକ ତ୍ରୁଟି

ତେବେ ସୂଚନା ଥାଉ କି ଗତ 17 ତାରିଖରେ ଲ୍ୟାଣ୍ଡର ବିକ୍ରମ ସଫଳତାର ସହିତ ପ୍ରପଲସନ ମଡ୍ୟୁଲଠାରୁ ଅଲଗା ହୋଇଥିଲା । ଏହାପରେ 18 ତାରିଖରେ ପ୍ରଥମ ଡିବୁଷ୍ଟିଂ ପ୍ରକ୍ରିୟା ମଧ୍ୟ ସଫଳ ହୋଇଥିଲା । ଆଜି(ଅଗଷ୍ଟ 20) ଅପରାହ୍ନ 1ଟା 50 ମିନିଟରେ ଦ୍ବିତୀୟ ପର୍ଯ୍ୟାୟ ଡିବୁଷ୍ଟିଂ ସଫଳ ହୋଇଛି । ଡିବୁଷ୍ଟିଂ ମାଧ୍ୟମରେ ନିଜର ବେଗ କମାଇ ଚନ୍ଦ୍ରର ଅଧିକ ନିକଟତର ହେଉଛି ଲ୍ୟାଣ୍ଡର । ଏହାପରେ ଆସନ୍ତା 23 ତାରିଖରେ ଚନ୍ଦ୍ରପୃଷ୍ଠରେ ସଫଳ ଲ୍ୟାଣ୍ଡିଂ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.