ନୂଆଦିଲ୍ଲୀ: ଆପଲର ନୂଆ ଆଇଫୋନ୍ 14 ଲଞ୍ଚ ହୋଇଛି( (iPhone 14 Launched)) । ପୂର୍ବ ନିର୍ଦ୍ଧାନିତ ସମୟ ଅନୁସାରେ ଗତକାଲି(ସେପ୍ଟେମ୍ବର 7)ରେ ଆଇଫୋନ୍ 14 ସିରିଜର ଲଞ୍ଚ ଇଭେଣ୍ଟ କାଲିଫର୍ନିଆର କମ୍ପାନୀର ମୁଖ୍ୟାଳୟରେ ହୋଇଥିଲା ଏବଂ ଏହାର ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରାଯାଇଥିଲା । ଏହିଅବସରରେ iPhone 14 ଲଞ୍ଚ କରିଛି କମ୍ପାନୀ ।
ସୂଚନା ଅନୁଯାୟୀ, କମ୍ପାନୀ 4ଟି ନୂଆ ଡିଜାଇନ ସହ ଆଇଫୋନ୍ 14 ଲଞ୍ଚ ହୋଇଛି...
- iPhone 14 - $799 (ପ୍ରାୟ 63000 ଟଙ୍କା)
- iPhone 14 Plus - $899 (ପ୍ରାୟ 71,000)
- iPhone 14 Pro - $ 999 (ପ୍ରାୟ 79000 ଟଙ୍କା)
- iPhone 14 Max - ଆରମ୍ଭ ମୂଲ୍ୟ: $ 1099 (ପ୍ରାୟ 87000 ଟଙ୍କା)
ଆପଲର ନୂଆ ଘଣ୍ଟା ମଧ୍ୟ ଲଞ୍ଚ ହୋଇଛି
ଏହି ଇଭେଣ୍ଟରେ ଆପଲ୍ ଆଇଫୋନ୍ 14 ସିରିଜ୍ ସହିତ ନୂତନ ଆପଲ୍ ୱାଚ୍ ସିରିଜ୍ 8(Apple Watch Series 8) ଏବଂ ଏୟାର ପୋଡ୍ସ ପ୍ରୋ 2(Air Pods Pro 2) ମଧ୍ୟ ଲଞ୍ଚ କରିଛି ।
ଏଥର ଆସିନି ମିନି ମଡେଲ
ଲଞ୍ଚ ପୂର୍ବରୁ ମିଡିଆ ରିପୋର୍ଟରେ କୁହାଯାଇଥିଲା ଯେ, ଏଥର ମିନି ମଡେଲକୁ ଲାଇନରେ ଅନ୍ତର୍ଭୁକ୍ତ କରାଯିବନାହିଁ । ଏହା ସତ୍ୟ ବୋଲି ପ୍ରମାଣିତ ହୋଇଛି । ଏଥର କୌଣସି ଆଇଫୋନ୍ 14ରେ ମିନି ନାହିଁ ।
ଆଇଫୋନ୍ 14ରେ ନୂତନ ଅତିଥି ଭାବେ ଯୋଡି ହୋଇଛି ଆଇଫୋନ୍ 14 ପ୍ଲସ୍
ଏହି ମଡେଲ ସହିତ ମିନି ମଡେଲକୁ ବଦଳାଇ ଟିମ୍ କୁକ୍ ଆଇଫୋନ୍ 14 ସିରିଜରେ ଆଇଫୋନ୍ 14 ପ୍ଲସ୍ ଉପସ୍ଥାପନ କରିଥିଲେ, ଯାହାକି ଏକ ନୂତନ ମଡେଲ୍ । ଆଇଫୋନ୍ 14 ପ୍ଲସ୍ ରେ 6.7 -ଇଞ୍ଚର OLED ଡିସପ୍ଲେ ଅଛି । ଆପଲ୍ iPhone 14 ଏବଂ iPhone 14 Plus ରେ A15 Bionic ଚିପସେଟ ମଧ୍ୟ ରହିଛି । ଆପଲ୍ ଏଥର ଆଇଫୋନ୍ 14 ସିରିଜ୍ ପାଇଁ 5-Bionic GPU(Graphics processing unit) ଆଣୁଛି ।