ETV Bharat / science-and-technology

ଇନଷ୍ଟାଗ୍ରାମର ଦମଦାର ଫିଚର, ଏଆଇ ସାହାଯ୍ଯରେ ବଦଳିବ ବ୍ୟାକ୍ ଗ୍ରାଉଣ୍ଡ ଇମେଜ - ବ୍ୟାକଡ୍ରପ

Instagram Backdrop Feature: ଏଣିକି ଏଆଇର ସାହାଯ୍ୟରେ ବ୍ୟାକ ଗ୍ରାଉଣ୍ଡ ଇମେଜ ବଦଳାଇ ପାରିବେ ଇନଷ୍ଟାଗ୍ରାମ ୟୁଜର୍ସ । ଅଧିକ ପଢନ୍ତୁ

Instagram Update
Instagram Update
author img

By ETV Bharat Odisha Team

Published : Dec 18, 2023, 3:02 PM IST

ହାଇଦ୍ରାବାଦ: ଖୁବଶୀଘ୍ର ମେଟା ମାଲିକାନା ଇନଷ୍ଟାଗ୍ରାମରେ ଆସିବ ନୂଆ ଫିଚର । ଏଣିକି ଆପରେ ବ୍ୟବହାର ହେବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ । ଇନଷ୍ଟାଗ୍ରାମରେ ଏଆଇ ସାହାଯ୍ୟରେ ବ୍ୟାକ୍ ଗ୍ରାଉଣ୍ଡ ଇମେଜ ବା ଫଟୋ ପରିବର୍ତ୍ତନ କରିପାରିବେ ୟୁଜର୍ସ । ବର୍ତ୍ତମାନ ଏହି ଫିଚର ଟେଷ୍ଟିଂ ଷ୍ଟେଜରେ ରହିଥିବା ବେଳେ ଖୁବଶୀଘ୍ର ରୋଲଆଉଟ ହେବା ନେଇ ସୂଚନା ରହିଛି ।

ଇନଷ୍ଟାଗ୍ରାମର ଏହି ନୂଆ ଫିଚରର ନାମ ବ୍ୟାକଡ୍ରପ(Backdrop) ରଖାଯାଇଛି । ଏନେଇ ମେଟାର ଜେନେରେଟିଭ ଏଆଇ ପ୍ରମୁଖ ଅହମ୍ମଦ ଅଲ ଧଲେ ପକ୍ଷରୁ ସୂଚନା ଦିଆଯାଇଛି । ଇନଷ୍ଟାଗ୍ରାମର ଏହି ବ୍ୟାକଡ୍ରପ ଫିଚର ବର୍ତ୍ତମାନ ଆମେରିକୀୟ ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଥିବା କୁହାଯାଇଛି । ଏହି ଫିଚର ସାହାଯ୍ୟରେ ୟୁଜର୍ସ ଗୋଟିଏ କ୍ଲିକରେ ବ୍ୟାକ୍ ଗ୍ରାଉଣ୍ଡ ଫଟୋକୁ ପରିବର୍ତ୍ତନ କରିପାରିବେ । ଏଥିପାଇଁ କୌଣସି ଷ୍ଟକ ଇମେଜର ଆବଶ୍ୟକତା ରହିବ ନାହିଁ । ଏହି ଫିଚର ଦ୍ବାରା ବ୍ୟାକ୍ ଗ୍ରାଉଣ୍ଡ ଫଟୋ ପରିବର୍ତ୍ତନ କରିବାକୁ ହେଲେ ୟୁଜର୍ସଙ୍କୁ ଏଆଇ ଟୁଲର ଉପଯୋଗ କରିବାକୁ ହେବ ।

ଉଦାହରଣ ସ୍ବରୂପ ଯଦି ଆପଣ ବ୍ୟାକ୍ ଗ୍ରାଉଣ୍ଡ ଡାଏନସରର ଫଟୋ ରଖିବାକୁ ଚାହୁଁଛନ୍ତି ତାହେଲେ ଏଥିପାଇଁ chased by dinosaurs ପ୍ରମ୍ପ୍ଟର ବ୍ୟବହାର କରିବାକୁ ହେବ । ଏହା ବ୍ୟତୀତ ୟୁଜର୍ସ ନିଜ ଆବଶ୍ୟକତା ଅନୁସାରେ ପ୍ରମ୍ପ୍ଟ ବ୍ୟବହାର କରିପାରିବେ।

ଏହା ମଧ୍ୟ ପଢନ୍ତୁ: Instagram: ଆପ୍‌ରେ ଆସିବାକୁ ଯାଉଛି ନୂଆ ଫିଚର, ପୋଷ୍ଟରେ ଫଟୋ ଆଡ୍ କରିପାରିବେ ୟୁଜର୍ସ

ଏହି ନୂଆ ଅପଡେଟ ପରେ ୟୁଜର୍ସଙ୍କୁ ଷ୍ଟୋରୀ ସେୟାର କରିବା ସମୟରେ ଟ୍ରାଇ ଇଟର ଅପ୍ସନ ମିଳିବ । ଏହା ଉପରେ କ୍ଲିକ କରିବା ପରେ ବ୍ୟାକ୍ ଗ୍ରାଉଣ୍ଡ ଫଟୋ ପରିବର୍ତ୍ତନ କରିବାର ଅପ୍ସନ ମିଳିବ । ଏହି ଫିଚରକୁ ନେଇ ଦାବି କରାଯାଇଛି ଯେ, ଇନଷ୍ଟାଗ୍ରାମର ଏହି ନୂଆ ଫିଚରରେ ଏଆଇ ଉପଯୋଗ ହେଉଥିବାରୁ ୟୁଜର ଅଭିଜ୍ଞତା ବୃଦ୍ଧି ପାଇବ ।

ଏହା ମଧ୍ୟ ପଢନ୍ତୁ: ଇନଷ୍ଟାଗ୍ରାମ ନୋଟ୍ସରେ ନୂଆ ଫିଚର, ସେୟାର କରିହେବ ସଟ୍ ଭିଡିଓ

ପ୍ରକାଶଥାଉକି, ଗତବର୍ଷ କମ୍ପାନୀ ଆପରେ ନୋଟ୍ସ(Notes)ର ଅପ୍ସନ ଯୋଡିଥିଲା । ଯାହା ୟୁଜର୍ସଙ୍କୁ ଏକ ପ୍ରକାରର ଷ୍ଟାଟସ ଅପଡେଟ ଦେଇଥାଏ । ସାଧାରଣତଃ ନୋଟ୍ସରେ କୌଣସି ଗୀତକୁ ଡାଉନଲୋଡ କରି ଅପଲୋଡ କରିଥାଆନ୍ତି ୟୁଜର୍ସ । ନୋଟ୍ସରେ ଯୁ୍କ୍ତ ହୋଇଥିବା ଏହି ଫିଚରରେ ୟୁଜର୍ସ 2 ସେକେଣ୍ଡର ଭିଡିଓ ରେକର୍ଡିଂ କରି ସେୟାର କରିପାରିବେ । ଉକ୍ତ ଭିଡିଓ ଉପରେ ଫୋଲର୍ସ ଇମୋଜି ଏବଂ ଟେକ୍ସଟ ମାଧ୍ୟମରେ ମଧ୍ୟ ରିଆକ୍ଟ ବା ପ୍ରତିକ୍ରିୟା ଦେଇପାରିବେ । ତେବେ କ୍ୟାମେରା ଅପ୍ସନ କ୍ଲିକ କରିବା ପରେ ୟୁଜର୍ସ ବ୍ୟାକ କ୍ୟାମେରା କିମ୍ବା ଭିଡିଓକୁ ନୋଟ୍ସରେ ସେୟାର କରିବା ପାଇଁ ସକ୍ଷମ ହେବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.