ETV Bharat / science-and-technology

Instagram reels: ଏଣିକି ୧୫ ସେକେଣ୍ଡ ବଦଳରେ ୧ ମିନିଟ ମ୍ୟୁଜିକ ଟ୍ରାକ୍‌

author img

By

Published : May 27, 2022, 2:23 PM IST

ଇନଷ୍ଟାଗ୍ରାମ କେବଳ ଭାରତୀୟ ୟୁଜର୍ସଙ୍କ ପାଇଁ ଲଞ୍ଚ କଲା 1 MINUTE ମ୍ୟୁଜିକ ଟ୍ରାକ୍‌ । ଫଳରେ ଏବେ ୧ ମିନିଟ ପର୍ଯ୍ୟନ୍ତ ଗୀତକୁ ୟୁଜର୍ସ REELS ଓ ଷ୍ଟୋରୀରେ ବ୍ୟବହାର କରିପାରିବେ । ଅଧିକ ପଢନ୍ତୁ

Instagram reels: ୧ମିନିଟ ମ୍ୟୁଜିକ ଟ୍ରାକର ଲାଭ ଉଠାଇବେ ୟୁଜର୍ସ, କେବଳ ଭାରତୀୟଙ୍କ ଲାଗି ଉପଲବ୍ଧ

ନୂଆଦିଲ୍ଲୀ: ମେଟା ମାଲିକାନା ଫଟୋ ସେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମ ଗୁରୁବାର ଏକ ନୂଆ ଫିଚର ଆଣିଛି । ଏହି ଫିଚର ଦ୍ବାରା ଇନଷ୍ଟାଗ୍ରାମ ରିଲ୍ସ କରୁଥିବା ଉପଭୋକ୍ତାମାନେ ଉପକୃତ ହେବେ । ରିଲ୍ସ ପାଇଁ ୱାନ ମିନିଟ ମ୍ୟୁଜିକ(1 Minute Music) ଟ୍ରାକ ଘୋଷଣା କରିଛି । ଏହି ସୁବିଧା କେବଳ ଭାରତୀୟ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ରହିଛି । ରିଲ୍ସ(Reels) ଓ ଷ୍ଟୋରି(Instagram Stories)ରେ ଏକ ମିନିଟ ପର୍ଯ୍ୟନ୍ତ ମ୍ୟୁଜିକ ଟ୍ରାକ ଓ ଭିଡ଼ିଓର ବ୍ୟବହାର କରିପାରିବେ ୟୁଜର୍ସ । ଏଥିରେ ୨୦୦ କଳାକାରଙ୍କ ଗୀତ ସାମିଲ ରହିଛି । ପୂର୍ବରୁ ମାତ୍ର ୧୫ ସେକେଣ୍ଡ ପର୍ଯ୍ୟନ୍ତ ମ୍ୟୁଜିକ ଟ୍ରାକର ବ୍ୟବହାର କରିପାରୁଥିଲେ ଉପଭୋକ୍ତା ।

୧ମିନିଟ ମ୍ୟୁଜିକ ଟ୍ରାକର ଲାଭ ଉଠାଇବେ ୟୁଜର୍ସ, କେବଳ ଭାରତୀୟଙ୍କ ଲାଗି ଉପଲବ୍ଧ

ଫେସବୁକ ଇଣ୍ଡିଆର ନିର୍ଦ୍ଦେଶକ ପାରସ ଶର୍ମା କହିଛନ୍ତି ଯେ, "ଇନଷ୍ଟାଗ୍ରାମରେ ସଂଗୀତର ବହୁଳ ବ୍ୟବହାର କରୁଛନ୍ତି ୟୁଜର୍ସ । ଫଳରେ ଏହି ପ୍ଲାଟଫର୍ମ ନୂଆ ଗୀତଗୁଡିକ ବହୁଳ ସେୟାର ହେବାର ମାଧ୍ୟମ ପାଲଟିଛି । ବାସ୍ତବରେ ରିଲ୍ସ ଗୀତ ଓ ଯୁବ କଳାକାରଙ୍କୁ ଖୋଜିବାରେ ସହାୟକ ହେଉଛି । ଏହି ନୂଆ ଫିଚର ଦ୍ବାରା ସଂଗୀତ ପ୍ରେମୀଙ୍କ ସହ ୟୁଜର୍ସ ଗୀତର ଏକ ମିନିଟ ସେଟ୍‌ ପର୍ଯ୍ୟନ୍ତ ପହଞ୍ଚି ପାରିବେ ।" ଏହି ନୂଆ ଫିଚର ରିଲ୍ସ ଦ୍ବାରା ଆହୁରି ଅଧିକ ମନୋରଞ୍ଜନ ଯୋଗାଇବା ବୋଲି ସେ ଆଶା ରଖିଛନ୍ତି ।

କମ୍ପାନୀ କହିଛି ଯେ ରିଲ୍ସ ଦିନକୁ ଦିନ ଅଧିକ ଲୋକପ୍ରିୟ ହେବାରେ ଲାଗିଛି । ଏହି ରିଲ୍ସ ପ୍ରଥମ କରି ଲଞ୍ଚ ହେବା ପରେ କଳାକାର ନିଜ ମ୍ୟୁଜିକ ଲଞ୍ଚ କରିବା ଲାଗି ଏହାର ବ୍ୟବହାର କରୁଛନ୍ତି ଏବଂ ଲୋକଙ୍କ ନିକଟରେ ମଧ୍ୟ ପହଞ୍ଚୁଛନ୍ତି । ଏହାକୁ ଆହୁରି ଅଧିକ ଲୋକପ୍ରିୟ କରିବା ଲାଗି ଏହି ନୂଆ ଫିଚରକୁ ଲଞ୍ଚ କରାଯାଇଛି । ରିଲ୍ସର ଅଡ଼ିଓ ଗ୍ୟାଲେରୀରେ ଏହି ନୂଆ ସୁବିଧା ଉପଲବ୍ଧ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.