ETV Bharat / science-and-technology

Amber alert feature: ଏଣିକି ନିଖୋଜ ଶିଶୁଙ୍କ ଖୋଜିବାରେ ସହଯୋଗ କରିବ Instagram - ନିଖୋଜ ଶିଶୁଙ୍କ ଖୋଜିବାରେ ସହାୟକ ହେବ ଇନଷ୍ଟାଗ୍ରାମ

ଫେସବୁକ ପରେ ଏବେ ଇନଷ୍ଟାଗ୍ରାମ ଆଣିଲା 'Amber Alert' ଫିଚର । ଏହା ନିଖୋଜ ଶିଶୁଙ୍କ ଠାବ କରିବାରେ ହେବ ସହାୟକ । ଅଧିକ ପଢନ୍ତୁ

Missing Child: ଏଣିକି ନିଖୋଜ ଶିଶୁଙ୍କ ଖୋଜିବାରେ ସହଯୋଗ କରିବ ଇନଷ୍ଟାଗ୍ରାମ

author img

By

Published : Jun 3, 2022, 2:45 PM IST

ସାନ ଫ୍ରାନ୍ସିକୋ: ସୋସିଆଲ ପ୍ଲାଟଫର୍ମ ଅନେକ ନିଖୋଜ ପରିବାରକୁ ଏକାଠି କରିଥିବା ଖବର ଆପଣ ଜାଣିଥିବେ । ହେଲେ ମେଟା ମାଲିକାନା ଫଟୋ ସେୟାରିଂ ଆପ୍‌ ଇନଷ୍ଟାଗ୍ରାମ ସ୍ବତନ୍ତ୍ର ଭାବେ ଶିଶୁଙ୍କୁ ଖୋଜିବା ଲାଗି ଏକ ସ୍ବତନ୍ତ୍ର ପଦକ୍ଷେପ ହାତକୁ ନେଇଛି । ଫେସବୁକ ପରେ ଏହି ଆପ୍‌ ମାଧ୍ୟମରେ ନିଜ କ୍ଷେତ୍ର ମଧ୍ୟରେ ନିଖୋଜ ଥିବା ଶିଶୁଙ୍କୁ ପାଇବାରେ ଏହା ସହଯୋଗ କରିବ । ଏଥିଲାଗି 'Amber Alert' ଲଞ୍ଚ କରିଛି ଆପ୍‌ ।

ଏହି ଆଲର୍ଟ ଜରିଆରେ ନିଜ କ୍ଷେତ୍ରରେ ନିଖୋଜ ଥିବା ଶିଶୁଙ୍କ ସମ୍ପର୍କରେ ୟୁଜର୍ସଙ୍କ ନିକଟକୁ ଏକ ନୋଟିସ ଆସିବ । ଏହି ଫିଚର ଆରମ୍ଭ ହୋଇସାରିଥିବା ବେଳେ ଆଉ କିଛି ଦିନ ମଧ୍ୟରେ ଦକ୍ଷିଣ ଆଫ୍ରିକା, ତାଇୱାନ, ୟୁକ୍ରେନ, ୟୁକେ, ୟୁଏଇ ସମେତ ୨୫ ଦେଶରେ ଉପଲବ୍ଧ ହେବ । ଇନଷ୍ଟାଗ୍ରାମ ପ୍ରଥମ କରି ଏମ୍ବର ଆଲର୍ଟ ଆଣିଛି ବୋଲି କମ୍ପାନୀ ଏ ନେଇ ବ୍ଲଗପୋଷ୍ଟରେ କହିଛି ।

କମ୍ପାନୀ ଆହୁରି କହିଛି ଯେ, 'ଏହି ବୈଶିଷ୍ଟ୍ୟକୁ ଆମେରିକାର ନ୍ୟାସନାଲ ସେଣ୍ଟର ଫର ମିସିଙ୍ଗ ଆଣ୍ଡ ଏକ୍ସପ୍ଲଏଟେଡ୍ ଚାଇଲ୍ଡ (NCMEC), ନିଖୋଜ ତଥା ଶୋଷିତ ଶିଶୁ ଆନ୍ତର୍ଜାତୀୟ କେନ୍ଦ୍ର, ବ୍ରିଟେନର ନ୍ୟାସନାଲ କ୍ରାଇମ ଏଜେନ୍ସି, ଆଟର୍ଣ୍ଣି ଭଳି ଅନେକ ସଂଗଠନ ସମର୍ଥନ କରିଛନ୍ତି । ମେକ୍ସିକୋରେ ଜେନେରାଲ୍ ଅଫିସ ଏବଂ ଅଷ୍ଟ୍ରେଲିୟ ଫେଡେରାଲ୍ ପୋଲିସ ସହଭାଗୀତାରେ ଏହା ବିକଶିତ ।"

ଗତ ୨୦୧୫ ମସିହାରେ ଫେସବୁକ ଏହି ଏମ୍ବର ଆଲର୍ଟ ଫିଚର ଆଣିବା ପରେ ଏଥିରେ ସଫଳ ମଧ୍ୟ ହୋଇଛି । ଏହି ଫିଚର ଦ୍ବାରା ଶୀଘ୍ର ନିଖୋଜ ଶିଶୁଙ୍କୁ ଖୋଜିବା ସହିତ ଅଧିକାରୀଙ୍କ ନିକଟକୁ ଖବର ପହଞ୍ଚିଯାଏ । ଆଲର୍ଟରେ ଶିଶୁଙ୍କ ସମ୍ବନ୍ଧରେ ମହତ୍ତ୍ବପୂର୍ଣ୍ଣ ବିବରଣୀ ଦିଆଯିବା ସହ ଫଟୋ, ଅପହରଣ ହୋଇଥିବା ସ୍ଥାନ ଓ ଅନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଦିଆଯାଇଥାଏ । ୟୁଜର୍ସ ଏହାକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ଲାଗି ଆଲର୍ଟକୁ ସେୟାର କରିଥାନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.