ETV Bharat / science-and-technology

Instagram Down: ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ, ମାସକରେ ଦ୍ବିତୀୟ ଘଟଣା - ଇନଷ୍ଟାଗ୍ରାମରେ ସମସ୍ୟା

ମାସକ ଭିତରେ ଦ୍ବିତୀୟ ଥର ପୁଣି ଡାଉନ ହେଲା ଇନଷ୍ଟାଗ୍ରାମ । ଅସନ୍ତୋଷ ବ୍ୟକ୍ତ କଲେ ୟୁଜର୍ସ । ଅଧିକ ପଢନ୍ତୁ

Instagram Down
Instagram Down
author img

By

Published : Jun 9, 2023, 11:09 AM IST

ହାଇଦ୍ରାବାଦ: ମେଟା ମାଲିକାନା ଇନଷ୍ଟାଗ୍ରାମରେ ପୁଣି ସମସ୍ୟା ଦେଖାଦେଇଛି । ପୁଣି ଡାଉନ ହୋଇଛି ଇନଷ୍ଟାଗ୍ରାମ । ମାସରେ ଦ୍ବିତୀୟ ଥର ପାଇଁ ଡାଉନ ହୋଇଥିବା ଜଣାପଡିଛି । ଇନଷ୍ଟାଗ୍ରାମ ଲଗଇନ କରିବାରେ ସମସ୍ୟା ହେଉଥିବା ନେଇ ୟୁଜର୍ସମାନେ ରିପୋର୍ଟ କରିଛନ୍ତି ।

ଆଉଟେଜ୍ ଟ୍ରାକିଂ ସାଇଟ୍ ଡାଉନଡିଟେକ୍ଟରର ରିପୋର୍ଟ ଅନୁଯାୟୀ, 56% ଇନଷ୍ଟାଗ୍ରାମ ବ୍ୟବହାରକାରୀ ଇନଷ୍ଟାଗ୍ରାମ ଚଳାଇବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଇନଷ୍ଟାଗ୍ରାମ ଆପ୍ ସହିତ ସମସ୍ୟା ଦେଖା ଦେଇଥିବାବେଳେ 23 ପ୍ରତିଶତ ୟୁଜର୍ସ ଲଗ୍ ଇନ୍ କରିବାରେ ଅସୁବିଧା ଭୋଗୁଛନ୍ତି । ଏହାସହ 21 ପ୍ରତିଶତ ୟୁଡଜର୍ସ ସର୍ଭର ତ୍ରୁଟି ବିଷୟରେ ଅଭିଯୋଗ କରିଛନ୍ତି । ଇନଷ୍ଟାଗ୍ରାମ ବ୍ୟତୀତ ଅନେକ ଫେସବୁକ ବ୍ୟବହାରକାରୀ ମଧ୍ୟ ଡାଉନକୁ ନେଇ ଅଭିଯୋଗ କରିଛନ୍ତି । ଫେସବୁକ ୟୁଜର୍ସଙ୍କ ଟାଇମଲାଇନ ରିଫ୍ରେସ ହେଉନାହିଁ ।

ଏହାପୂର୍ବରୁ, ଟେକ୍ନିକାଲ ତ୍ରୁଟି ଯୋଗୁଁ ଫଟୋ ସେୟାରିଂ ଆପ୍ ଡାଉନ୍ ହୋଇଯାଇଥିଲା । ଇନଷ୍ଟାଗ୍ରାମ ଡାଉନ୍ ହେତୁ ବିଶ୍ବର ବିଭିନ୍ନ ସ୍ଥାନରୁ ଇନଷ୍ଟାଗ୍ରାମ ୟୁଜର୍ସମାନେ ପ୍ରଭାବିତ ହୋଇଥିଲେ । ହଜାର ହଜାର ଉପଭୋକ୍ତାଙ୍କୁ ଇନଷ୍ଟାଗ୍ରାମରେ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଲା । 180,000ରୁ ଅଧିକ ୟୁଜର୍ସ ଇନଷ୍ଟାଗ୍ରାମ ଡାଉନକୁ ନେଇ ରିପୋର୍ଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Instagram Update: ହଠାତ ବଢିଲା ଇନଷ୍ଟାଗ୍ରାମ ଷ୍ଟୋରୀ ଆଇକନ, ୟୁଜର୍ସଙ୍କ ନାପସନ୍ଦ

ଡାଉନଡେଟେକ୍ଟରର ରିପୋର୍ଟ ଅନୁଯାୟୀ, ୟୁଜର୍ସମାନେ ଲଗଇନ୍, ଫଟୋରେ ବିଷୟବସ୍ତୁ ଡାଉନଲୋଡ୍ କରିବା ଏବଂ ଇନଷ୍ଟାଗ୍ରାମରେ ଭିଡିଓ ଡାଉନଲୋଡ୍ ଭଳି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । କେତେ ଉପଭୋକ୍ତା ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି, ବର୍ତ୍ତମାନ ସୁଦ୍ଧା ତାହା ଜଣା ପଡିନାହିଁ । କିନ୍ତୁ ଅନେକ ଉପଭୋକ୍ତା କ୍ରମାଗତ ଭାବରେ ଟ୍ୱିଟରରେ ଟ୍ୱିଟ୍ କରୁଛନ୍ତି ଯେ କେବଳ ଇନଷ୍ଟାଗ୍ରାମରେ ପ୍ରବେଶ କରିବାରେ ଅସୁବିଧା ହେଉଛି ନା ଅନ୍ୟ ଉପଭୋକ୍ତାମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଇନଷ୍ଟାଗ୍ରାମ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ । Downdetector.com ରିପୋର୍ଟ ଅନୁସାରେ, ଆମେରିକାରେ କେବଳ 100,000 ୟୁଜର୍ସ, କାନାଡାରେ 24,000 ଏବଂ ବ୍ରିଟେନରେ 56,000 ୟୁଜର୍ସ ସମସ୍ୟା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି ।

କହିରଖୁଛୁ କି, ଗତ ମେ 21 ତାରିଖରେ 1 ଲକ୍ଷ 80 ହଜାରରୁ ଅଧିକ ୟୁଜର୍ସ ଆଉଟେଜକୁ ନେଇ ଅଭିଯୋଗ କରିଥିଲେ । ତେବେ 22 ତାରିଖ ସକାଳୁ ପୁଣି ଠିକ ହୋଇଥିବା ନେଇ ଇନଷ୍ଟାଗ୍ରାମ କମସ ପକ୍ଷରୁ ଟ୍ବିଟ କରି ସୂଚନା ଦେଇଥିଲା । ଏନେଇ ପ୍ରଥମେ ଇନଷ୍ଟାଗ୍ରାମ ପକ୍ଷରୁ ଟ୍ବିଟ କରି କୁହାଯାଇଥିଲା,"କମ୍ପାନୀ ଜାଣିବାକୁ ପାଇଲା ଯେ ରବିବାର (ମେ 21) ଦିନ କିଛି ଲୋକ ଏହି ଆପକୁ ପ୍ରବେଶ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଯେଉଁଥି ପାଇଁ ବହୁ ସଂଖ୍ୟକ ଲୋକ ଅଭିଯୋଗ କରିଥିଲେ । ଆମେ ଦୁଃଖିତ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.