ETV Bharat / science-and-technology

ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ ସମୟ ଧାର୍ଯ୍ୟ

author img

By

Published : Nov 12, 2022, 10:44 AM IST

ଆସନ୍ତା ମଙ୍ଗଳବାର(ନଭେମ୍ବର) 15ରେ ଉତ୍‌କ୍ଷେପଣ ହେବ ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ । ଅଧିକ ପଢନ୍ତୁ

ଦେଶର ପ୍ରଥମ ଘରୋଇ ରକେଟ୍ Vikram-S ଉତ୍‌କ୍ଷେପଣ ନେଇ ସମୟ ଧାର୍ଯ୍ୟ

ନୂଆଦିଲ୍ଲୀ: ଦେଶର ପ୍ରଥମ ଘରୋଇ ରକେଟ୍ ବିକ୍ରମ-ଏସ୍ ଉତ୍‌କ୍ଷେପଣ ନେଇ ସମୟ ଧାର୍ଯ୍ୟ । ଆସନ୍ତା ମଙ୍ଗଳବାର(ନଭେମ୍ବର) 15ରେ ମହାକାଶକୁ ଉତ୍‌କ୍ଷେପଣ ହେବ ବିକ୍ରମ-ଏସ୍(India's first privately built rocket set for November 15 launch) । ତିନୋଟି ପେଲୋଏଡ୍ ସହିତ ଏକ ସବ୍-ଅର୍ବିଟାଲ୍ ମିଶନରେ ଉତକ୍ଷେପଣ ପାଇଁ ସ୍ଥିର କରାଯାଇଥିବା ହାଇଦ୍ରାବାଦ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍କାଏରୁଟ୍ ଏରୋସ୍ପେସ୍ ଘୋଷଣା କରିଛି । ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟା ସତୀଶ ଧାୱନ ଲଞ୍ଚ୍ ପ୍ୟାଡ୍‌ରୁ ଏହି ପରୀକ୍ଷଣ କରାଯିବ ।

ତେବେ ସ୍କାଏରୁଟ୍ ଏରୋସ୍ପେସ୍‌ର ପ୍ରଥମ ମିଶନ୍, 'ପ୍ରାରମ୍ଭ'(Vikram-S) ଦୁଇ ଜଣ ଭାରତୀୟ ଏବଂ ଜଣେ ବିଦେଶୀ କଷ୍ଟମର୍ସଙ୍କୁ ନେଇ ପେଲୋଏଡ୍ ବହନ କରିବ । ବିକ୍ରମ-ଏସ ମଙ୍ଗଳବାର ସକାଳ 11:30 ରେ ଉତକ୍ଷେପଣ ହେବ ବୋଲି ସ୍କାଏରୁଟ୍ ଏରୋସ୍ପେସ୍ ସିଇଓ ତଥା ସହ-ପ୍ରତିଷ୍ଠାତା ପୱନ କୁମାର ଚାନ୍ଦ କହିଛନ୍ତି । ଚେନ୍ନାଇ ସ୍ଥିତ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସକିଡ୍ଜ ବିକ୍ରମ-ଏସ୍ ବୋର୍ଡରେ ଉପ-ଅକ୍ଷ(Sub-Orbital) ରକେଟରେ ଭାରତ, ଆମେରିକା, ସିଙ୍ଗାପୁର ଏବଂ ଇଣ୍ଡୋନେସିଆର ଛାତ୍ରମାନଙ୍କ ଦ୍ୱାରା ବିକଶିତ 2.5 କିଲୋଗ୍ରାମ ପେଲୋଡ୍ 'Fun-Sat' ଉଡାଣ ଭରିବ ।

ସ୍କାଏସ୍ପେସ୍ ଏରୋସ୍ପେସ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, "ବିକ୍ରମ-ଏସର ଉତ୍‌କ୍ଷେପଣ ପାଇଁ 15 ନଭେମ୍ବରକୁ ଦିନ ଧାର୍ଯ୍ୟ ହୋଇଛି । ବର୍ତ୍ତମାନ ହୃଦ୍‌ସ୍ପନ୍ଦନ ବଢିଚାଲିଛି । ଆକାଶ ପର୍ଯ୍ୟନ୍ତ ଆମର ନଜର ରହିଛି, ସବୁକିଛି ପୃଥିବୀ ଶୁଣୁଛି ।" ତେବେ ଏହି ମିଶନ୍ ଉତ୍‌କ୍ଷେପଣ ସହ ସ୍କାଏରୁଟ୍ ମହାକାଶକୁ ରକେଟ୍ ଉତକ୍ଷେପଣ କରିବାରେ ଦେଶର ପ୍ରଥମ ଘରୋଇ ସ୍ପେସ୍ କମ୍ପାନୀ ହେବାକୁ ଯାଉଛି । ଏହା ସ୍ପେସ୍ ସେକ୍ଟର ପାଇଁ ଏକ ନୂତନ ଯୁଗର ଆରମ୍ଭ, ଯାହା ଘରୋଇ କ୍ଷେତ୍ରର ଅଂଶଗ୍ରହଣକୁ ସହଜ କରିବା ପାଇଁ 2020 ରେ ଓପନ୍ ହୋଇଥିଲା ।

ତେବେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ISRO ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ବୈଜ୍ଞାନିକ ବିକ୍ରମ ସରାବାଇଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ସ୍କାଏରୁଟର ଲଞ୍ଚ ଯାନଗୁଡ଼ିକର ନାମ 'ବିକ୍ରମ' ରଖାଯାଇଛି । ଏହି ମିଶନକୁ ‘ପ୍ରାରମ୍ଭ’ ନାମରେ ମଧ୍ୟ ନାମିତ କରାଯାଇଛି । ଏହି ରକେଟ୍ ହାଇଦ୍ରାବାଦ ସ୍ଥିତ ସ୍କାଇରୁଟ୍ ଏରୋସ୍ପେସ୍ କମ୍ପାନୀ (Skyroot Aerospace Pvt Ltd) ଦ୍ୱାରା ବିକଶିତ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.