ETV Bharat / science-and-technology

2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ମହାକାଶଚାରୀ ପଠାଇବ ଇସ୍ରୋ: ସୋମନାଥ - ଚନ୍ଦ୍ରଯାନ 3

Indian astronaut on the Moon by 2040: ଚନ୍ଦ୍ରକୁ ମାନବ ପଠାଇବା ନେଇ ଇସ୍ରୋ ଯୋଜନା କରୁଥିବା ବେଳେ 2040 ସୁଦ୍ଧା ଚନ୍ଦ୍ରକୁ ଇସ୍ରୋ ପ୍ରଥମ ମହାକାଶଚାରୀ ପଠାଇବ ବୋଲି କହିଲେ ଇସ୍ରୋ ଅଧ୍ୟକ୍ଷ ସୋମନାଥ। ଅଧିକ ପଢନ୍ତୁ

Indian astronaut on the Moon
Indian astronaut on the Moon
author img

By ETV Bharat Odisha Team

Published : Dec 13, 2023, 1:32 PM IST

ହାଇଦ୍ରାବାଦ: ଚନ୍ଦ୍ରଯାନ-3ର ଐତିହାସିକ ସଫଳତା ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ) ଏହାର ପରବର୍ତ୍ତି ମିଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ତେବେ 2040 ସୁଦ୍ଧା ଭାରତୀୟ ଯାତ୍ରୀଙ୍କୁ ଚନ୍ଦ୍ରକୁ ପଠାଇବା ପାଇଁ ଲକ୍ଷ୍ୟ ରଖିଛି ଭାରତ । ଏନେଇ ଇସ୍ରୋ ଅଧ୍ୟକ୍ଷ ଏସ ସୋମନାଥ କହିଛନ୍ତି। ସେ କହିଛନ୍ତି, "ଏହି ମିଶନ ପାଇଁ ଭାରତୀୟ ବାୟୁସେନାର 4ଜଣ ଅନ୍ତରୀକ୍ଷ ଯାତ୍ରୀଙ୍କୁ ମନୋନିତ କରାଯାଇଛି । ଚନ୍ଦ୍ରଯାନ-3ର ସଫଳତା ପରେ ପ୍ରଥମ ଥର ପାଇଁ ମାନବକୁ ଚନ୍ଦ୍ରକୁ ପଠାଇବାର ଯୋଜନା ଉପରେ ଟିମ୍ ସମ୍ପୁର୍ଣ୍ଣ ଉତ୍ସାହର ସହିତ କାର୍ଯ୍ୟ କରୁଛି ।

ଇସ୍ରୋ ଅଧ୍ୟକ୍ଷ ସୋମନାଥ ଆହୁରି ମଧ୍ୟ କହିଛନ୍ତି, "2025 ମସିହାରେ ପ୍ରସ୍ତାବିତ ଗଗନାନ କାର୍ଯ୍ୟକ୍ରମ ମାଧ୍ୟମରେ ମହାକାଶରେ ପରବର୍ତ୍ତୀ ପଦକ୍ଷେପ ନିଆଯାଉଛି । ଏଥିରେ 2ରୁ 3ଜଣ ଭାରତୀୟଙ୍କୁ 3 ଦିନ ପାଇଁ ପୃଥିବୀର ନିମ୍ନ ପରିକ୍ରମା ପଥ(ଲିଓ)କୁ ପଠାଯାଇ ସେମାନଙ୍କୁ ପୁଣି ନିରାପଦରେ ଫେରାଇ ଅଣାଯିବ । ବର୍ତ୍ତମାନ ମହାକାଶଚାରୀଙ୍କୁ ବେଙ୍ଗାଲୁରୁ ସ୍ଥିତ ଅନ୍ତରୀକ୍ଷ ଯାତ୍ରୀ ପ୍ରଶିକ୍ଷଣ କେନ୍ଦ୍ର(ଏଟିଏଫ)ରେ ତାଲିମ ଦିଆଯାଉଛି । ମିଶନ ପୂର୍ବରୁ ଦୁଇ ମାନବବିହୀନ ମିଶନ G1 ଏବଂ G2 ପଠାଯିବ। ଏହାସହିତ ଏୟାର ଡ୍ରପ ଟେଷ୍ଟ, ପ୍ୟାଡ ଅବାର୍ଟ ଟେଷ୍ଟ, ଟେଷ୍ଟ ଫ୍ଲାଇଟ୍ ମଧ୍ୟ କରାଯିବ ।"

ଗଗନ ଯାନ ମିଶନର ଟେଷ୍ଟ ଫ୍ଲାଇଟ TV D1 ଗତ ଅକ୍ଟୋବର 21 ତାରିଖରେ ପରୀକ୍ଷଣ କରାଯାଇଥିଲା । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ଲଞ୍ଚପ୍ୟାଡରୁ ମିଶନ ଗଗନାୟନ ପାଇଁ ପ୍ରଥମ ଫାଷ୍ଟ ଫ୍ଲାଇଟ ଟେଷ୍ଟ ଭେଇକିଲ TV-D1କୁ ଲଞ୍ଚ୍‌ କରାଯାଇଥିଲା । ମିଶନରେ ତ୍ରୁଟି ଦେଖାଗଲେ ମହାକାଶଚାରୀଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ କ୍ରୁ-ଏସ୍କେପ୍ ସିଷ୍ଟମ ପରୀକ୍ଷା ମଧ୍ୟ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: 2040 ସୁଦ୍ଧା ଚନ୍ଦ୍ରକୁ ପ୍ରଥମ ଭାରତୀୟ ପଠାଇବା ପାଇଁ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ରଖିବା ଜରୁରୀ: ପ୍ରଧାନମନ୍ତ୍ରୀ

ଆଗାମୀ ଜାନୁଆରୀରେ ଏଲ1 ପଏଣ୍ଟରେ ପହଞ୍ଚିବ ଆଦିତ୍ୟ: ଆଦିତ୍ୟ ଏଲ1 ମିଶନ ନେଇ ଏସ ସୋମାନାଥ କହିଛନ୍ତି, " ଭାରତର ପ୍ରଥମ ସୌର ମିଶନ ଆଦିତ୍ୟ ଏଲ 1 ଜାନୁଆରୀ 2024ରେ ଲଙ୍ଗ୍ରାଞ୍ଜିୟନ ପଏଣ୍ଟ 1ରେ ନିଜର କକ୍ଷପଥରେ ସ୍ଥାପିତ ହେବ। ଏହା ମାଧ୍ୟମରେ ସୂର୍ଯ୍ୟଙ୍କୁ 5 ବର୍ଷ ଧରି ଅଧ୍ୟୟନ କରାଯିବ। ଚନ୍ଦ୍ର ଭଳି ଏହା ମଧ୍ୟ ଭାରତର ସାମର୍ଥ୍ୟକୁ ପ୍ରମାଣିକ କରିବ ବୋଲି କହିଛନ୍ତି ସୋମନାଥ ।

ଭାରତ ଅନ୍ତରୀକ୍ଷରେ ନୂଆ ଉଚ୍ଚତା ହାସଲ କରିବ: ଏନେଇ ସୋମନାଥ କହିଛନ୍ତି, 2035 ସୁଦ୍ଧା ଭାରତୀୟ ଅନ୍ତରୀକ୍ଷ ସ୍ପେସ ଷ୍ଟେସନ ତିଆରି କରିବା ପାଇଁ ମୋଦି ବୈଜ୍ଞାନିକଙ୍କୁ ନିର୍ଦ୍ଦେଶ ଦେବା ସହିତ ବର୍ତ୍ତମାନ ଆମକୁ ମହତ୍ତ୍ବାକାଂକ୍ଷୀ ଲକ୍ଷ୍ୟ ନିର୍ଦ୍ଧାରିତ କରିବା ଆବଶ୍ୟକ ବୋଲି ସେ କହିଥିଲେ। ଭାରତର ଅନ୍ତରୀକ୍ଷ କାର୍ଯ୍ୟକ୍ରମ ଆଗାମୀ ଦିନରେ ନୂଆ ସଫଳତା ହାସଲ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.