ନୂଆଦିଲ୍ଲୀ: ରାସାୟନିକ ପଦାର୍ଥରେ କର୍କଟ ସୃଷ୍ଟି କରୁଥିବା ଉପାଦାନ ଗୁଡ଼ିକୁ ଚିହ୍ନଟ କରିବାର ସଫ୍ଟୱୟାର ପ୍ରସ୍ତୁତ କଲେ IIIT ଦିଲ୍ଲୀର ଅନୁସନ୍ଧାନକାରୀ ଟିମ୍(IIIT Delhi research team creates software to detects cancer causing elements in chemicals) । ଇନ୍ଦ୍ରପ୍ରସ୍ଥ ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି, ଦିଲ୍ଲୀ(Indraprastha Institute of Information Technology, IIIT-Delhi)ର ଅନୁସନ୍ଧାନକାରୀମାନେ ରାସାୟନିକ ସଂରଚନାରେ କର୍କିନୋଜେନ୍ସ (କର୍କଟ ସୃଷ୍ଟି କରୁଥିବା ଯୌଗିକ) ଚିହ୍ନଟ କରିବା ପାଇଁ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (Artificial Intelligence, AI) ଆଧାରିତ ମଡେଲ ପ୍ରସ୍ତୁତ କରିଛନ୍ତି, ଯାହା ନୂତନ ଔଷଧର ସ୍କ୍ରିନିଂରେ ସାହାଯ୍ୟ କରିବାର ସାମର୍ଥ୍ୟ ହେବ ।
ଏହି ସଫ୍ଟୱେୟାରର ନାମ ମେଟାବୋକିଲର୍(Metabokiller) ରଖାଯାଇଛି, ଏହି ଗବେଷଣା ନେଚର କେମିକାଲ୍ ବାୟୋଲୋଜି(Nature Chemical Biology)ରେ ପ୍ରକାଶ ପାଇଛି, ଯାହା କେମିକାଲ୍ ବାୟୋଲୋଜି କ୍ଷେତ୍ରରେ ଅନ୍ୟତମ ଖ୍ୟାତିସମ୍ପନ୍ନ ପତ୍ରିକା ବୋଲି ଅନୁସନ୍ଧାନକାରୀ କହିଛନ୍ତି । ଅନ୍ୟାନ୍ୟ କ୍ଲିନିକାଲ୍ ଏବଂ ଗବେଷଣା ପ୍ରତିଷ୍ଠାନ ଯଥା ଆଇଆଇଟି ରୋପର(IIT Ropar), ରାଜୀବ ଗାନ୍ଧୀ କ୍ୟାନ୍ସର ହସ୍ପିଟାଲ ଏବଂ ଗବେଷଣା କେନ୍ଦ୍ର ଏବଂ CSIR-ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି, ନୂଆଦିଲ୍ଲୀ ମଧ୍ୟ ଏହି ଗବେଷଣାରେ ସାମିଲ୍ ଥିଲେ ।
କମ୍ପ୍ୟୁଟେସନ୍ ବାୟୋଲୋଜି ବିଭାଗର ସହକାରୀ ପ୍ରଫେସର ଗୌରବ ଅହୁଜା କହିଛନ୍ତି, "ଆମର ଲାଟେଷ୍ଟ ଗବେଷଣା AI(Artificial Intelligence) ମଡେଲ୍ ନିର୍ମାଣ କରିଛି, ଯାହା ରାସାୟନିକ ସଂରଚନାରୁ କର୍କିନୋଜେନକୁ ଚିହ୍ନଟ କରିପାରେ । IIIT ଦିଲ୍ଲୀର ଗୌରବ ଅହୁଜାଙ୍କ ସମେତ ଡ. ଦେବାର୍କ ସେନଗୁପ୍ତାଙ୍କ ସହ 6ଟି ସ୍ବାଧୀନ ମେସିନ୍ ଲର୍ନି-ଆଧାରିତ ମଡେଲ୍ ବିକଶିତ କରିଛନ୍ତି, ଯାହା କର୍କିନୋଜେନ ସମ୍ବନ୍ଧୀୟ ସମସ୍ତ ଯୌଗିକକୁ ସଠିକ୍ ଭାବରେ ସ୍କାନ୍ କରିଥାଏ ।
ନୂଆ ଔଷଧର ସ୍କ୍ରିନିଂ ପାଇଁ ଫାର୍ମା ଇଣ୍ଡଷ୍ଟ୍ରିରେ ମେଟାବୋକିଲରର ମହତ୍ବ ଏବଂ ଉପଯୋଗ ରହିଛି ବୋଲି ଅହୁଜା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ଗତ କିଛି ଦଶନ୍ଧି ମଧ୍ୟରେ ଅନେକ FDA- ଅନୁମୋଦିତ ଔଷଧକୁ ମାର୍କେଟରୁ ବାଦ୍ ଦିଆଯାଇଛି, କାରଣ ଏଗୁଡିକ କର୍କଟ ସୃଷ୍ଟିକାରୀ ହୋଇଥିବା ଜଣାପଡିଥିଲା । ପ୍ରସାଧନ ସାମଗ୍ରୀ(cosmetics) ଏବଂ ଖାଦ୍ୟ ଶିଳ୍ପ(food industries)ରେ ମଧ୍ୟ ଏହାର ମହତ୍ବପୂର୍ଣ୍ଣ ରହିଛି ।" ଅହୁଜା କହିଛନ୍ତି ଯେ, ଅନ୍ୟ ସଫ୍ଟୱେର୍ ତୁଳନାରେ ମେଟାବୋକିଲରରେ ଅଧିକ ସ୍ପଷ୍ଟତା ଥାଏ । ପ୍ରାୟ ପାଞ୍ଚ ପ୍ରତିଶତ କର୍କଟ ଆନୁବଂଶିକ ହୋଇଥିବାବେଳେ ପ୍ରାୟ 95 ପ୍ରତିଶତ କର୍କଟ ପରିବେଶରେ କର୍କିନୋଜେନ ଯୌଗିକ ସଂସ୍ପର୍ଶରେ ଆସି ସୃଷ୍ଟି ହୋଇଥାଏ । ତେଣୁ ଏହି ମଡେଲ୍ ନିଶ୍ଚିତ ରୂପେ କେମିକାଲ୍ସରେ କ୍ୟାନ୍ସର ସୃଷ୍ଟି କରୁଥିବା ଯୌଗିକକୁ ଚିହ୍ନଟ କରିବାରେ ସହାୟକ ହେବ ।