ETV Bharat / science-and-technology

Make in India: ସୁରକ୍ଷା ବଳ ପାଇଁ ସର୍ଭିଲାନ୍ସ ଉପକରଣ ନିର୍ମାଣ କଲା ହାଇଦ୍ରାବାଦ କମ୍ପାନୀ

author img

By

Published : Mar 27, 2022, 8:38 PM IST

ସୁରକ୍ଷା ବଳଙ୍କ ପାଇଁ ସର୍ଭିଲାନ୍ସ ଉପକରଣ ତିଆରି କଲା ହାଇଦ୍ରାବାଦ କମ୍ପାନୀ । ସୀମା ଅଞ୍ଚଳରେ ଶତ୍ରୁ ଉପରେ ନଜର ରଖିବ ଏହି ଉପକରଣ । ଅଧିକ ପଢନ୍ତୁ

Make in India: ସୁରକ୍ଷା ବଳ ପାଇଁ ସର୍ଭିଲାନ୍ସ ଉପକରଣ ନିର୍ମାଣ କଲା ହାଇଦ୍ରାବାଦ କମ୍ପାନୀ
Make in India: ସୁରକ୍ଷା ବଳ ପାଇଁ ସର୍ଭିଲାନ୍ସ ଉପକରଣ ନିର୍ମାଣ କଲା ହାଇଦ୍ରାବାଦ କମ୍ପାନୀ

ହାଇଦ୍ରାବାଦ: ଭାରତ ସରକାରଙ୍କ 'ମେକ୍‌ ଇନ୍‌ ଇଣ୍ଡିଆ' ମାଧ୍ୟମରେ ସୁରକ୍ଷା ବଳକୁ ଆହୁରି ସୁଦୃଢ କରିବା ପାଇଁ ଏକ ସର୍ଭିଲାନ୍ସ ବା ନିରୀକ୍ଷଣ ଉପକରଣ ତିଆରି କରିଛି ହାଇଦ୍ରାବାଦର ଏକ କମ୍ପାନୀ । ଏହି ଉପକରଣଟି ସୀମାବର୍ତ୍ତୀ ଅଞ୍ଚଳରେ ଶତ୍ରୁ ଉପରେ ରଖିବ ନଜର । କମ୍ପାନୀ ନିଜେ ଗବେଷଣା କରିବା ସହ ଏହି ଉପକରଣଗୁଡିକର ଡିଜାଇନ କରି ଏହାକୁ ବିକଶିତ କରିଥିବା କହିଛି । ଏ ସମ୍ପର୍କରେ HC Roboticsର ପ୍ରୋଜେକ୍ଟ ମ୍ୟାନେଜର ଡକ୍ଟର ଦିଲ୍ଲୀପ ସୂଚନା ଦେଇଛନ୍ତି ।

କମ୍ପାନୀ ଶତ୍ରୁ ଉପରେ ନଜର ରଖିବା ପାଇଁ ବିଭିନ୍ନ ଉନ୍ନତଧରଣର ଡ୍ରୋନ ସହ କ୍ୟାମେରା ଆଦି ନିର୍ମାଣ କରିଛନ୍ତି । ଏହି ଉପକରଣଗୁଡ଼ିକ ଯେକୌଣସି କଠିନ ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ କ୍ଷମତା ରଖିଛି । ଏହି ଡ୍ରୋନଗୁଡ଼ିକ ପ୍ରାୟ ୫ କେଜି ପର୍ଯ୍ୟନ୍ତ ଜିନିଷକୁ ଧାରଣ କରିବାରେ ସକ୍ଷମ । ଏହାସହିତ ବାୟୁମଣ୍ଡଳରେ ଉଡୁଥିବା ସମୟରେ କୌଣସି ବାଧକ ସହିତ ଲଢିବାର କ୍ଷମତା ମଧ୍ୟ ରଖିଛି । ଏହି ଡ୍ରୋନଗୁଡ଼ିକ ଏରିଆଲ ସର୍ଭିଲାନ୍ସ ସମେତ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ପାଇଁ ସହାୟକ ହୋଇପାରିବ ।

HC Robotics କୋଭିଡ-୧୯ ସମୟରେ ଡ୍ରୋନର ସୁବିଧା ଯୋଗାଇଥିବାରୁ ରଚାକୋଣ୍ଡା ପୋଲିସ କମିଶନରେଟ ପକ୍ଷରୁ 'Good Samaritan' ଆୱାର୍ଡ ଦିଆଯାଇଥିଲା । ଏହାସହିତ tac tower ନିର୍ମାଣ କରିଛି ଏହି କମ୍ପାନୀ । ଏହା ଏକ ୪୦ ଫୁଟ ଉଚ୍ଚତାର କାର୍ବନ ଫାଇବର ଟ୍ୟୁବ ରହିଥିବା ବେଳେ ଏହାର ବ୍ୟାସାର୍ଦ୍ଧ ୫ କିଲୋମିଟର ରହିଛି । ଗତ ନଭେମ୍ବର ୨୦୧୮ ମସିହାରେ ଏହି କମ୍ପାନୀଟି ପ୍ରତିଷ୍ଠା କରାଯାଇଥିଲା । ଏଥିରେ ମୋଟ ୬୦ ଜଣ ସଦସ୍ୟ ରହିଥିବା ବେଳେ ଏଥିରେ IITରୁ ପାଠ ପଢିଥିବା ଅନେକ ଇଞ୍ଜିନିୟର ଓ ଡକ୍ଟରେଟ ଲାଭ କରିଥିବା ମେଧାବୀ ଛାତ୍ର କାମ କରୁଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.