ETV Bharat / science-and-technology

ନ୍ୟୁକ୍ଲିୟର ଫ୍ୟୁଜନର ସଫଳ ଲଞ୍ଚ, ସାମନାକୁ ଆସିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ - ନ୍ୟୁକ୍ଲିୟର ଫ୍ୟୁଜନ

ବିଶ୍ବର ଦୁଇଟି ପ୍ରମୁଖ ସମସ୍ୟା ହେଉଛି ବିଶ୍ବ ତାପମାତ୍ରା ଏବଂ ଶକ୍ତି ଅଭାବ । ଏହାର ସମାଧାନ ଖୋଜିବା ଦିଗରେ ମାନବ ସମାଜ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି । ଗ୍ରହରେ ଆଣବିକ ଫ୍ୟୁଜନର ସଫଳ ଉତକ୍ଷେପଣ ପରେ ଐତିହାସିକ ମୁହୂର୍ତ୍ତ ଉନ୍ମୋଚିତ ହୋଇଛି । ଅଧିକ ପଢନ୍ତୁ

nuclear fusion
nuclear fusion
author img

By

Published : Dec 21, 2022, 8:53 AM IST

ହାଇଦ୍ରାବାଦ: ବିଶ୍ବର ଦୁଇଟି ପ୍ରମୁଖ ସମସ୍ୟା ହେଉଛି ବିଶ୍ବ ତାପମାତ୍ରା ଏବଂ ଶକ୍ତି ଅଭାବ । ଏହାର ସମାଧାନ ଖୋଜିବା ଦିଗରେ ମାନବ ସମାଜ ଏକ ଗୁରୁତ୍ବପୂର୍ଣ୍ଣ ମାଇଲଖୁଣ୍ଟରେ ପହଞ୍ଚିଛି । ଗ୍ରହରେ ଆଣବିକ ଫ୍ୟୁଜନର ସଫଳ ଉତକ୍ଷେପଣ (Nuclear fusion successfully launched) ପରେ ଐତିହାସିକ ମୁହୂର୍ତ୍ତ ଉନ୍ମୋଚିତ ହୋଇଛି ଯାହାକି ତାରାମାନଙ୍କୁ ଆଲୋକ ପ୍ରଦାନ କରିଥାଏ । ବୈଜ୍ଞାନିକମାନଙ୍କ ଦ୍ବାରା ଦଶନ୍ଧି ଧରି ପ୍ରୟାସ ଦ୍ବାରା ଏହା ସମ୍ଭବ ହୋଇପାରିଛି ।

ନ୍ୟୁକ୍ଲିୟର ଫ୍ୟୁଜନ କଣ ?

ନ୍ୟୁକ୍ଲିୟର ଫ୍ୟୁଜନ୍ ମାଧ୍ୟମରେ ସୂର୍ଯ୍ୟ ଏବଂ ଅନ୍ୟ ତାରାମାନେ ଶକ୍ତି ପ୍ରଦାନ କରନ୍ତି । ହାଲୁକା ହାଇଡ୍ରୋଜେନ ପରମାଣୁ ମିଳିତ ହୋଇ ଭାରୀ ଉପାଦାନ ହିଲିୟମ୍ ସୃଷ୍ଟି କରେ ଏବଂ ଏହି ପ୍ରକ୍ରିୟାରେ ଆଲୋକ ଏବଂ ଉତ୍ତାପ ଆକାରରେ ଅପାର ଶକ୍ତି ପ୍ରଦାନ କରିଥାନ୍ତି । ଏହା ହେଉଛି ସୌର ଆଲୋକ ଏବଂ ଉତ୍ତାପର ଉତ୍ସ । କିନ୍ତୁ ଦୁଇଟି ସମାନ ପରମାଣୁକୁ ମିଶ୍ରଣ କରିବା ଅତ୍ୟନ୍ତ କଷ୍ଟକର । କାରଣ ସେମାନଙ୍କର ସମାନ ଚାର୍ଜ ରହିଥାଏ । ବିଶାଳ ତାପମାତ୍ରା ସ୍ତର (ଲକ୍ଷ ଲକ୍ଷ ଡିଗ୍ରୀ ସେଲସିୟସ) ଏବଂ ଚାପ (ପୃଥିବୀର ବାୟୁମଣ୍ଡଳଠାରୁ ୧୦୦ ବିଲିୟନ ଗୁଣ ଅଧିକ) ହେତୁ ସୂର୍ଯ୍ୟର ମୂଳରେ ଫ୍ୟୁଜନ୍ ସମ୍ଭବ । ସୂର୍ଯ୍ୟଙ୍କର ଅସାଧାରଣ ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଏହିପରି ଅବସ୍ଥା ସ୍ବାଭାବିକ ଭାବରେ ସୃଷ୍ଟି ହୁଏ । ଅତ୍ୟଧିକ ତାପ ପ୍ଲାଜାମାରେ ଫ୍ୟୁଜନ୍ ପ୍ରକ୍ରିୟା ହୁଏ ।

ବୈଜ୍ଞାନିକଙ୍କୁ ସଫଳତା:-

ଆମେରିକାର କାଲିଫର୍ଣ୍ଣିଆର ଲରେନ୍ସ ଲିଭରମୋର ନ୍ୟାସନାଲ୍ ଇଗ୍ନିସନ୍ ଫାସିଲିଟି (NIF)ର ଅନୁସନ୍ଧାନକାରୀମାନେ ଡିସେମ୍ବର ୫ ତାରିଖରେ 'ଫ୍ୟୁଜନ୍ ଇଗ୍ନିସନ୍' ନାମକ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛନ୍ତି । ଫ୍ୟୁଜନ୍ ପ୍ରକ୍ରିୟାରେ ଖର୍ଚ୍ଚ ହୋଇଥିବା ଅଧିକ ଶକ୍ତି ଉତ୍ପାଦନକୁ 'ଫ୍ୟୁଜନ୍ ଇଗ୍ନିସନ୍' କୁହାଯାଏ। NIFରେ ଡ୍ୟୁଟେରିୟମ୍ ଏବଂ ଟ୍ରାଇଟିୟମ୍ ଧାରଣ କରିଥିବା ଅଳ୍ପ ପରିମାଣର ଇନ୍ଧନ ଏକ କ୍ୟାପସୁଲରେ ରଖାଯାଏ । ମୋଟ ଉପରେ ୧୯୨ଟି ଲେଜର ବ୍ୟବହୃତ ହୁଏ ଏବଂ ଏହାର ବିମ୍ ୧୦ ନିୟୁତ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଉତ୍ତାପ ହୋଇପାରେ ଏବଂ ପୃଥିବୀର ବାୟୁମଣ୍ଡଳଠାରୁ ୧୦୦ ବିଲିୟନ ଗୁଣ ଅଧିକ ଚାପ ପ୍ରୟୋଗ କରିପାରିବ । ଏହି ଗବେଷଣା ପରେ ଫ୍ୟୁଜନରୁ ଶକ୍ତି ନିର୍ଗତ ହେଉଥିବା ଦେଖିବାକୁ ପାଇଥିଲେ ବୈଜ୍ଞାନିକ ।

ନ୍ୟୁକ୍ଲିୟର ଫ୍ୟୁଜନର ଉପକାରିତା:-

ସୋଲାର ଓ ପବନ ଶକ୍ତି ପରି କୌଣି ପ୍ରତିକୂଳ ପରିସ୍ଥିତି ଉପରେ ନିର୍ଭର କରେ ନାହିଁ ନ୍ୟୁକ୍ଲିୟର ଫ୍ୟୁଜନ । ନ୍ୟୁକ୍ଲିୟର ଫିସନ୍ ତୁଳନାରେ ଫ୍ୟୁଜନ୍ ଚାରି ଗୁଣ ଅଧିକ ଶକ୍ତି ଉତ୍ପାଦନ କରିପାରିବ । ତୈଳ କିମ୍ବା କୋଇଲା ତୁଳନାରେ ଏହାକୁ ବ୍ୟବହାର କରି ଏକକାଳୀନ ୪୦ ଲକ୍ଷ ଗୁଣ ଅଧିକ ଶକ୍ତି ହାସଲ କରାଯାଇପାରିବ । ଫ୍ୟୁଜନ୍ ପ୍ରକ୍ରିୟାରେ ବ୍ୟବହୃତ ଇନ୍ଧନ ପୃଥିବୀରେ ପ୍ରଚୁର ରହିଛି । ସମୁଦ୍ର ଜଳରୁ ଡ୍ୟୁଟେରିୟମ୍ ଶସ୍ତା ପ୍ରକ୍ରିୟାରେ ଉତ୍ପାଦିତ ହୋଇପାରିବ । ଲିଥିୟମ୍ ଭଣ୍ଡାର ପ୍ରଚୁର ରହିଥିବାରୁ ଏଗୁଡିକ ସହିତ ମନୁଷ୍ୟ ସମାଜ ଲକ୍ଷ ଲକ୍ଷ ବର୍ଷ ପାଇଁ ଆମର ଶକ୍ତି ଆବଶ୍ୟକତା ପୂରଣ କରିପାରିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.