ETV Bharat / science-and-technology

ସାବଧାନ ଛଦ୍ମବେଶୀ ଅପରାଧି, ଲୁଚିଲେବି ଧରା ପକାଇବ Face Recognition System - ସୁରକ୍ଷା କ୍ଷେତ୍ରରେ ନୂଆ ଉଦ୍ଭାବନ

ଛଦ୍ମବେଶରେ ସମ୍ବେଦନଶୀଳ ଅଞ୍ଚଳ ହେଉ ଅବା ପବ୍ଲିକ ପ୍ଲେସରେ ଅପରାଧ ଚଳାଉଥିବା ଅସାମାଜିକ ବ୍ୟକ୍ତି ହେବେ ସାବାଡ୍ । ମୁଖ ଚିହ୍ନିବା ପ୍ରଣାଳୀ(Face Recognition System) ଉଦ୍ଭାବନ କଲେ ଭାରତ ସରକାର । ଅଧିକ ପଢନ୍ତୁ

ସୁରକ୍ଷା କ୍ଷେତ୍ରରେ ନୂଆ ଉଦ୍ଭାବନ, ମାସ୍କ ପିନ୍ଧିଥିଲେ ବି ଅପରାଧୀଙ୍କୁ ଧରିବ Facial Recognition System

author img

By

Published : Aug 19, 2022, 12:43 PM IST

ନୂଆଦିଲ୍ଲୀ: ଛଦ୍ମବେଶରେ ସମ୍ବେଦନଶୀଳ ଅଞ୍ଚଳ ହେଉ ଅବା ପବ୍ଲିକ ପ୍ଲେସରେ ଅପରାଧ ଚଳାଉଥିବା ଅସାମାଜିକ ବ୍ୟକ୍ତି ହେବେ ସାବାଡ୍ । ମୁଖ ଚିହ୍ନିବା ପ୍ରଣାଳୀ(Facial Recognition System) ଉଦ୍ଭାବନ କଲେ ଭାରତ ସରକାର । ମାସ୍କ ପିନ୍ଧନ୍ତୁ ଅବା ମଙ୍କି କ୍ୟାପ low-resolutionରେ ବି ଅପରାଧୀଙ୍କୁ ଧରିବ ଫେସିଆଲ ରେକଗନିସନ ସିଷ୍ଟମ । ପ୍ରତିରକ୍ଷା ମନ୍ତ୍ରଣାଳୟ(MoD) ଭାରତୀୟ ସୈନ୍ୟମାନଙ୍କ ପାଇଁ ଏହି ଲାଟେଷ୍ଟ ଉଦ୍ଭାବନ କରିଛି, ଯାହାର ନାମ 'AI in Defence' ରଖାଯାଇଛି ।

ସର୍ଭିଲାନ୍ସ କ୍ୟାମେରା ଫିଡରେ ଜଙ୍ଗଲୀ ବେଶରେ ଥିବା ଲୋକଙ୍କ ମୁହଁ ଚିହ୍ନିବା ବହୁତ କଠିନ ହୋଇଥାଏ । ଲୋ ରିଜୋଲୁସନରେ, ଜନ ଗହଳି ଅଞ୍ଚଳରେ ଏହି ସମସ୍ୟା ଅଧିକ ଚ୍ୟାଲେଞ୍ଜ ହୋଇଥାଏ । MoD(Ministry Of Defence) ରିପୋର୍ଟ ଅନୁଯାୟୀ, FRSD(Face Recognition System under Disguise) ଆଲଗୋରିଦମକୁ ଏପରି ତାଲିମ ଦିଆଯାଇଛି ଯେ, ଫେସ୍ ମାସ୍କ, ମଙ୍କି କ୍ୟାପ, ନିଶ ଦାଢି, ଚଷମା, ମୁଣ୍ଡରେ କପଡା ଗୋଡାଇ ଥିଲେ ମଧ୍ୟ ଅସାମାଜିକ ବ୍ୟକ୍ତିଙ୍କୁ ଅତି ସହଜରେ ଚିହ୍ନଟ କରାଯାଇ ପାରିବ ।

ଏକାଧିକ ଗ୍ରାଫିକ୍ ପ୍ରକ୍ରିୟାକରଣ ୟୁନିଟ୍(GPU) ଏବଂ ସର୍ଭର ଗୁଡ଼ିକରେ Scalability ନିଶ୍ଚିତ କରିବାକୁ ସିଷ୍ଟମ୍ ଡିଜାଇନ୍ କରାଯାଇଛି । ଏହା ସହିତ, GPU ର ସର୍ବାଧିକ ଉପଯୋଗକୁ ସୁନିଶ୍ଚିତ କରିବା ପାଇଁ ସିଷ୍ଟମ୍ ଅପ୍ଟିମାଇଜ୍ ହୋଇଛି ଏବଂ ଏହିପରି ଗୋଟିଏ GPUରେ ଏକାଧିକ ସିସିଟିଭି କ୍ୟାମେରା ମଧ୍ୟ ଲାଗିପାରିବ । ଏହି ରିପୋର୍ଟରେ ଏକ ନମନୀୟ ଭିଡିଓ ଆନାଲିଟିକ୍ସ ସୁଟ୍, ଅନେକ ଅତିରିକ୍ତ ସିସିଟିଭି ପ୍ରୟୋଗ ସହିତ ଲୋକଙ୍କ ସଂଖ୍ୟା ଗଣିବା, ଜିଓ ଫେନସିଂ, ଫାୟାର ଡିଟେକ୍ସ ଏବଂ କୋଲିଜନ ଚିହ୍ନଟ କରାଯାଇପାରିବ । ସେହିପରି AI- ଆଧାରିତ ଏକ ସନ୍ଧାନକାରୀ(seeker) ସିଷ୍ଟମ ମଧ୍ୟ ରହିଛି, ଯାହା ଆତଙ୍କବାଦ ମୁକାବିଲା, ଆତ୍ମ ସୁରକ୍ଷା, ଫେସିଆଲ ରେକଗନିସନ, ନୀରିକ୍ଷଣ, ମନିଟରିଂ ଆଦି କରାଯାଇପାରିବ । ଏହି ସିଷ୍ଟମ ସାମରିକ/ବେସାମରିକ ପ୍ରତିଷ୍ଠାନଗୁଡିକର ଅତ୍ୟାଧୁନିକ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ସୀମା କ୍ରସିଂ ପଏଣ୍ଟରେ ମନିଟରିଂ ପାଇଁ ନିୟୋଜିତ କରାଯାଇପାରିବ ।

ଏହି face recognition system ଅସ୍ତ୍ର ପ୍ରଣାଳୀରେ ସ୍ବାଧୀନତାର ଆରମ୍ଭ, ISR(ଗୁପ୍ତଚର, ନୀରିକ୍ଷଣ ଏବଂ ଅନୁସନ୍ଧାନ), ତଥ୍ୟ ପରିଚାଳନା, ଆତଙ୍କବାଦକୁ ରୋକିବା, ଆତଙ୍କବାଦ ବିରୋଧୀ ପଦକ୍ଷେପ ସ୍ଥାପନ, ସୈନିକମାନଙ୍କୁ ସୁରକ୍ଷା ଦେବାରେ ଏକ ମୁଖ୍ୟ ଭୂମିକା ଭାବେ କାର୍ଯ୍ୟ କରିବ ବୋଲି ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.