ETV Bharat / science-and-technology

ଜୁଲାଇରେ ଭାରତରୁ ରେକର୍ଡ ସଂଖ୍ୟକ ଉପଭୋକ୍ତାଙ୍କ ଅଭିଯୋଗ ଗ୍ରହଣ କରିଛି ଗୁଗୁଲ୍ - ଗୁଗୁଲ ବ୍ୟାଡ୍ କଣ୍ଟେଣ୍ଟ

ନୂତନ ଆଇଟି ନିୟମ, 2021 ଅନୁସାରେ ରିପୋର୍ଟ ରଖିଲା ଗୁଗୁଲ୍ । ଚଳିତ ବର୍ଷ ଜୁଲାଇରେ ଭାରତରୁ 137,657 ଉପଭୋକ୍ତା ଅଭିଯୋଗ Google receives record user complaints) କରି ଥିବାବେଳେ 6,89,457ଟି ଖାରପ ବିଷୟବସ୍ତୁ Bad content ହଟାଯାଇଥିବା ରିପୋର୍ଟରେ ପ୍ରକାଶ । ଅଧିକ ପଢନ୍ତୁ

ଜୁଲାଇରେ ଭାରତରୁ ରେକର୍ଡ ସଂଖ୍ୟକ ଉପଭୋକ୍ତାଙ୍କ ଅଭିଯୋଗ ଗ୍ରହଣ କରିଛି ଗୁଗୁଲ୍

author img

By

Published : Sep 3, 2022, 4:27 PM IST

ନୂଆଦିଲ୍ଲୀ: ନୂତନ ଆଇଟି ନିୟମ, 2021 ଅନୁଯାୟୀ, ଗୁଗୁଲ ଚଳିତ ବର୍ଷ ଜୁଲାଇରେ ଭାରତରୁ 137,657 ଉପଭୋକ୍ତା ଅଭିଯୋଗ ଗ୍ରହଣ କରିଛି (Google receives record user complaints) ଏବଂ ଜୁଲାଇରେ ମଧ୍ୟ ଦେଶରେ 6,89,457 ଟି ଖରାପ ବିଷୟବସ୍ତୁକୁ(bad content) ହଟାଇ ଦେଇଛି । ଭାରତୀୟ ବ୍ୟବହାରକାରୀଙ୍କଠାରୁ ଗ୍ରହଣ କରାଯାଇଥିବା ଅଧିକାଂଶ ଅଭିଯୋଗ କପିରାଇଟ୍ ଉଲ୍ଲଂଘନ(135, 341) ସହିତ ଜଡିତ ଥିବାବେଳେ ଅନ୍ୟ ବର୍ଗରେ ଟ୍ରେଡ୍ ମାର୍କ, କୋର୍ଟ ନିର୍ଦ୍ଦେଶ, ଗ୍ରାଫିକ୍ ସେକ୍ସୁଆଲ କଣ୍ଟେଣ୍ଟ ଭଳି ଅନ୍ୟାନ୍ୟ ସମସ୍ୟା ଅନ୍ତର୍ଭୁକ୍ତ ।

ଟେକ୍ ଜିଆଣ୍ଟ ସମାନ ଅବଧିରେ ଦେଶର ନିର୍ଦ୍ଦିଷ୍ଟ ଯନ୍ତ୍ରକୌଶଳ ମାଧ୍ୟମରେ ବ୍ୟକ୍ତିଗତ ଉପଭୋକ୍ତାମାନଙ୍କ ଠାରୁ 37,173 ଅଭିଯୋଗ ଗ୍ରହଣ କରିଛି, ଯାହା ତୃତୀୟ-ପକ୍ଷ ବିଷୟବସ୍ତୁ(third-party content) ସହିତ ଜଡିତ, ଯେଉଁଥିରେ ବିଭିନ୍ନ ଗୁଗୁଲ୍ ପ୍ଲାଟଫର୍ମରେ ସ୍ଥାନୀୟ ନିୟମ କିମ୍ବା ବ୍ୟକ୍ତିଗତ ଅଧିକାରକୁ ଉଲ୍ଲଂଘନ କରୁଥିବା ବିଶ୍ୱାସ କରାଯାଏ । ଜୁନ୍ ମାସରେ, ବ୍ୟବହାରକାରୀଙ୍କ ଅଭିଯୋଗ ଉପରେ ଆଧାର କରି ଗୁଗୁଲ 1,11,493 ଟି ଖରପ ବିଷୟବସ୍ତୁକୁ ହଟାଇ ଦେଇଥିଲା ।

ଗୁଗୁଲ ଏକ ବିବୃତ୍ତିରେ କହିଛି, "ଅଭିଯୋଗଗୁଡିକ ବିଭିନ୍ନ ବର୍ଗକୁ ନେଇ ଗଠିତ । କେତେକ ଅନୁରୋଧ ବୌଦ୍ଧିକ ସମ୍ପତ୍ତି ଅଧିକାରର ଉଲ୍ଲଂଘନ ଉପରେ ଅଭିଯୋଗ ହୋଇଥାଇପାରେ ।" ଆମର ଉପଭୋକ୍ତାମାନଙ୍କ ରିପୋର୍ଟ ବ୍ୟତୀତ, ଆମେ କ୍ଷତିକାରକ ବିଷୟବସ୍ତୁ(Harmful Content) ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ପ୍ଲାଟଫର୍ମରୁ ଏସବୁକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ଟେକ୍ନୋଲୋଜିର ସାହାଯ୍ୟ ନେଉଛୁ ବୋଲି ମାସିକ ଅନୁପାଳନ ରିପୋର୍ଟରେ କହିଛି ଗୁଗୁଲ୍ ।

କମ୍ପାନୀ କହିଛି ଯେ, ଏହାର ସ୍ୱୟଂଚାଳିତ ଚିହ୍ନଟ ପ୍ରକ୍ରିୟାର ମାଧ୍ୟମରେ ଭାରତରୁ 551,800 ଆକାଉଣ୍ଟ ହଟାଇ ଦିଆଯାଇଛି । "ଅନଲାଇନରେ କ୍ଷତିକାରକ ବିଷୟବସ୍ତୁ ସହିତ ଲଢିବା ପାଇଁ ଆମେ ବହୁ ବିନିଯୋଗ କରୁଛୁ ଏବଂ ଏହାକୁ ଆମ ପ୍ଲାଟଫର୍ମରୁ ଚିହ୍ନଟ ତଥା ଅପସାରଣ କରିବା ପାଇଁ ଟେକ୍ନୋଲୋଜି ବ୍ୟବହାର କରୁଛୁ । ଏଥିରେ ଆମର କେତେକ ଉତ୍ପାଦ ପାଇଁ ସ୍ୱୟଂଚାଳିତ ଚିହ୍ନଟ ପ୍ରକ୍ରିୟା (Automated Detection Processes) ବ୍ୟବହାର କରାଯାଇଥାଏ, ଯେପରିକି ଶିଶୁ ଯୌନ ଶୋଷଣ ମେଟେରିଆଲ ଏବଂ ହିଂସାତ୍ମକ ଉଗ୍ରବାଦୀ ବିଷୟବସ୍ତୁ ଇତ୍ୟାଦି ।

ସୂଚନା ପ୍ରଯୁକ୍ତିବିଦ୍ୟା (ମଧ୍ୟବର୍ତ୍ତୀ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡ) ନିୟମ ଅନୁଯାୟୀ, 2021 (IT Rules), ଗୁଗୁଲ, ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ଭାରତରେ ବ୍ୟବହାରକାରୀଙ୍କଠାରୁ ଆସିଥିବା ଅଭିଯୋଗର ବିବରଣୀ ସହିତ ମାସିକ ସ୍ୱଚ୍ଛତା ରିପୋର୍ଟ ପ୍ରକାଶ କରିବାକୁ ବାଧ୍ୟତାମୂଳକ ହୋଇଛି । ତେବେ ନୂତନ ଆଇଟି ନିୟମ 2021 ଅନୁଯାୟୀ, ବିଗ୍ ଡିଜିଟାଲ ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ- 5 ମିଲିୟନରୁ ଅଧିକ ଉପଭୋକ୍ତାଙ୍କୁ- ମାସିକ ଅନୁପାଳନ ରିପୋର୍ଟ ପ୍ରକାଶ କରିବାକୁ ପଡିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.