ETV Bharat / science-and-technology

Google Remove Harmful Apps: ଫୋନରେ ଅଛି କି ଏହି ସବୁ ଆପ୍, ତୁରନ୍ତ କରନ୍ତୁ ଡିଲିଟ୍‌

author img

By

Published : Oct 24, 2022, 12:04 PM IST

ବ୍ୟାଟେରୀ ଚାର୍ଜ ଶୀଘ୍ର ଶେଷ କରୁଥିବା ଏବଂ ଅଧିକ ଡାଟା ବ୍ୟବହାର କରୁଥିବାରୁ ପ୍ଲେ-ଷ୍ଟୋରରୁ 16ଟି ଆପ୍ ହଟାଇଲା ଗୁଗୁଲ୍(Google Play Store has removed popular apps) । ଅଧିକ ପଢନ୍ତୁ

Google Remove Harmful Apps: ଫୋନରେ ଅଛି କି ଏହିସବୁ ଆପ୍, ତୁରନ୍ତ କରନ୍ତୁ ଅନ୍-ଇନଷ୍ଟଲ୍ !

ନୂଆଦିଲ୍ଲୀ: ପ୍ଲେ-ଷ୍ଟୋରରୁ 16ଟି ଆପ୍ ହଟାଇଲା ଗୁଗୁଲ୍(Google Play Store has removed popular apps) । ବ୍ୟାଟେରୀ ଚାର୍ଜ ଶୀଘ୍ର ଶେଷ କରୁଥିବା ଏବଂ ଅଧିକ ଡାଟା ବ୍ୟବହାର କରୁଥିବାରୁ ଏହିସବୁ ଆପ୍‌କୁ ହଟାଇଛି କମ୍ପାନୀ । 20 ନିୟୁତ ବ୍ୟବହାରକାରୀ ଏହିସବୁ ଆପ୍‌କୁ ଡାଉନଲୋଡ୍ କରିଛନ୍ତି । ଘୋଷଣା ଅନୁଯାୟୀ, ଯଦି ବ୍ୟବହାରକାରୀ ଏହିସବୁ ଆପ୍ ଅନ୍-ଇନଷ୍ଟଲ୍ ନ କରିବେ ତେବେ ଏଗୁଡିକ କ୍ଷତି ପହଞ୍ଚାଇ ପାରନ୍ତି ।

ମ୍ୟାକେଫ୍(McAfee) ପକ୍ଷରୁ କରାଯାଇଥିବା ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ପ୍ଲେ ଷ୍ଟୋରରେ ମାଲୱେର୍(ମାଲୱେର୍ ହେଉଛି ଇଣ୍ଟ୍ରୁସିଭ୍ ସଫ୍ଟୱେର୍, ଯାହା କମ୍ପ୍ୟୁଟର ଏବଂ କମ୍ପ୍ୟୁଟର ସିଷ୍ଟମକୁ ନଷ୍ଟ କରିଥାଏ) ଚିହ୍ନଟ କରିଛି । ଫଳରେ ଗୁଗୁଲ୍ ପ୍ଲେ-ଷ୍ଟୋରରୁ 16ଟି କ୍ଷତିକାରକ ଆପ୍‌କୁ ହଟାଇ ଦିଆଯାଇଛି । ସେହି ଆପ୍‌ ଗୁଡିକ ହେଉଛି(harmful apps list), ସ୍ମାର୍ଟ ଟାସ୍କ ମ୍ୟାନେଜର, ବୁସାନବସ୍, କ୍ବିକ ନୋଟ୍, କରେନ୍ସି କନଭର୍ଟର, ହାଇ-ସ୍ପିଡ୍ କ୍ୟାମେରା, 8କେ ଡିକ୍ସିନାରି, ଜୟ କୋଡ୍, ଫ୍ଲାସ୍ ଲାଇଟ୍+, ମେକୋ କ୍ୟାଲେଣ୍ଡର, QR ରିଡର୍ସ, ଇନଷ୍ଟାଗ୍ରାମ ପ୍ରୋଫାଇଲ୍ ଡାଉନଲୋଡର, ଏଜ୍‌ଡିକା ଏବଂ ଇଜେଡ୍ ନୋଟ୍‌ସ ।

ଏହା ମଧ୍ୟ ପଢନ୍ତୁ:- Facebook Data Stolen: ସାବଧାନ ! ଲୁଟେରାଙ୍କ ଟାର୍ଗେଟରେ ପର୍ସନାଲ ଡାଟା

ଏହି ଆପ୍ ଗୁଡିକ, ବିଜ୍ଞାପନ ମାଧ୍ୟମରେ ଲୋକଙ୍କୁ ଠକୁଥିଲେ । ଆପ୍‌ରେ ଥିବା ଡାଉନଲୋଡ୍ କୋର୍ଡ ଜରିଆରେ ବିଭିନ୍ନ ୱେବସାଇଟ୍‌ରେ ପ୍ରବେଶ କରି ଲିଙ୍କ୍ ଏବଂ ବିଜ୍ଞାପନରେ କ୍ଲିକ୍ କରୁଥିଲେ । ଗ୍ରାହକ ମାନଙ୍କୁ କୌଣସି ପ୍ରକାରର ନୋଟିଫିକେସନ୍ ପଠାଇ ଡାଟା ଚୋରି କରୁଥିଲେ । ଏହା ସାଙ୍ଗକୁ ଏହିସବୁ ଆପ୍‌ ଗୁଡିକରେ ମଧ୍ୟ ଅଧିକ ବ୍ୟାଟେରୀ ଚାର୍ଜ ସରିବା ସହ ଡାଟା ମଧ୍ୟ ଅଧିକ ବ୍ୟବହାର କରୁଥିଲା । ମ୍ୟାକାଫେ ପକ୍ଷରୁ ଏସବୁ ଜାଣିବା ପରେ କମ୍ପାନୀ ପ୍ଲେ-ଷ୍ଟୋରରୁ ଏହି ଆପ୍‌ ସବୁକୁ ହଟାଇ ଦେଇଛି ।

ଦୀର୍ଘ ସମୟ ପର୍ଯ୍ୟନ୍ତ ଏହିସବୁ ଆପ୍ ପ୍ଲେ-ଷ୍ଟୋରରେ ରହିବ ନାହିଁ । କିନ୍ତୁ ଏହାକୁ ଇନଷ୍ଟଲ୍ କରିଥିବା ବ୍ୟବହାରକାରୀଙ୍କୁ ଏହା କ୍ଷତି ପହଞ୍ଚାଇବ । ଯେତେ ପର୍ଯ୍ୟନ୍ତ ଆପ୍ ଅନ-ଇନଷ୍ଟଲ୍ କରିନଥିବେ, ସେ ପର୍ଯ୍ୟନ୍ତ ଏହା ହାର୍ମଫୁଲ୍ ହୋଇପାରେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.