ETV Bharat / science-and-technology

Google meet new feature: ନଭେମ୍ବର 2 ରୁ କାମ କରିବ ସ୍ବୟଂଚାଳିତ ଜୁମ୍ ଫିଚର୍ସ - ମିଟ୍‌ରେ ଅପଡେଟ୍ ଆଣିଲା ଗୁଗୁଲ୍

ଟେକ୍ ଜଏଣ୍ଟ ଗୁଗୁଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର୍ସ(Google meet new feature) ଘୋଷଣା କରିଛି । ଏହି ନୂତନ ଫିଚର୍ସ ମାଧ୍ୟମରେ ଜଣେ ଉପଭୋକ୍ତା, ସଭାରେ ଯୋଗଦେବା ପୂର୍ବରୁ, ମିଟ୍ ସ୍ୱୟଂଚାଳିତ ଭାବରେ ଭିଡିଓକୁ ଫ୍ରେମ୍ କରିପାରିବ, ଯେପରିକି ସମସ୍ତେ ସମାନ ଭାବରେ ଦୃଶ୍ୟମାନ ହେବେ(Google Meet to automatically zoom in on your face) । ଅଧିକ ପଢନ୍ତୁ

Google meet new feature: ନଭେମ୍ବର 2 ରୁ କାମ କରିବ ସ୍ବୟଂଚାଳିତ ଜୁମ୍ ଫିଚର୍ସ

author img

By

Published : Oct 18, 2022, 12:22 PM IST

ନୂଆଦିଲ୍ଲୀ: ଗୁଗୁଲ୍ ମିଟ୍‌ରେ ଭିଡିଓ କଲିଂକୁ ସୁବିଧାଜନକ କରିବା ପାଇଁ ଟେକ୍ ଜଏଣ୍ଟ ଗୁଗୁଲ୍ ବ୍ୟବହାରକାରୀଙ୍କ ପାଇଁ ଏକ ନୂତନ ଫିଚର୍ସ(Google meet new feature) ଘୋଷଣା କରିଛି । ଏହି ନୂତନ ଫିଚର୍ସ ମାଧ୍ୟମରେ ଜଣେ ଉପଭୋକ୍ତା, ସଭାରେ ଯୋଗଦେବା ପୂର୍ବରୁ, ମିଟ୍ ସ୍ୱୟଂଚାଳିତ ଭାବରେ ଭିଡିଓକୁ ଫ୍ରେମ୍ କରିପାରିବ, ଯେପରିକି ସମସ୍ତେ ସମାନ ଭାବରେ ଦୃଶ୍ୟମାନ ହେବେ(Google Meet to automatically zoom in on your face) । ଏନେଇ କମ୍ପାନୀ ଏକ ବ୍ଲଗ୍ ପୋଷ୍ଟରେ ସୂଚନା ଦେଇଛି ।

ଏହାଦ୍ବାରା ସଭାରେ ଆଲୋଚନା ହେଉଥିବା ବିଷୟବସ୍ତୁରେ କୌଣସି ପ୍ରକାରର ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ ବୋଲି କମ୍ପାନୀ କହିଛି, କାରଣ ଏହି ସ୍ୱୟଂଚାଳିତ ଫ୍ରେମ୍ କେବଳ ଥରେ ମାତ୍ର କାମ କରିବ । କିନ୍ତୁ ଭିଡିଓଟି ଯେକୌଣସି ସମୟରେ ମାନୁଆଲରେ ରିଫ୍ରେମ ହୋଇପାରିବ । ଏହି ଫିଚର୍ସରେ କୌଣସି ଆଡମିନି ନିୟନ୍ତ୍ରଣ ନାହିଁ ।

ବାଇ ଡିଫଲ୍ଟ(By default) ମାଧ୍ୟମରେ ଏହା ଡିଜେବଲ୍(disabled) ହୋଇଯିବ । ତଥାପି, ଏହା ଉପଭୋକ୍ତା ଦ୍ୱାରା ଟର୍ନ୍ ଅନ୍ ହୋଇପାରିବ ବୋଲି କମ୍ପାନୀ କହିଛି । ସୂଚନା ଅନୁଯାୟୀ, ନଭେମ୍ବର ୨ ରେ ଏହି ନୂତନ ଫିଚର୍ସ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି ।

ଏହାପୂର୍ବରୁ, କମ୍ପାନୀ ଏକ ମିଟ୍ ଫିଚର୍ସ ଘୋଷଣା କରିଥିଲା, ​ଯାହା ଦ୍ବାରା ଜଣେ ୟୁଜର୍ସ ସ୍ପେସ୍ ବାର୍‌କୁ ଦବାଇ ନିଜକୁ ମ୍ୟୁଟ୍ ଏବଂ ଅନମ୍ୟୁଟ୍ କରିପାରୁଥିଲେ । ଗୁଗୁଲ୍ କହିଛି ଯେ, ଉପଭୋକ୍ତାମାନଙ୍କ ପାଇଁ ଏହି ଫିଚର୍ସ କିଛି କହିବା ଏବଂ ବୈଠକରେ ଅଂଶଗ୍ରହଣ କରିବା ପାଇଁ ସହଜ ହେବ । କମ୍ପାନୀ କହିଛି, ଏହି ଫିଚର୍ସ ଏପରି ପରିସ୍ଥିତିରେ ସାହାଯ୍ୟ କରେ, ଯେଉଁଠାରେ ଆପଣ ନିଜକୁ ଅନ୍-ମ୍ୟୁଟ୍ କରିବା ପରେ ପୁନର୍ବାର ମ୍ୟୁଟ୍ କରିବାକୁ ଭୁଲିଯାଆନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.