ETV Bharat / science-and-technology

Bharat in Google Map: ସର୍ଚ୍ଚରେ India ନୁହେଁ, ଗୁଗଲ ମ୍ୟାପରେ ଡିଜିଟାଲ କୋଡ୍ ସହ ଆସୁଛି Bharat - ଦେଶର ନାମ ଇଣ୍ଡିଆ ବଦଳରେ ଭାରତ

ଦେଶର ନାମ ପରିବର୍ତ୍ତନ ଅଭିଯାନକୁ ଗୁଗଲ ମ୍ୟାପର ସ୍ବୀକୃତି ! ମ୍ୟାପ୍‌ରେ ଦେଖାଯାଉଛି Bharat । ଅଧିକ ପଢ଼ନ୍ତୁ

Bharat in Google Map
Bharat in Google Map
author img

By ETV Bharat Odisha Team

Published : Oct 30, 2023, 11:16 AM IST

ହାଇଦ୍ରାବାଦ: ଦେଶର ନାମ ଇଣ୍ଡିଆ ବଦଳରେ ଭାରତ ହେବା ନେଇ ସରକାରଙ୍କ ପ୍ରସ୍ତୁତି ଜାରି ରହିଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ରାଜନୈତିକ ହଟଚମଟ ଦେଖାଯାଉଥିବା ବେଳେ ଶାସକ ଏବଂ ବିରୋଧୀ ଦଳ ମୁହାଁମୁହିଁ ମଧ୍ୟ ହୋଇଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଦେଶର ଇଂରାଜୀ ନାମ ଇଣ୍ଡିଆରୁ ଭାରତ କରାଯାଇ ନାହିଁ । ବାଦବିବାଦ ଭିତରେ ଗୁଗଲ ଇଣ୍ଡିଆର ନାମ ପରିବର୍ତ୍ତନକୁ ସ୍ବୀକୃତି ଦେଲା ଭଳି ଜଣାପଡୁଛି । ଗୁଗଲ ମ୍ୟାପ୍‌ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍‌ କଲେ ଦକ୍ଷିଣ ଏସିଆର ଏକ ଦେଶ ଦେଖିପାରିବେ । ଏହାସହ ଭାରତର ତ୍ରିରଙ୍ଗା ପତାକା ଡିଜିଟାଲ କୋଡ୍ ମଧ୍ୟ ଡିସ୍‌ପ୍ଲେ' ହେଉଥିବା ନଜର ଆସିଛି ।

କହିରଖୁଛୁ କୁ, ଗୁଗଲ ମ୍ୟାପରେ ଆପଣ ଯେକୌଣସି ଭାଷାରେ ସର୍ଚ୍ଚ କଲେ ମଧ୍ୟ କୌଣସି ତଫାତ ଦେଖାଯିବ ନାହିଁ । ଯଦି ୟୁଜର୍ସ ହିନ୍ଦୀ କିମ୍ବା ଇଂରାଜୀରେ ଇଣ୍ଡିଆ ଲେଖନ୍ତି ତେବେ ସର୍ଚ୍ଚ ରେଜଲ୍ଟରେ ଭାରତ ଦେଖାଯାଉଛି । ଗୁଗଲ ମ୍ୟାପ୍‌ ଭାରତ ଏବଂ ଇଣ୍ଡିଆକୁ ଦକ୍ଷିଣ ଏସିଆର ଏକ ଦେଶ ଭାବରେ ସ୍ୱୀକୃତି ଦେଇଛି। ତେଣୁ ଯଦି ୟୁଜର୍ସ ଗୁଗୁଲ୍ ମାନଚିତ୍ରରେ କିମ୍ବା ମ୍ୟାପ୍‌ରେ ଭାରତର ନକ୍ସା ଦେଖିବାକୁ ଚାହାଁନ୍ତି, ମ୍ୟାପ୍‌ର ସର୍ଚ୍ଚ ବକ୍ସରେ ଭାରତ ଟାଇପ୍‌ କରି ଦେଖିପାରିବେ । ତେବେ ବିଶେଷ ଭାବେ ବର୍ତ୍ତମାନ ସୁଦ୍ଧା ଗୁଗଲ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇ ନାହିଁ ।

କିଭଳି କାମ କରୁଛି ଏହି ସିଷ୍ଟମ: ଯଦି ଆପଣ ଗୁଗଲ ମ୍ୟାପର ହିନ୍ଦୀ ଭର୍ସନରେ ଭାରତ ଟାଇପ କରନ୍ତି, ତେବେ ଆପଣଙ୍କୁ ଭାରତର ନକ୍ସା ସହିତ ଭାରତ ବୋଲ୍ଡରେ ଲେଖା ହୋଇଥିବା ଦେଖାଯାଉଛି । ଅନ୍ୟପଟେ ଯଦି ଗୁଗଲ ମ୍ୟାପ୍‌ର ଇଂରାଜୀ ଭର୍ସନକୁ ଦେଖାଯାଏ ତେବେ ଭାରତ ଟାଇପ୍‌ କରିବା ଦ୍ବାରା ତେବେ ସର୍ଚ୍ଚ ରେଜଲ୍ଟରେ ଦେଶର ନକ୍ସା ସହିତ ଇଣ୍ଡିଆ ଲେଖା ହୋଇଥିବା ଦେଖାଯାଉଛି । ଯେତେବେଳେ କେନ୍ଦ୍ର ସରକାର ଇଣ୍ଡିଆର ନାମ ପରିବର୍ତ୍ତନ କରି ଭାରତ କରିବାକୁ ପ୍ରସ୍ତୁତି ଜାରି ରଖିଛନ୍ତି, ଏହାରି ଭିତରେ ଗୁଗଲ ଏନେଇ ସ୍ବୀକୃତି ପ୍ରଦାନ କରିବା ସହିତ କାର୍ଯ୍ୟ କରିବା ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ: ଇଣ୍ଡିଆ ପରିବର୍ତ୍ତେ ଭାରତ ପଢିବେ ଛାତ୍ରଛାତ୍ରୀ, NCERT ପ୍ୟାନେଲ କଲା ସୁପାରିଶ

ବର୍ତ୍ତମାନ ସୁଦ୍ଧା ବୟାନ ଦେଇନାହିଁ ଗୁଗଲ: ଭାରତର ନାମ ଇଣ୍ଡିଆରୁ ଭାରତ ହେବା ନେଇ ଚର୍ଚ୍ଚା ଭିତରେ କେବଳ ଗୁଗଲ ମ୍ୟାପ୍‌ ସ୍ବୀକୃତି ଦେଇ ନାହିଁ ବରଂ ଅନ୍ୟ କେତେକ ଟେକ ପ୍ଲାଟଫର୍ମ ମଧ୍ୟ ଭାରତ ଲେଖାଯାଉଥିବା ନଜର ଆସିଛି । ଯତେବେଳେ ୟୁଜର୍ସ ଗୁଗଲ ସର୍ଚ୍ଚ, ଗୁଗଲ ଟ୍ରାନ୍ସଲେଟ ଏବଂ ଗୁଗଲ ନ୍ୟୁଜ୍‌ ଭଳି ଆପରେ ଭାରତ କିମ୍ବା ଇଣ୍ଡିଆ ସର୍ଚ୍ଚ କଲେ ଏକ ପ୍ରକାର ହିଁ ରେଜଲ୍ଟ ଦେଖାଯାଉଛି । ତେବେ ବର୍ତ୍ତମାନ ସୁଦ୍ଧା ଗୁଗଲ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.