ETV Bharat / science-and-technology

ଖର୍ଚ୍ଚ କମ କରିବାକୁ ଚିନ୍ତା, କର୍ମଚାରୀଙ୍କୁ ଛଟେଇ କରିବ ଗୁଗଲ - ଗୁଗଲର ଛଟେଇ

Google Layoff: 100 କର୍ମଚାରୀଙ୍କୁ ଛଟେଇ କରିବ ଟେକ ଜିଆଣ୍ଟ ଗୁଗଲ । ଖର୍ଚ୍ଚ କମ କରିବା ପାଇଁ ଏହି ଛଟେଇ କରୁଥିବା ସୂଚନା । ଅଧିକ ପଢନ୍ତୁ

Google Layoff
Google Layoff
author img

By ETV Bharat Odisha Team

Published : Jan 11, 2024, 4:06 PM IST

Updated : Jan 11, 2024, 4:41 PM IST

ହାଇଦ୍ରାବାଦ: ବର୍ଷ ଆରମ୍ଭରୁ ଗୁଗଲର ଝଟକା । ବିଶ୍ବର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ଗୁଗଲ କର୍ମଚାରୀଙ୍କୁ ଛଟେଇ କରିବାକୁ ଯାଉଛି । ଖର୍ଚ୍ଚ କମ୍ କରିବା ପାଇଁ କମ୍ପାନୀ ଡିଜିଟାଲ ଆସିଷ୍ଟାଣ୍ଟ, ହାର୍ଡଓ୍ବେୟାର ଏବଂ ଇଞ୍ଜିନିୟରିଂ ଟିମରୁ 100 କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଘୋଷଣା କରାଯାଇଛି । ପ୍ରକାଶଥାଉକି, ଏହା ପୂର୍ବରୁ କମ୍ପାନୀ 2022 ମସିହାରେ 1200 କର୍ମଚାରୀଙ୍କୁ ଛଟେଇ କରିଥିଲା ।

ସୂଚନା ଅନୁସାରେ, ଛଟେଇ କରିବାକୁ ଥିବା 100 ଜଣ କର୍ମଚାରୀଙ୍କ ମଧ୍ୟରେ ଗୁଗଲ ଆସିଷ୍ଟାଣ୍ଟ, ଭଏସ ଆକ୍ଟିଭେଟେଡ ଟେକ୍ନୋଲୋଜିରେ ସାମିଲ କର୍ମଚାରୀ ଏବଂ ହାର୍ଡଓ୍ବେୟାର ଟିମରେ ସାମଲ କର୍ମଚାରୀ ରହିଛନ୍ତି । ଏହା ବ୍ୟତୀତ ଗୁଗଲର କେନ୍ଦ୍ରୀୟ ଇଞ୍ଜିନିୟରିଂ ସଂସ୍ଥାରେ ମଧ୍ୟ ଛଟେଇ ହେବାର ସମ୍ଭାବନା ରହିଛି । ଏକ ବୟାନରେ ଗୁଗଲର ପ୍ରବକ୍ତା କହିଛନ୍ତି, 2023ଶେଷ ଭାଗରେ ଆମର ଅନେକ ଦକ୍ଷତା ବୃଦ୍ଧି ଏବଂ ପ୍ରାଥମିକତା ସହିତ ଉନ୍ନତି ଆଣିବା ପାଇଁ ଅନେକ ପ୍ରକାର ପରବର୍ତ୍ତନ କରିଥିଲୁ । ତେବେ ଏହି କମ୍ପାନୀର ସବୁଠାରୁ ଅଧିକ ପ୍ରଭାବ ପିକ୍ସେଲ, ନେଷ୍ଟ, ଫିଟବିଟ ଏବଂ ଏୟାର ଟିମ ଉପରେ ପ୍ରଭାବ ପଡିବା ନେଇ ଅନେକ ରିପୋର୍ଟରେ ପ୍ରକାଶିତ ହୋଇଛି ।

ଏହା ମଧ୍ୟ ପଢନ୍ତୁ: 12ହଜାର କର୍ମଚାରୀଙ୍କୁ ଗୁଗଲର ଛଟେଇ ମାମଲା, ତରିକା ସଠିକ ନଥିଲା କହିଲେ ପିଚାଇ

ତେବେ ଯେଉଁମାନଙ୍କୁ ଛଟେଇ କରାଯିବ ସେମାନଙ୍କୁ ଗୁଗଲ ପକ୍ଷରୁ ନୋଟିସ କରାଯାଇଛି । କିନ୍ତୁ ଖାଲି ପଡିଥିବା ପଦବୀରେ ଆବେଦନ କରିବାକ ସୁଯୋଗ ଦିଆଯିବା ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଏହି ଘଟଣାକୁ ନେଇ କେତେକ କର୍ମଚାରୀ ଅସନ୍ତୋଷ ପ୍ରକାର କରିଥିବା ଦେଖାଯାଇଛି । ଏକ୍ସରେ ଅନେକ ପ୍ରକାର ଅସନ୍ତୋଷଜନକ ପୋଷ୍ଟ ଦେଖାଯାଇଛି ।

ଆଲଫାବେଟ ଓ୍ବାକର୍ସ ୟୁନିୟନ ପକ୍ଷରୁ କୁହାଯାଇଛି, ଆମର ସଦସ୍ୟ ଏବଂ ସହକର୍ମୀମାନେ ପ୍ରତ୍ୟେକ ଦିନ ଉପଭୋକ୍ତାମାନଙ୍କ ପାଇଁ ଅନନ୍ୟ ଉତ୍ପାଦ ସୃଷ୍ଟି କରିବାକୁ ଚେଷ୍ଟା କରିଥାଆନ୍ତି । ପ୍ରତି ତ୍ରୈୟୋମାସରେ କୋଟି କୋଟି ଟଙ୍କା ରୋଜଗାର କରୁଥିବାବେଳେ କର୍ମଚାରୀଙ୍କୁ ଛଟେଇ କରିବା କମ୍ପାନୀ ପାଇଁ ଗ୍ରହଣୀୟ ନୁହେଁ । ଆମର ଚାକିରି ସୁରକ୍ଷିତ ନହେବା ପର୍ଯ୍ୟନ୍ତ ଆମେ ଆନ୍ଦୋଳନ ଜାରି ରଖିବୁ ବୋଲି କୁହାଯାଇଛି ।

କହିରଖୁଛୁକି, ଗୁଗଲ 2021 ମସିହାରେ 2.1 ବିଲିୟନ ଡଲାରରେ ହେଲଥ ଏବଂ ଫିଟନେସ ଟ୍ରାକିଂ କମ୍ପାନୀ ଫିଟବିଟ କିଣିଥିଲା । ଏହାପରେ କମ୍ପାନୀ ପିକ୍ସେଲ ଓ୍ବାଚର ନୂଆ ଭର୍ସନ ବାହାର କରିଥିଲା । ତେବେ ଗତବର୍ଷ ଜାନୁଆରୀ ମାସରେ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ଆଲଫାବେଟ ବିଶ୍ବରେ 12000 ଲୋକଙ୍କୁ ଛଟେଇ କରିବା ନେଇ ଘୋଷଣା କରିଥିଲା ।

Last Updated : Jan 11, 2024, 4:41 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.