ETV Bharat / science-and-technology

Earthquake Alert: ଗୁଗଲ ଆଣିଲା ନୂଆ ଫିଚର, ଭୂକମ୍ପ ହେବା ପୂର୍ବରୁ ଫୋନରେ ବାଜିବ ଆଲର୍ଟ

ଗୁଗଲ ଭାରତରେ ଆଣ୍ଡ୍ରଏଡ ଫୋନ୍‌ ୟୁଜର୍ସଙ୍କ ପାଇଁ ଲଞ୍ଚ କରିଛି Earthquake Alerts ଫିଚର । ଏଣିକି ଭୂକମ୍ପ ପୂର୍ବରୁ ଫୋନରେ ବାଜିବ ଆଲର୍ଟ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Sep 28, 2023, 12:15 PM IST

Earthquake Alert
Earthquake Alert

ହାଇଦ୍ରାବାଦ: ଏଣକି କମିବ ଭୂକମ୍ପ ଜନିତ ମୃତ୍ୟୁ ! ଭୂକମ୍ପ ପୂର୍ବରୁ ଆଗୁଆ ମିଳିବ ସୂଚନା । ଭାରତରେ ଆଣ୍ଡ୍ରଏଡ୍ ଫୋନ୍ ୟୁଜର୍ସମାନେ ଭୂକମ୍ପ ପୂର୍ବରୁ ଫୋନରେ ସତର୍କ ସୂଚନା ପାଇବେ । ଗୁଗଲ ଏକ ସିଷ୍ଟମ ଲଞ୍ଚ କରିଛି ଯାହା ଆଣ୍ଡ୍ରଏଡ ସ୍ମାର୍ଟଫୋନ୍‌ ୟୁଜର୍ସଙ୍କୁ ଭୂକମ୍ପ ବିଷୟରେ ସୂଚନା ଦେବ । ଗୁଗଲର ଏହି ନୂତନ ସିଷ୍ଟମ୍ ଫୋନ୍‌ରେ ଉପସ୍ଥିତ ଥିବା ଆକ୍ସିଲେରୋମିଟର ସେନ୍ସର ବ୍ୟବହାର କରି ଭୂକମ୍ପ ହେବାର ସମ୍ଭାବନାକୁ ସୂଚିତ କରିବା ସହିତ ଫୋନ୍ ବ୍ୟବହାରକାରୀଙ୍କୁ ଏହା ବିଷୟରେ ଆଗୁଆ ସୂଚନା ପ୍ରଦାନ କରିବ ।

କହିରଖୁଛୁ କି, ଆଣ୍ଡ୍ରଏଡ୍ ଫୋନ୍ ପାଇଁ ଗୁଗଲର ଏହି ଆଲର୍ଟ ସିଷ୍ଟମ୍ (Android Earthquake Alerts System)ପୂର୍ବରୁ ଅନେକ ଦେଶରେ ଉପସ୍ଥିତ ଅଛି ଏବଂ ଭୂକମ୍ପ ବିଷୟରେ ଅଗ୍ରୀମ ସୂଚନା ଦେଇ ଲୋକଙ୍କ ଜୀବନ ରକ୍ଷା କରୁଛି । ବର୍ତ୍ତମାନ ଗୁଗୁଲ ଏହାକୁ ଭାରତରେ ମଧ୍ୟ ଲଞ୍ଚ୍‌ କରିଛି । ଭାରତରେ ଏହାକୁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) ଏବଂ ଜାତୀୟ ଭୂବିଜ୍ଞାନ କେନ୍ଦ୍ର (NSC) ସହଯୋଗରେ ଆରମ୍ଭ କରାଯାଇଛି । କମ୍ପାନୀର କହିବା ଅନୁସାରେ, ଏହି ସେବା ଖୁବଶୀଘ୍ର ଆଣ୍ଡ୍ରଏଡ5 ଏବଂ ପରେ ପରେ ସମସ୍ତ ସଂସ୍କରଣରେ ଉପଲବ୍ଧ ହେବ।

ଏଭଳି କାମ କରିବ ଗୁଗଲର ଏହି ନୂଆ ସିଷ୍ଟମ: ଗୁଗଲ ଅନୁଯାୟୀ, ଏହି ସିଷ୍ଟମ ଆଣ୍ଡ୍ରଏଡ ଫୋନକୁ ଏକ ମିନି ଆର୍ଥକ୍ବାକ ଡିଟେକ୍ଟରରେ(ଭୂକମ୍ପ ବିଷୟରେ ସୂଚନା ଦେଉଥିବା ମେସିନ) ପରିଣତ କରେ । ଫୋନରେ ରହିଥିବା ଏକ୍ସିଲେରୋମିଟର ସାହାଯ୍ୟରେ ଭୂକମ୍ପ ବିଷୟରେ ଆଗୁଆ ସୂଚନା ମିଳିଥାଏ । ଯଦି ଫୋନ୍ ହଠାତ୍ କମ୍ପିବା ବା ଥରିବା ଆରମ୍ଭ କରେ ଏବଂ ଗୋଟିଏ ସମୟରେ ଏକାଧିକ ଫୋନ୍‌ରେ ହେଉଥିଲେ ଏହା ସୂଚିତ କରେ ଯେ, ଆଗକୁ ଭୂକମ୍ପ ହେବାକୁ ଯାଉଛି । ଗୁଗଲର ସର୍ଭର ଭୂକମ୍ପ ପୂର୍ବରୁ ପୂର୍ବାନୁମାନ କରିବା ସହିତ ତୀବ୍ରତା ବିଷୟରେ ଆକଳନ କରିପାରିବ ।

ଏହା ମଧ୍ୟ ପଢନ୍ତୁ: Google New Feature: ଜିବୋର୍ଡରେ ଯୋଡି ହେଲା ପ୍ରୁଫରିଡ ଫିଚର, ଏହା ମିଳିବ ଫାଇଦା

ଗୁଗଲର ସର୍ଭର ନିକଟସ୍ଥ ସମସ୍ତ ଫୋନ୍‌କୁ ଆଲର୍ଟ ପଠାଇଥାଏ । ଭୂକମ୍ପର ତୀବ୍ରତା ଉପରେ ଆଧାର କରି ଏହାକୁ ଦୁଇ ପ୍ରକାରରେ ବିଭକ୍ତ କରାଯାଇଛି । ପ୍ରଥମଟିକୁ Be Aware Alert କୁହାଯାଏ। ଭୂକମ୍ପର ତୀବ୍ରତା 4.5ରୁ କମ ହେଲେ ଉପଭୋକ୍ତାଙ୍କୁ ବି ଆଓ୍ବାର ଆଲର୍ଟ ପ୍ରଦାନ କରାଯିବ । ଅନ୍ୟଟି ହେଉଛି Take Action Alert । ଭୂକମ୍ପର ତୀବ୍ରତା 4.5ରୁ ଅଧିକ ହେବାକୁ ଥିଲେ ଏହି ଆଲର୍ଟ ବାଜିବ । ଏହାର ଅର୍ଥ ଭୂକମ୍ପର ତୀବ୍ରତା ଅଧିକ ରହିବ ବୋଲି ଅନୁମାନ କରାଯାଉଛି, ଜୀବନ ବଞ୍ଚାଇବା ପାଇଁ ଆକ୍ସନ ନେବା ଜରୁରୀ ଅଟେ । ଯଦିଓ ମୋବାଇଲରେ Do Not Disturbର ସେଟିଂ ରହିଥିବ, ତାହାଲେ ମଧ୍ୟ ଭୂକମ୍ପର ତୀବ୍ରତା ଅଧିକ ହେବାକୁ ଥିଲେ ଆଲର୍ଟ ବାଜିବ । ଆଲର୍ଟ ଆସିବା ବେଳେ ମୋବାଇଲ ଜୋରରେ ବାଜିବା ସହିତ ଭାଇବ୍ରେଟ୍‌ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.