ETV Bharat / science-and-technology

Google Meetରେ ଆସିବାକୁ ଯାଉଛି ଭ୍ୟୁଅର ଫିଚର, ଏହି ଫାଇଦା ହେବ

ଗୁଗୁଲ୍ ଏହାର ଭିଡିଓ କଲିଂ ବା ଗୁଗଲ ମିଟ୍‌ରେ ଏକ ନୂଆ ଫିଚର ଆଣିବା ପାଇଁ ଯାଉଛି । ଯାହା ଦ୍ବାରା କି ଲମ୍ବା ସମୟ ବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଉପଯୋଗ ହେବ । ଅଧିକ ପଢନ୍ତୁ

author img

By

Published : Jun 5, 2023, 12:16 PM IST

Google Meet feature
Google Meet feature

ହାଇଦ୍ରାବାଦ: କାର୍ଯ୍ୟକ୍ଷେତ୍ରରେ ଗୁଗୁଲ୍ ମିଟ୍‌କୁ ଅଧିକ ବ୍ୟବାହର କରାଯାଇଥାଏ । ଭର୍ଚୁଆଲରେ ମିଟିଂ ସୁବିଧା ରହିଥିବାରୁ ଏହାର ବ୍ୟବହାରକାରୀଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ଭିଡିଓ କଲିଂ ସୁବିଧା ସହ ସ୍କ୍ରିନ୍‌ ସେୟାର କରିହୁଏ । ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଟେକ୍ ଜିଆଣ୍ଟ ଗୁଗୁଲ୍ ସର୍ବଦା ନୂଆନୂଆ ଫିଚର୍ସ ଆଣିଥାଏ । ଏଥର ମଧ୍ୟ କମ୍ପାନୀ ଏକ ଆକର୍ଷଣୀୟ ଫିଚର ଘୋଷଣା କରିଛି । ଏହି ଫିଚର ଲମ୍ବା ସମୟ ବା ଗୁରୁତ୍ବପୂର୍ଣ୍ଣ ମିଟିଂ ଲାଭଦାୟକ ହୋଇପାରିବ ବୋଲି କୁହାଯାଉଛି । ଏହି ସେଟିଂକୁ ଅନ୍‌ କରିବା ପରେ ମିଟିଂରେ ଆଉ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: Google Meet Feature: ଏଣିକି କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ୍ ପିକ୍ ସେଟ୍ କରିପାରିବେ ଗ୍ରୁପ୍ ଆଡମିନ୍

ଗୁଗୁଲ ମିଟ୍‌ରେ ଭିୟୁର ମୋଡ୍ ନାମକ ଏକ ଫିଚର ଆସିବାକୁ ଯାଉଛି । ଯାହା ମିଟିଂ ସେଟ୍ କରିବା ସମୟରେ ହୋଷ୍ଟ୍‌କୁ ବିକଳ୍ପ ଦେଇଥାଏ । ମିଟିଂରେ ଉପସ୍ଥିତ ଲୋକମାନେ କେବଳ ଶୁଣିପାରିବେ ଏବଂ ଦେଖିପାରିବେ । ଏହି ମୋଡ୍ ଟର୍ନ୍ ଅନ୍ କରିବା ପରେ, କୌଣସି ପ୍ରକାରର ବିଶୃଙ୍ଖଳା ହେବ ନାହିଁ କାରଣ ୟୁଜର୍ସ ମାଇକ୍ କିମ୍ବା ଭିଡିଓ କଲରେ କିଛି କହିବା ପାଇଁ ସମର୍ଥ ହେବେ ନାହିଁ । ଏହି ଫିଚରକୁ ଅନ୍ କରିବାକୁ କ୍ୟାଲେଣ୍ଡର ମିଟିଂ ବିକଳ୍ପକୁ ଯିବାକୁ ପଡିବ ଏବଂ ଏହାପରେ ମିଟିଂ ସେଟିଂ ସମୂହକୁ ଯିବାକୁ ହେବ । ଏହାପରେ 'everyone is a viewer' ଅପସନକୁ କ୍ଲିକ କରିବାକୁ ହେବ । ବର୍ତ୍ତମାନ ଏହି ଫିଚର ସବୁ ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ ହୋଇନଥିବା ବେଳେ କମ୍ପାନୀ ପକ୍ଷରୁ ସବୁ ଉପଭୋକ୍ତାଙ୍କ ପାଇ ରୋଲଆଉଟ କରାଯାଉଥିବା ନେଇ କୁହାଯାଇଛି ।

ହୋଷ୍ଟ ପାଖରେ ରହିବ ଏହି ଅପସନ: ଗୁଗଲ ମିଟ୍‌ରେ ଆସିବାକୁ ଯାଉଥିବା ଭିୟୁର ମୋଡ ଅପସନ କେବଳ ହୋଷ୍ଟ ପାଖରେ ରହିବ । ଯତେବେଳେ କୌଣସି ଏକ ମିଟିଂ ଆରମ୍ଭ ହେବାକୁ ଯାଉଥିବ ହୋଷ୍ଟ ନିଜ ଉଚ୍ଛା ଅନୁସାରେ ଏହାକୁ କଣ୍ଟ୍ରୋଲ କରିପାରିବେ । ସେ ନିଜ ଇଚ୍ଛା ଅନୁସାରେ ମତ ରଖିବା ପାଇଁ ଅପସନ ଦେଇପାରିବେ ନଚେତ ମାଇକ ସିଷ୍ଟମକୁ ବନ୍ଦ କରିପାରିବେ । ଯଦି ହୋଷ୍ଟ ଚାହିଁବେ ତାହେଲେ ଅଂଶଗ୍ରହଣକାରୀ ନିଜ ମତ ରଖିପାରିବେ । ତେବେ ମିଟିଂରେ ଭିୟୁରମାନେ କୌଣସି ଫିଚର ବ୍ୟବାହର କରିବାକୁ ସମର୍ଥ ହେବେ ନାହିଁ । ଯେପରିକି ଇମୋଜି ଦେଇପାରିବେ ନାହିଁ । କେବଳ ପୋଲର ପ୍ରଶ୍ନ ଦେଇପାରିବେ । ଏହାପୂର୍ବରୁ ଏପ୍ରିଲରେ ଗୁଗୁଲ୍ ମିଟ୍ ପାଇଁ 1080p କ୍ବାଲିଟିର ଭିଡିଓ କଲ୍ ବିକଳ୍ପ ଆରମ୍ଭ କରିଥିଲା । ଏହାଦ୍ବାରା ଭିଡିଓ କଲରେ ଆହୁରି ମଜା ନେଉଥିଲେ ୟୁଜର୍ସ । କମ୍ପାନୀର ଭିଡିଓ-ଯୋଗାଯୋଗ ସେବା "ଗୁଗୁଲ୍ ମିଟ୍"ରେ କଷ୍ଟମ୍ ବ୍ୟାକ୍‌ଗ୍ରାଉଣ୍ଡ୍ ପିକ୍ ସେଟ୍‌ କରିପାରୁଛନ୍ତି ୟୁଜର୍ସ ଆଡମିନ୍‌ । ଏହି ନୂତନ ଫିଚର୍ସ ମାଧ୍ୟମରେ, ଆଡମିନ୍‌ମାନେ ଗୁଗୁଲ୍ ମିଟ୍‌ରେ 'ବ୍ୟାକଗ୍ରାଉଣ୍ଡ୍ ରିପ୍ଲେସ୍' ଫିଚର୍ସ ପାଇଁ ପ୍ରତିଛବିଗୁଡ଼ିକର ଏକ ସେଟ୍ ପ୍ରଦାନ କରିବାରେ ସକ୍ଷମ ହେଉଛନ୍ତି । ଏହା ଉପଭୋକ୍ତାମାନଙ୍କୁ ସହଜରେ ଏକ ଇମେଜ୍ ବାଛିବା ପାଇଁ ଅନୁମତି ଦେଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.