ETV Bharat / science-and-technology

Independence Day: ଗୁଗଲ୍‌ ବି କରିବ ସେଲିବ୍ରେଟ, ଲଞ୍ଚ କଲା India Ki Udaan - ଡୁଡଲ ଫର ଗୁଗଲ୍‌ ପ୍ରତିଯୋଗିତା କଣ

ଭାରତର ୭୫ତମ ସ୍ବାଧୀନତା ଦିବସକୁ ପାଳନ କରିବା ଲାଗି ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ ଗୁଗଲ୍‌ ଲଞ୍ଚ କଲା ଇଣ୍ଡିଆ କି ଉଡ଼ାନ (India Ki Udaan) । ଏହା ଜରିଆରେ କିପରି ଏହି ଦିବସକୁ ପାଳନ କରିବ ଗୁଗଲ୍‌ ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

Independence Day: ଗୁଗଲ୍‌ ବି କରିବ ସେଲିବ୍ରେଟ, ଲଞ୍ଚ କଲା India Ki Udaan

author img

By

Published : Aug 6, 2022, 3:59 PM IST

Updated : Aug 7, 2022, 2:50 PM IST

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୧୫ ତାରିଖରେ ସ୍ବାଧୀନତାର ୭୫ତମ ଦିବସ ପାଳନ କରିବ ଭାରତ । ଏ ନେଇ ସାରା ଦେଶର ଉତ୍ସାହର ମାହୋଲ ଥିବାବେଳେ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ୍‌ (Google) ମଧ୍ୟ ଏହି ଦିବସକୁ ପାଳନ କରିବ । ଏଥିଲାଗି ଗୁଗଲ୍‌ ସଂସ୍କୃତି ମନ୍ତ୍ରଣାଳୟର ମିଳିତ ଉଦ୍ୟମରେ 'ଇଣ୍ଡିଆ କି ଉଡ଼ାନ'(India Ki Udaan) ନାମରେ ଏକ ଡିଜିଟାଲ ସଂଗ୍ରହ ଲଞ୍ଚ କରିଛି ।

ଇଣ୍ଡିଆ କି ଉଡ଼ାନ
ଇଣ୍ଡିଆ କି ଉଡ଼ାନ

ଇଣ୍ଡିଆ କି ଉଡ଼ାନ କଣ ?

ଏହା ଜରିଆରେ ଗୁଗଲ୍‌ ଭାରତର ୭୫ତମ ସ୍ବାଧୀନତା ଦିବସକୁ ପାଳନ କରିବ । ଏଥିରେ ଗତ ୭୫ ବର୍ଷ ମଧ୍ୟରେ ଭାରତର ଅତୁଟ ଓ ଅମର ଭାବନାକୁ ବଳିଷ୍ଠ ଲେଖା ଓ କଳା ସଂସ୍କୃତିର ଉପଯୋଗ କରାଯାଇ ପ୍ରଦର୍ଶିତ କରାଯିବ । କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜୋ କିଶନ ରେଡ୍ଡି ଓ ଗୁଗଲ୍‌ର ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏହି ଡିଜିଟାଲ ସଂଗ୍ରହକୁ ଲଞ୍ଚ କରାଯାଇଛି । ଦିଲ୍ଲୀ ସ୍ଥିତ ସୁନ୍ଦର ନର୍ସରୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆଜିଠୁ ଏହାର ଶୁଭାରମ୍ଭ କରିଯାଇଛି । ଏଥିରେ ଭାରତର ପ୍ରଗତି ଓ ବିଭିନ୍ନ କ୍ଷେତ୍ରରେ ଭାରତର ଯୋଗଦାନକୁ ଅଥିରେ ଦର୍ଶାଯିବ । ଏଥିରେ ସ୍ବାଧୀନତାର ମଞ୍ଜି, ଭାରତର ପ୍ରଥମ ନିର୍ବାଚନ, ମହାତ୍ମା ଗାନ୍ଧୀ, ଭାରତର ସମ୍ବିଧାନ ନିର୍ମାଣ, ଖେଳ, ସାହିତ୍ୟ, ଫିଲ୍ମ ସମେତ ଭାରତର ବିକାଶ ଯାତ୍ରାକୁ ଦେଖାଇବ ।

Doodle4Google ପ୍ରତିଯୋଗିତା:-

ଏହି କାର୍ଯ୍ୟକ୍ରମରେ ଗୁଗଲ୍‌ 'ଡୁଡଲ ଫର ଗୁଗଲ୍‌' ପ୍ରତିଯୋଗିତାର ମଧ୍ୟ ଘୋଷଣା କରିଛି । ଏହାର ବିଷୟବସ୍ତୁ ରଖାଯାଇଛି 'ଆଗାମୀ ୨୫ ବର୍ଷ ମଧ୍ୟରେ ମୋ ଭାରତ ହେବ....' ଏଥିରେ ବର୍ତ୍ତମାନ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିପାରିବେ । ଏହି ପ୍ରତିଯୋଗିତାରେ ଯିଏ ବିଜୟ ହେବ ତାର କଳାକୃତି (Artwork)କୁ ନଭେମ୍ବର ୧୪ ତାରିଖରେ ଭାରତରେ ଗୁଗଲ୍‌ ହୋମପେଜରେ ଦର୍ଶାଯିବ । ଏହାସହିତ ତାକୁ ୫ ଲକ୍ଷ ଟଙ୍କା ମିଳିବା ସହିତ ସେ ପଢୁଥିବା ସ୍କୁଲକୁ ୨ ଲକ୍ଷ ପୁରସ୍କାର ରାଶି ମିଳିବ । ଗ୍ରୁପ ୱିନିର୍ସଙ୍କୁ ମଧ୍ୟ ପୁରସ୍କାର ଦିଆଯିବ ।

  • “I'm hopeful that the partnership with @googlearts will strengthen the Ministry’s goal of preserving, promoting & disseminating all forms of Indian art & culture”
    Shri G. Kishan Reddy, Minister of Tourism, Culture & Development of North Eastern Region of India, GoI#IndiaKiUdaan pic.twitter.com/BFymns88jT

    — Google India (@GoogleIndia) August 5, 2022 " class="align-text-top noRightClick twitterSection" data=" ">

'ହର ଘର ତ୍ରିରଙ୍ଗା' ପାଇଁ ସ୍ବତନ୍ତ୍ର ଡୁଡଲ୍‌:-

କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ରେଡ୍ଡି ହର ଘର ତ୍ରିରଙ୍ଗା ଅଭିଯାନ ଲାଗି ଗୁଗଲ୍‌କୁ ଏକ ସ୍ବତନ୍ତ୍ର ଧରଣର ଡୁଡଲ୍‌ (Doodle) ତିଆରି କରିବା ପାଇଁ ଅନୁରୋଧ କରିଛନ୍ତି । ଗୁଗଲ୍‌ ମାଧ୍ୟମରେ ଏହି ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ମଧ୍ୟ ଲକ୍ଷ୍ୟ ରଖାଯାଇଛି ।

Last Updated : Aug 7, 2022, 2:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.