ETV Bharat / science-and-technology

ଆଉ ରହିବନି ମେଲ ଡିଲିଟ ଟେନସନ, Gmail ଆପରେ ଆସିଲା Select All ଅପ୍ସନ

ଜିମେଲ ମୋବାଇଲ ଆପରେ ଆଉ ରହିବନି ମେଲ ଡିଲିଟ ଟେନସନ । ଆପରେ ଆସିଲା ସିଲେକ୍ଟ ଅଲ ଫିଚର । ଏଣିକି ଏହି ସୁବିଧା ପାଇବେ ୟୁଜର୍ସ

author img

By ETV Bharat Odisha Team

Published : Sep 24, 2023, 4:40 PM IST

Select All feature
Select All feature

ହାଇଦ୍ରାବାଦ: ସମୟ ଅନୁସାରେ ବୃଦ୍ଧି ପାଉଛି ସ୍ମାର୍ଟଫୋନର ବ୍ୟବହାର । ବିଶେଷ କରି ବେସରକାରୀ କ୍ଷେତ୍ରରେ ଜିମେଲ ଅଧିକ ବ୍ୟବହାର ହେଉଛି । କିଛି ଜଣଙ୍କର ଏକରୁ ଅଧିକ ଆକାଉଣ୍ଟ ମଧ୍ୟ ରହିଛି । କେତେକ କ୍ଷେତ୍ରରେ ଦରକାରୀ ମେଲ ସହିତ ଅଦକାରୀ ମେଲ ଅଧିକ ଆସିଥାଏ । ତେବେ ମୋବାଇଲରେ ସେଗୁଡିକୁ ଡିଲିଟ କରିବାକୁ ହେଲେ ଗୋଟି ଗୋଟି କରି ସିଲେକ୍ଟ କରି ଡିଲିଟ କରିବାକୁ ହୋଇଥାଏ । ନଚେତ ଓ୍ବେବରେ ଲଗନ କରି ଡିଲିଟ କରିବାକୁ ହୋଇଥାଏ । ଏଣିକି ଏଭଳି ସମସ୍ୟା ଭୋଗିବେନି ୟୁଜର୍ସ । ଗୁଗୁଲ ମୋବାଇଲ ଆପରେ ଆସିଲା ସିଲେକ୍ଟ ଅଲ ଫିଚର । ଯାହା ସାହାଯ୍ୟରେ ୟୁଜର୍ସ ଏକରୁ ଅଧିକ ମେଲକୁ ଏକାଥରେ ଡିଲିଟ କରିପାରିବେ । ସୂଚନା ଅନୁସାରେ ଜଣେ ୟୁଜର୍ସ ଚାହିଁଲେ 50ରୁ ଅଧିକ ମେଲକୁ ସିଲେକ୍ଟ ଅଲ କରି ଡିଲିଟ କରିପାରିବେ । କହିରଖୁଛୁ କି, ପୂର୍ବରୁ ଓ୍ବେବରେ ଏହି ସୁବିଧା ରହିଥିବା ବେଳେ ବର୍ତ୍ତମାନ ମୋବାଇଲ ଆପରେ ମଧ୍ୟ ଏହି ଉପଲବ୍ଧ ହୋଇଛି ।

ତେବେ ବର୍ତ୍ତମାନ ସୁଦ୍ଧା ମୋବାଇଲ ଆପରେ ମେଲ ଡିଲିଟ କରିବାକୁ ହେଲେ ଗୋଟିଏ ପରେ ଗୋଟିଏ ମେଲ ସିଲେକ୍ଟ କରିବାକୁ ହେଉଥିଲା । ଏହାର ଅର୍ଥ ଏକାଥରେ ଅଧିକ ମେଲର ଅପ୍ସନ ଉପଲବ୍ଧ ନଥିଲା। ତେବେ ସିଲେକ୍ଟ ଅଲ ଫିଚର ଦ୍ବାରା ମୋବାଇଲ ୟୁଜର୍ସ ଅଧିକ ଉପକୃତ ହେବେ । ଏକରୁ ଅଧିକ ମେଲ୍ ଚଳାଉଥିବା ଲୋକଙ୍କ ପାଇଁ ଏହା ଅଧିକ ଲାଭଦାୟକ ହେବ ଏବଂ ଏହା ସେମାନଙ୍କର ଅନେକ ସମୟ ମଧ୍ୟ ସଞ୍ଚୟ କରିବ ।

ଏହା ମଧ୍ୟ ପଢନ୍ତୁ: Gmail Latest Feature: ଜିମେଲ୍‌ ଆଣିଲା ନୂଆ ଫିଚର, ଆଜି ଲଞ୍ଚ୍‌ କଲା ଗୁଗଲ

ବର୍ତ୍ତମାନ ଏହି ୟୁଜର୍ସଙ୍କ ପାଇଁ ଉପଲବ୍ଧ ଏହି ଫିଚର: ଏହି ଅପଡେଟ ବର୍ତ୍ତମାନ ଆଣ୍ଡ୍ରୋଏଡ୍ ଭର୍ସନ 2023.08.20.561750975ରେ ଦେଖାଦେଇଥିଲା । ବର୍ତ୍ତମାନ, ଆଣ୍ଡ୍ରଏଡ୍ 13 ଏବଂ 14 ଚଳାଉଥିବା ସାମସଙ୍ଗ ଗାଲାକ୍ସି ଏବଂ ଗୁଗୁଲ୍ ପିକ୍ସେଲ ସ୍ମାର୍ଟଫୋନର ବ୍ୟବହାରକାରୀ ମଧ୍ୟ ଏହି ଫିଚର ପାଇଥିବା ଜଣାପଡିଛି। ତେବେ ଖୁବଶୀଘ୍ର ଏହା ସମସ୍ତ ୟୁଜର୍ସଙ୍କ ପାଇଁ ଉପଲବ୍ଧ ହେବ ବୋଲି କୁହାଯାଇଛି ।

କହିରଖୁଛୁ କି, ନିକଟରେ ମୋବାଇଲ୍ ଭର୍ସନ ପାଇଁ ଗୁଗଲ ଏହି ଫିଚର ଲଞ୍ଚ୍‌ କରିଥିଲା । ଜିମେଲ୍‌ ତରଫରୁ ଟ୍ରାନ୍ସଲେସନ ଫିଚରକୁ ଜିମେଲ୍‌ ଆପରେ ସ୍ଥାପିତ କରାଯାଇଛି । ଯେତେବେଳେ ଜଣେ ମେଲ୍‌ ଲେଖିବେ, ଆପଣ ଟେକ୍ସଟ୍‌ ବକ୍ସରେ ଏକ ଟ୍ରାନ୍ସଲେସନ ବ୍ୟାନର ଦେଖାଯିବ । ଆପଣ ନିଜ ଭାଷାରେ ଲେଖି ସଠିକ ଅନୁବାଦ ପାଇପାରିବେ । 100ରୁ ଅଧିକ ଭାଷା ବାଛିବା ପାଇଁ ସୁବିଧା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.