ETV Bharat / science-and-technology

30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କ ଲଞ୍ଚ କଲା ରିଅଲମି - 30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କ ଲଞ୍ଚ କଲା ରିଅଲମି

ଆସିଲା 30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କ। ଏଥିରେ ଆପଣ କେବଳ ଫୋନ ନୁହଁ ଅନ୍ୟ ପାଓ୍ବାର ବ୍ୟାଙ୍କ ମଧ୍ୟ ଚାର୍ଜ କରିପାରିବେ । ଅଧିକ ପଢନ୍ତୁ..

30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କ ଲଞ୍ଚ କଲା ରିଅଲମି

author img

By

Published : Jul 15, 2020, 5:39 PM IST

Updated : Feb 16, 2021, 7:51 PM IST

ହାଇଦ୍ରାବାଦ: ସ୍ମାର୍ଟଫୋନ ବ୍ରାଣ୍ଡ ରିଅଲମି Realme C11 ସହିତ ଭାରତରେ ରିଅଲମି 30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କ ଲଞ୍ଚ କରିଛି । ଏହାର ମୂଲ୍ୟ ରହିଛି 1,999 ଟଙ୍କା । ଏହି ନୂଆ ପାୱାର ବ୍ୟାଙ୍କଟି ଦେଖିବାକୁ ଠିକ ପୁରୁଣା ରିଅଲମି 10,000mAh ପାୱାର ବ୍ୟାଙ୍କ ପରି । କିନ୍ତୁ ଏହି ପାୱାର ବ୍ୟାଙ୍କ ସପୋର୍ଟଡ ଡିଭାଇସକୁ ଶୀଘ୍ର ଚାର୍ଜ କରେ ।

ୟୁଜର୍ସମାନେ ରିଅଲମି 30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କର ଦୁଇଟି ରଙ୍ଗ ରହିଛି । ଗୋଟିଏ ହେଉଛି ହଳଦିଆ ରଙ୍ଗ ଅନ୍ୟଟି ହଳଦିଆ-କଳା ରଙ୍ଗର । ପାୱାର ବ୍ୟାଙ୍କର ସାମ୍ନାରେ ରିଅଲମି ବ୍ରାଣ୍ଡିଂ ସହିତ ଏକ ଟେକ୍ସଚର ଫିନିସ ଅଛି । ପାୱାର ବ୍ୟାଙ୍କର ଚାର୍ଜିଂ ପଏଣ୍ଟ ଖୋଜିବା ପାଇଁ, ଏଲଇଡି ଲାଇଟର ସୁବିଧା ରହିଛି ।

ଡିଭାଇସ USB-A ପୋର୍ଟ ରହିଛି ଯାହାକି ଆପଣଙ୍କ ସ୍ମାର୍ଟଫୋନ ଚାର୍ଜ କରିବାକୁ 30W ଆଉଟପୁଟ ଦେଇପାରେ । ଏହା 10W, 15W, 18W ଏବଂ 20W ଚାର୍ଜିଂ ଷ୍ଟାଣ୍ଡାର୍ଡ କୁ ମଧ୍ୟ ସପୋର୍ଟ କରିବ । ଏହା ବ୍ୟତୀତ, USB Type-C ଆଉଟପୁଟ ମଧ୍ୟ ଅଛି । ଏହା ଦ୍ବାରା ଆପଣ କେବଳ 30W ରେ ଅନ୍ୟ ଏକ ଡିଭାଇସ ଚାର୍ଜ କରିପାରିବେ ନାହିଁ, ଆପଣ 30Wରେ ପାୱାର ବ୍ୟାଙ୍କ ମଧ୍ୟ ଚାର୍ଜ କରିପାରିବେ । ରିଅଲମ ପକ୍ଷରୁ କୁହାଯାଇଛିଯ, 10,000W ପାୱାର ବ୍ୟାଙ୍କ ସମ୍ପୂର୍ଣ୍ଣ ଚାର୍ଜ କରିବାକୁ ପ୍ରାୟ 2 ଘଣ୍ଟା ସମୟ ନେଇଥାଏ, ଯାହା 30W ସାହାଯ୍ୟରେ କରାଯାଇପାରିବ । ଡିଭାଇସ ନିୟମିତ 18W ଫାଷ୍ଟ ଚାର୍ଜିଂ ପାୱାର ବ୍ୟାଙ୍କ ଅପେକ୍ଷା ଫୋନକୁ 53 ପ୍ରତିଶତ ଶୀଘ୍ର ଚାର୍ଜ କରିବ।

ଆପଣ ଉଭୟ USB Type-C ଏବଂ Type-A ପୋର୍ଟ ଚାର୍ଜିଂ ଡିଭାଇସକୁ ଏକା ସମୟରେ ବ୍ୟବହାର କରିପାରିବେ । ରିଅଲିମି ଏହା ମଧ୍ୟ ଦାବି କରିଛି ଯେ, ନୂତନ 30W ଡାର୍ଟ ଚାର୍ଜ 10,000mAh ପାୱାର ବ୍ୟାଙ୍କରେ 15ଟି ସ୍ତରର ଚାର୍ଜିଂ ସୁରକ୍ଷା ରହିଛି ଯାହା ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବାସହ ଡିଭାଇସକୁ ଅତ୍ୟଧିକ ଗରମ କିମ୍ବା ଅନ୍ୟାନ୍ୟ ସମସ୍ୟାରୁ ସୁରକ୍ଷା ଦେବ ।

Last Updated : Feb 16, 2021, 7:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.